Browsing daily archive

May 13, 2022

ଆଜିର ରାଶିଫଳ

ମଇ ମାସ ୧୪ ତାରିଖ ୨୦୨୨ ମସିହା(ଶନିବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୩/୩୭ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୫୯,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଦିବା ଘ ୦୩/୦୭ ପର୍ଯ୍ୟନ୍ତ ତଦନ୍ତେ ବିରି ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା […]

ଅଟକିଲେ ଜିଲାପାଳ

ଭଦ୍ରକ.୧୩/୫(ଏସଏସନିଉଜ) ଗୁରୁବାରଦିନ ଆରଡିପୀଠକୁ ଆସି ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ସମୀକ୍ଷା କରି ଫେରିବାବେଳେ ସାଧାରଣ ଲୋକଙ୍କୁ ବଣ୍ଟନ ହେଉଥିବା ସାମଗ୍ରୀର ମାନ କିପରି ରହିଛି ପଚାରି ବୁଝିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ଆରଡିପୀଠରୁ ଫେରିବାବାଟରେ ସୁନ୍ଦରପୁର ଛକରେ ରାସନ ସାମଗ୍ରୀ ବଣ୍ଟନ ହେଉଥିବା ଦେଖି ରହିବା ସହ ବଂଟାଯାଉଥିବା କେନ୍ଦ୍ରକୁ ଯାଇଥିଲେ ।ସେଠାରେ ସାମଗ୍ରୀ ନେଉଥିବା ହିତାଧିକାରୀଙ୍କ ସହ ଏହାର ମାନ ଓ ଅନ୍ୟାନ୍ୟ ବିଷୟରେ ପଚାରିବୁଝିଥିଲେ ।ଜିଲ୍ଲାପାଳଙ୍କର ଏହି କାର୍ଯ୍ୟକୁ ସବୁବର୍ଗୀୟ ଲୋକ ପ୍ରଶଂସା […]

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୧୩/୫(ଏସଏସନିଉଜ) ବାତ୍ୟା ଅସାନୀ ଯାଉଯାଉ ପୁଣି ଆଉ ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି । ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇ ଅବପାତର ରୂପ […]

ଏଥର ଭକ୍ତଙ୍କ ମେଳରେ ହେବ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ

ଭଦ୍ରକ.୧୩/୫(ଏସଏସନିଉଜ) କରୋନା କଟକଣା ଯୋଗୁ ବିନାଭକ୍ତରେ ପାଳିତ ହେଉଥିବା ମଣିବାବାଙ୍କ ଶିବବିବାହ ମହୋତ୍ସବ ଏଥର ଆଡମ୍ବର ଭାବେ ପାଳିତ ହେବ ।ଭକ୍ତମାନଙ୍କ ଗହଣରେ ଶିବବିବାହ ମହୋତ୍ସବ ।ଏଥିପାଇଁ ମଙ୍ଗଳବାର ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତିପର୍ବ। ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଓ ଲୋକବାଦ୍ୟକୁ ସାମିଲ କରାଯିବାର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ବରାନୁଗମନ ଶୋଭାଯାତ୍ରାରେ ଯୋଡିଶଙ୍ଖ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ […]

୨୭ ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୩/୫(ଏସଏସନିଉଜ) ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମେ ୨୭ ରେ କେରଳ ମୌସୁମୀ ଛୁଇଁବାନେଇ ଆକଳନ କରିଛି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।  

ଉଦ୍ଧାର ହେଲା ଛୁଆ ହରିଣ

ଖୋର୍ଦ୍ଧା, ୧୩/୫(ଏସଏସନିଉଜ) କୁମାରବସ୍ତ ନିକଟରୁ ଏକ ଛୁଆ ହରିଣ କୁ ଗାଁ ଲୋକ ଉଦ୍ଧାର କରି ବନ ବିଭାଗକୁ ଦେଇଛନ୍ତି ।ଆଜି ସକାଳେ ତିନିଟି ହରିଣ ଛୁଆ ଚନ୍ଦକା ଅଭୟାରଣ୍ୟରୁ ବାହାରି କୁମାରବସ୍ତ ଗାଁ ଭିତରକୁ ଚାଲିଆସିଥିବାବେଳେ କୁକୁରମାନେ ଗୋଡାଇବାରୁ ଦୁଇଟି ଜଙ୍ଗଲକୁ ପଳାଇଯାଇଥିଲେ ।କିନ୍ତୁ ଗୋଟିଏ ଗାଁରେ ରହିଯାଇଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।  

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

ସମ୍ବଲପୁର,୧୩/୫(ଏସଏସନିଉଜ) ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସମ୍ବଲପୁର ଭିଜିଲାନ୍ସ ଡିଭିଜିନର ଇନସପେକ୍ଟର ମାନସୀ ଜେନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ବରଗଡ଼ ଜିଲ୍ଲା ମୁକେଶ ସାହୁ ନାଁରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଶ୍ରୀମତୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ […]

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଅନ୍ତା, ୧୩/୫(ଏସଏସନିଉଜ) ଜଣେ ଯୁବତୀକୁ ଘରକୁ ଡାକିନେଇ ଦୁଷ୍କର୍ମ କରିବା ଅଭିଯୋଗରେ ପାହାଳ ଥାନା ପୁଲିସ କିଶନ ଅଗ୍ରୱାଲ ନାମକ ଯୁବକକୁ ଗିରଫ କରିଛି ।ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାର ଗତକାଲି ରାତିରେ ପରିଚିତ ହୋଇଥିବା ଯୁବତୀକୁ ଅନୁରୋଧ କରି ନିଜ ଘର ଭଡାଘର ପାହଳକୁ ଆଣିଥିଲେ ।ବାରରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣଙ୍କ ପାହାଳ ଥାନାରେ ଅଭିଯୋଗ କରିଥିଲେ ।

ଟ୍ରକ୍ ଲୁଟ୍ ଉଦ୍ୟମ, ଫସର ଫାଟିଲା ଧରାହେଲେ ୭ ଡକାୟତ

ଖୋର୍ଦ୍ଧା, ୧୩/୫(ଏସଏସନିଉଜ) ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାଏକ ଡକାୟତ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି ।ଏହି ଗ୍ୟାଙ୍ଗ ଗତକାଲି ଭୋର ସମୟରେ ଖୋର୍ଦ୍ଧା-ଜଟଣୀ ବାଇପାସ୍ ମୋଦୀ ପଡ଼ିଆ ନିକଟରେ ଲୁଚି ରହିଥିଲେ । ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବାର ସୁଚନା ପାଇ ପୋଲିସ ଚଢଉ କରିଥିଲେ ।ଏହିସମୟରେ ଗ୍ୟାଙ୍ଗର ୭ଜଣ ଧରାପଡ଼ିଥିଲେ ।ସେମାନଙ୍କଠାରୁ ପୋଲସ କଟୁରୀ, ୪ଟି ଲୁହାଛଡ଼, ଚୀନ ପ୍ରସ୍ତୁତ ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଭୁଜାଲୀ, […]

ଲୁଟିନେଲେ ଲକ୍ଷେ ଟଙ୍କା

କୋରାପୁଟ,୧୩/୫(ଏସ ଏସ ନିଉଜ) ଜୟପୁରରେ ବ୍ୟାଙ୍କରୁ ଟଙ୍କା ନେଇ ଆସିବା ବେଳେ ବ୍ୟବସାୟୀ ପି ସୁଦର୍ଶନ ରାଓଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଛି ।ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ଲୁଟ କରିଛନ୍ତି ।୨୫୦ ଟଙ୍କା ପକାଇ ତଳେ ପକାଇ ଲକ୍ଷେ ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇଛନ୍ତି ୨ ଦୁର୍ବୃତ୍ତ ।