Browsing daily archive

May 14, 2022

ସାବିତ୍ରୀ ଅମାବାସ୍ୟା ସ୍କୁଲ ଛୁଟି

ଭୁବନେଶ୍ୱର,୧୪/୫(ଏସ ଏସ ନିଉଜ)ଆସନ୍ତା ବୁଦ୍ଧ ପୂର୍ଣିମା ଓ ସାବିତ୍ରୀ ଅମାବାସ୍ୟା ସ୍କୁଲ ଛୁଟି। ଏହି ଦିନ ସରକାରୀ ଛୁଟି ଥିବାରୁ ସମସ୍ତ ସ୍କୁଲ ଛୁଟି କରିବାକୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି। ଏ ବିଷୟରେ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ?

ଭୁବନେଶ୍ୱର,୧୪/୫(ଏସ ଏସ ନିଉଜ)ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଗତକାଲିଠାରୁ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ।ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟ ମେଣ୍ଟରେ ସରୋଜ ନିଜ ପରି ବାର ସହ ରହୁଥିବା ବେଳେ ଗତକାଲି ସକାଳେ ସେ କୌଣସି କାରଣରୁ ବାହାରକୁ ଯାଇ ଆଉ ଫେରି ନଥିଲେ ।ଏହାଭିତରେ ୪୮ଘଂଟା ବିତିଯାଇଥିଲେ ସୁଦ୍ଧା ମିଳୁନ ପତ୍ତା । ସକାଳେ କ୍ୱାର୍ଟରରୁ ବାହାରି ଆଉ ଘରକୁ ଫେରିନାହାନ୍ତି ପୂର୍ବତନ ବିଧାୟକ […]

ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର,୧୪/୫(ଏସଏସନିଉଜ) ୬ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଆସୁଥିବାବେଳେ ଖୋର୍ଦ୍ଧ ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା । ନିନା ଟଙ୍କା ବିଷୟରେ ଭିଜିଲାନ୍ସ ଟିମଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।ଏହାପରେ ନିନା ଓ ତାଙ୍କର ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ନିନାଙ୍କ ସ୍ୱାମୀ ନିହାର ରଂଜନ ଦାସ ମାହାଙ୍ଗା ଥାନାରେ ଆଇଆଇସି ହୋଇଥିବାରୁ ମାହାଙ୍ଗା ସ୍ଥିତ ତାଙ୍କ କ୍ୱାର୍ଟରରେ ରେଡ୍ ବିଷୟରେ ଜାଣିବା […]

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

କେଉଁଝର,୧୪/୫(ଏସଏସନିଉଜ) ଶିକ୍ଷକ ନିଯୁକ୍ତି ଦାବିରେ କୁଣ୍ଡାପିଠା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି ।ଯାହାଫଳରେ ତିନିଦିନ ବିତିଗଲାଣି ସ୍କୁଲରେ ପାଠ ପଢା ସଂପୂର୍ଣ୍ଣ ଠପ ହୋଇଯାଇଛି।ଅନ୍ୟପଟେ ଜିଲ୍ଲାପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ନହଂଚିଥିବାରୁ ବିଦ୍ୟାଳୟ ପରିଚାଳନା କମିଟିରେ ଅସନ୍ତୋଷ ବଢ଼ିବାରେ ଲାଗିଛି।  

ହଟହଟା ହେଲା ପୁଲିସ୍‌

କୋରାପୁଟ, ୧୪/୫(ଏସଏସନିଉଜ) ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ରାତିଅଧରେ ପୋଲିସ ହଇରାଣ ହୋଇଥିବାର ଜଣାପଡିଛି । ମାଛକୁଣ୍ଡ ଥାନା ମାଟିଖାଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଖବର ପାଇ ରାତିଅଧରେ ୩୦ ଜଣିଆ ପୁଲିସ୍ ଟିମ୍ ଜଣେ ଲୋକଙ୍କ ଘରେ ଚଢଉ କରିଥିଲା ।ଏହାକୁ ନେଇ ଗ୍ରାମରେ ଉତେଜନା ଦେଖାଦେବା ସହ ଗ୍ରାମବାସୀମାନେ ଏକାଠି ହୋଇ ପୁଲିସ୍ କର୍ମୀମାନଙ୍କୁ ନିସ୍ତୁକ ପଟିଥିଲେ । ଫାଙ୍କା ଗୁଳି ଚାଳନା କରି ପୁଲିସ୍ କର୍ମୀମାନେ ଉତ୍ୟକ୍ତ ଗ୍ରାମବାସୀମାନଙ୍କ କବଳରୁ ଖସିଥିଲେ । […]