Browsing daily archive

July 29, 2022

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୩୦ ତାରିଖ (ଶନିବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତୀଆ ରା ଘ୨/୫୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୫/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୪୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଦ୍ୱିତୀଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ […]

ଦିନକରେ ୧୦୨୦ ପଜିଟିଭ୍

  ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୯୭ , ଲୋକାଲ କେସ୍- ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେସୁନ୍ଦରଗଡ଼ରୁ ସର୍ବାଧିକ ୨୫୯, ଖୋର୍ଦ୍ଧାରୁ ୧୫୮ , ସମ୍ବଲପୁରରୁ ୮୮ ଚିହ୍ନଟ ହୋଇଛନ୍ତି ।

ଏନ୍ଏଚ୍ ଅବରୋଧ

ଭବାନୀପାଟଣା,୨୯/୭(ଏସ ଏସ ନିଉଜ) ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଏନ୍ଏଚ୍ ଅବରୋଧ କରାଯାଇଛି । ଉପକୂଳ ଜିଲ୍ଲାକୁ ସଂଯୋଗ କରୁଥିବା ୪ଟି ସ୍ଥାନରେ ଏନ୍ଏଚ୍ ଅବରୋଧ ହୋଇଥିବାବେଳେ କଳାହାଣ୍ଡିର ଏମ୍.ରାମପୁର ସହ ସମ୍ବଲପୁର, ସୋନପୁର ଓ ଦେବଗଡ଼ରେ ଏନ୍ଏଚ୍ ଅବରୋଧ ହୋଇଛି ।

ପୋଖରୀରେ ବୁଡିଗଲା ୪ବର୍ଷର ଶିଶୁକନ୍ୟା

କେନ୍ଦୁଝର,୨୯/୭(ଏସ ଏସ ନିଉଜ)ପୋଖରୀରେ ବୁଡି ୪ବର୍ଷର ଶିଶୁକନ୍ୟା ମୃତୁବରଣ କରିଛି।କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡ଼ିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।ଜଣେ ୪ ବର୍ଷ ଶିଶୁକନ୍ୟାର ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।ମୃତକ ହେଲେ ବୁଢ଼ିକାପୁଡି ଗ୍ରାମର ଧର ମୁଣ୍ଡାଙ୍କ ଝିଅ ସନ୍ଧ୍ୟା ମୁଣ୍ଡା ।

ଭାଙ୍ଗିଲା କେନାଲ ବନ୍ଧ

ମାଲକାନଗିରି,୨୯/୭(ଏସ ଏସ ନିଉଜ) କାଲିମେଳାରେ ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ମାନ୍ୟମକୋଣ୍ଡା ପଞ୍ଚାୟତର ପୋଟେରୁ ଗାଁ ନିକଟରେ ରହିଛି ଏହି କେନାଲ । ୨୦ରୁ ୩୦ ଫୁଟ ଓସାରର ବନ୍ଧ ଭାଙ୍ଗିଯିବା ଯୋଗୁଁ ତଳିଆ ଅଞ୍ଚଳରେ ଥିବା ୫୦ ରୁ ୬୦ ଏକର ଧାନ ଚାଷ ଜମିରେ ପାଣି ମାଡି ଯାଇଛି । ଏବେ ଜମି ଉପରେ ୫ ଫୁଟ ଉଚ୍ଚର ପାଣି ଲହରି ମାରୁଥିବାର ଦେଖିବାକୁ ମିଳିଛି ।

ଚାଲିଗଲା ପୁଅର ଜୀବନ

ବ୍ରହ୍ମପୁର,୨୯/୭(ଏସ ଏସ ନିଉଜ) ଗୋପାଳପୁର ରାମଚନ୍ଦ୍ରପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବାପାର ମୃତ୍ୟୁ ପରେ ଆଜି ଗୁରୁତର ଅବସ୍ଥାରେ ପୁଅର ବି ଜୀବନ ଚାଲିଯାଇଛି ।କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ୨୨ ତାରିଖରେ ଘର ଭିତରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା।

ରନ୍‌ଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ଜୋରହାଟରେ ରନ୍‌ଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ ।କୋଲକାତା ଆସିବା ସମୟରେ ରନ୍‌ଓ୍ବେରୁ ଖସିଯାଇଥିଲା।ଟେକଅଫ୍‌ ବେଳେ ରନ୍‌ଓ୍ବେରୁ ଖସିପଡିଲା ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଛି ।