Browsing monthly archive

May 2022

ବଦଳିଲା ବାତ୍ୟା ଗତିପଥ

ଭୁବନେଶ୍ୱର,୨/୫((ଏସ ଏସ ନିଉଜ)ECMWF ମଡେଲ୍‌ର ଆକଳନ ଅନୁସାରେ ବାତ୍ୟାର ଗତିପଥ ବଦଳିଛି।ECMWF ଆକଳନ ଅନୁଯାଇ ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ। ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବୋଲି କହୁଥିବାବେଳେ ୟୁରୋପିଆନ୍‌ ECMWF ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଗଙ୍ଗାସାଗରରେ ମାଡ଼ ହେବ ବୋଲି କହୁଛି ।

ଏମ୍‌କେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨/୫(ଏସ ଏସ ନିଉଜ)ଏମ୍‌କେସିଜି ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ ଅଗ୍ନିକାଣ୍ଡ ଘଟିଛି।ଏଥୁରେ ଫାଇଲ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ଭୋର ୪ଟାରେ ନିଆଁ ଲାଗିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଛି।

ସକାଳ ୬ଟାରୁ ଖୋଲିଲା ସ୍କୁଲ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବା ଓ ପାଠପଢ଼ା ଆରମ୍ଭ ହୋଇଛି ।୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼,୨/୫(ଏସ ଏସ ନିଉଜ)ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ଦେବଗଡ଼ବନ୍ଦ ପାଳନ କରୁଛି ବିଜେପି।କର୍ମୀମାନେ ପିକେଟିଂ ଯୋଗୁ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ସହ ଗାଡି ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଗିରଫ ହୋଇଛନ୍ତି ।

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ମେମାସ ୨ ତାରିଖ, ବୈଶାଖ ମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତିଆ , ସୁର୍ୟୋଦୟ -ପ୍ରାତଃ ଘ୫/୨୦/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୦୨, ମିଥୁନ ରାଶିର ଘାତବାର,ବିଛା ରାଶି ର ଘାତଚନ୍ଦ୍ର,ଦ୍ୱିତିଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୫୬ ମଧ୍ୟେ ଘ୧୦/୮ ଗତେ ଘ୧୨/୩୨ ମଧ୍ୟେ ରାତ୍ରୀ ଘ୬/୫୪ ଗତେ ଘ୯/୧୮ ମଧ୍ୟେ ଘ୧୨/୪୨ ଗତେ ଘ୨/୪୫ ମଧ୍ୟେ,ମାହେନ୍ଦ୍ର ବେଳା- ଦିବା ଘ୨/୫୬ ଗତେ ଘ୪/୩୨ ମଧ୍ୟେ। 🐏ମେଷ👉 ପୂଜାପାଠରେ ସମୟ ବିତିବ। ଆପଣ […]