Browsing daily archive

May 27, 2022

ମହିଳାଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୨୭/୫(ଏସ ଏସ ନିଉଜ)ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଛି ।ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ। ମୃତକ ଜଣଙ୍କ ହେଲେ ଜାନକୀ ଜେନା।

ଚଳନ୍ତା ଅଟୋରେ ପଡିଲା ଗଛ

ଅନୁଗୁଳ,୨୭/୫(ଏସଏସ ନିଉଜ)ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ଖମାର ଥାନା ବାଲିପସି ନିକଟରେ ଚଳନ୍ତା ଅଟୋରେ ଗଛପଡ଼ିବା ଯୋଗୁ ଜଣଙ୍କର ମୃତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।ଘଟଣାରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ସମେତ ୯ ମାସର ଗର୍ଭବତୀ ପୁତୁରା, ପୁତୁରା ବୋହୂ ଗୁରୁତର ଆହତ ହୋଇଛି । ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇ ପଶି ଗାଁରେ ଘଟିଲା ଏହି ଘଟଣା । […]

ଟମାଟୋଫ୍ଲୁ ଆତଙ୍କିତ ହେବାଭଳି ରୋଗନୁହେଁ

ଭୁବନେଶ୍ୱର,୨୭/୫(ଏସ ଏସ ନିଉଜ)ଟମାଟୋଫ୍ଲୁ ଆତଙ୍କିତ ହେବାଭଳି ରୋଗନୁହେଁ ।ଏହାକୁ ନେଇ ଆତଙ୍କିତ ହେବାର ଅଵଶ୍ୟକତା ନାହିଁ ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।୯୯%ରୁ ଅଧିକ ଆକ୍ରାନ୍ତ ଭଲ ହୋଇଯା‌ଇଥିବାବେଳେ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଥାଏ ।ଏହା ସପ୍ତାହେ ଭିତରେ ଭଲ ହୋଇଯିବ ।ପିଲାଙ୍କୁ ହେଲେ ଆଇସୋଲେସନରେ ରଖି ଲକ୍ଷଣ ଅନୁସାରେ ଔଷଧ ଦେବାକୁ ପରାମର୍ଶ ଦେଲେ ଡାକ୍ତର ନିରଞ୍ଜନ ମିଶ୍ର ।

ବ୍ୟାଙ୍କ ଆଗରେ ବୃଦ୍ଧ ଆଖୁ ଚାଷୀ ଦେଲେ ଧାରଣା

କଟକ,୨୭/୫(ଏସ ଏସ ନିଉଜ) ଜାଲ ଦସ୍ତଖତକରି ଆଖୁଚାଷୀଙ୍କ ଜମା ଖାତାରୁ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । କେନ୍ଦୁପାଟଣା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୬୭ ହଜାର ଟଙ୍କା ହଡ଼ପ ର ଅଭିଯୋଗ ହୋଇଛି । ଅଭିଯୋଗକାରୀ ବୃଦ୍ଧ ଆଖୁଚାଷୀଙ୍କର ବ୍ୟାଙ୍କ ସମୁଖରେ ଧାରଣା ପ୍ରଦର୍ଶନ।

ତହସିଲଦାରଙ୍କ ଗାଡ଼ିକୁ ଘେରିଲେ ଗାଁ ଲୋକ

ବାଲିଆପାଳ,୨୭/୫(ଏସଏସ ନିଉଜ)ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି ।ମନରେଗା କାମରେ ଟ୍ରାକ୍ଟର ନିୟୋଜିତ ଥିବାରୁ ଚଢ଼ାଉ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।ଯାହା ଫଳରେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଗାଁ ଲୋକେ ଘେରିଛନ୍ତି ।ଏହାକୁ ନେଇ ଗଡ଼ସାହି ବାଲିଆପାଳ ଗାଁରେ ଉତ୍ତେଜନା ଦେଖଦେବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି ।

କୂଅରେ ପଡ଼ିଛି ଛୁଆ ହାତୀ

ଭଞ୍ଜନଗର,୨୭/୫(ଏସ ଏସ ନିଉଜ) କୂଅ ଭିତରେ ପଡ଼ି ଯାଇଛି ଛୁଆ ହାତୀ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜ୍ ପଳାସପଲ୍ଲୀର ଏକ କୂଅରେ ହାତୀ ଛୁଆଟି ପଡ଼ିଛି । ଛୁଆ ହାତୀକୁ କୂଅରୁ ବାହାର କରିବା ପାଇଁ ବନ କର୍ମଚାରୀଙ୍କ ଉଦ୍ୟମ ଆରମ୍ଭ ହୋଇଛି।