Browsing monthly archive

July 2022

୮ ଗ୍ରାମ ବ୍ରାଉନସୁଗାର ଓ ବାଇକ ଜବତ

ସୁନ୍ଦରଗଡ଼, ,୩୧/୭(ଏସଏସନିଉଜ) ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ୪ ଜଣ ନିଶା ବେପାରୀ ଓ ଯୋଗାଣକାରୀଙ୍କଠାରୁ ୮ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବାଇକ୍ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।ଶନିବାରଦିନ ବନଦୁର୍ଗା ମନ୍ଦିର ପାଖରେ କୈାଣସିସୁତ୍ରରୁ ଖବରପାଇ ପୋଲିସ ଜଗି ରହିଥିବାବେଳେକ୍ରେତା ଓ ବିକ୍ରେତାକୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ସେମାନଙ୍କ ଠାରୁ ୮ଗ୍ରାମ ୧୫୦ ମିଲିଗ୍ରାମ ବାଉନସୁଗାର ଓ ଏକ ନମ୍ଵର ବିହିନ ବାଇକକୁ ମଧ୍ୟ ଜବତ କରିଥିଲାବୋଲି ସାମ୍ଵାଦିକ […]

ଡାକ୍ତରଖାନରୁ ବିଚାରାଧୀନ ବନ୍ଦୀ ଫେରାର୍

ଝାରସୁଗୁଡ଼ା,୩୧/୭(ଏସଏସନିଉଜ) ବିଳମ୍ବିତ ରାତିରେ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରାଧୀନ ବନ୍ଦୀ ଇନ୍ଦ୍ରଜିତ ସାହାଣୀ ଫେରାର୍ ହୋଇଯାଇଥିବା ଜଣାଯାଇଛି। ।ଏହିଘଟଣାରେ ଡ୍ୟୁଟିରେ ଥିବା ଜେଲ୍ ୱାର୍ଡର କିରଣ କୁମାର ଯୋଶୀଙ୍କୁ ଜେଲ୍ ଅଧୀକ୍ଷକ ଏଲ. କେ. ଧାଙ୍ଗଡ଼ା ନିଲମ୍ବିତ କରିଛନ୍ତି । ଫେରାର୍ ମାରିଥିବା ଇନ୍ଦ୍ରଜିତଙ୍କ ଘର ବିହାରର ମାଧୋପୁର ଥାନା ବୋଥନା ଗାଁରେ ହୋଇଥିବାବେଳେ ଗତ ୨୬ ତାରିଖ ଏକ ଟ୍ରକ୍ ଚୋରି ମାମଲାରେ ଗିରଫ ହୋଇ ଓରିଏଣ୍ଟ୍ ଥାନାପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା । […]

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୩୧ ତାରିଖ (ରବିବାର)ଶ୍ରାବଣମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ରା ଘ୪/୧୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୫/୩୭ .ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୫ ,ମେଷ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଭକ୍ଷଣ ନିଷେଧ ।  ମେଷ-କନ୍ୟା, ପୁତ୍ରାଦି ଲାଭ କରି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ଧାର୍ମିକ ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ […]

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୩୦ ତାରିଖ (ଶନିବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତୀଆ ରା ଘ୨/୫୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୫/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୪୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଦ୍ୱିତୀଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ […]

ଦିନକରେ ୧୦୨୦ ପଜିଟିଭ୍

  ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୯୭ , ଲୋକାଲ କେସ୍- ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେସୁନ୍ଦରଗଡ଼ରୁ ସର୍ବାଧିକ ୨୫୯, ଖୋର୍ଦ୍ଧାରୁ ୧୫୮ , ସମ୍ବଲପୁରରୁ ୮୮ ଚିହ୍ନଟ ହୋଇଛନ୍ତି ।

ଏନ୍ଏଚ୍ ଅବରୋଧ

ଭବାନୀପାଟଣା,୨୯/୭(ଏସ ଏସ ନିଉଜ) ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଏନ୍ଏଚ୍ ଅବରୋଧ କରାଯାଇଛି । ଉପକୂଳ ଜିଲ୍ଲାକୁ ସଂଯୋଗ କରୁଥିବା ୪ଟି ସ୍ଥାନରେ ଏନ୍ଏଚ୍ ଅବରୋଧ ହୋଇଥିବାବେଳେ କଳାହାଣ୍ଡିର ଏମ୍.ରାମପୁର ସହ ସମ୍ବଲପୁର, ସୋନପୁର ଓ ଦେବଗଡ଼ରେ ଏନ୍ଏଚ୍ ଅବରୋଧ ହୋଇଛି ।

ପୋଖରୀରେ ବୁଡିଗଲା ୪ବର୍ଷର ଶିଶୁକନ୍ୟା

କେନ୍ଦୁଝର,୨୯/୭(ଏସ ଏସ ନିଉଜ)ପୋଖରୀରେ ବୁଡି ୪ବର୍ଷର ଶିଶୁକନ୍ୟା ମୃତୁବରଣ କରିଛି।କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡ଼ିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।ଜଣେ ୪ ବର୍ଷ ଶିଶୁକନ୍ୟାର ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।ମୃତକ ହେଲେ ବୁଢ଼ିକାପୁଡି ଗ୍ରାମର ଧର ମୁଣ୍ଡାଙ୍କ ଝିଅ ସନ୍ଧ୍ୟା ମୁଣ୍ଡା ।

ଭାଙ୍ଗିଲା କେନାଲ ବନ୍ଧ

ମାଲକାନଗିରି,୨୯/୭(ଏସ ଏସ ନିଉଜ) କାଲିମେଳାରେ ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ମାନ୍ୟମକୋଣ୍ଡା ପଞ୍ଚାୟତର ପୋଟେରୁ ଗାଁ ନିକଟରେ ରହିଛି ଏହି କେନାଲ । ୨୦ରୁ ୩୦ ଫୁଟ ଓସାରର ବନ୍ଧ ଭାଙ୍ଗିଯିବା ଯୋଗୁଁ ତଳିଆ ଅଞ୍ଚଳରେ ଥିବା ୫୦ ରୁ ୬୦ ଏକର ଧାନ ଚାଷ ଜମିରେ ପାଣି ମାଡି ଯାଇଛି । ଏବେ ଜମି ଉପରେ ୫ ଫୁଟ ଉଚ୍ଚର ପାଣି ଲହରି ମାରୁଥିବାର ଦେଖିବାକୁ ମିଳିଛି ।

ଚାଲିଗଲା ପୁଅର ଜୀବନ

ବ୍ରହ୍ମପୁର,୨୯/୭(ଏସ ଏସ ନିଉଜ) ଗୋପାଳପୁର ରାମଚନ୍ଦ୍ରପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବାପାର ମୃତ୍ୟୁ ପରେ ଆଜି ଗୁରୁତର ଅବସ୍ଥାରେ ପୁଅର ବି ଜୀବନ ଚାଲିଯାଇଛି ।କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ୨୨ ତାରିଖରେ ଘର ଭିତରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା।

ରନ୍‌ଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର,୨୯/୭(ଏସ ଏସ ନିଉଜ)ଜୋରହାଟରେ ରନ୍‌ଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ ।କୋଲକାତା ଆସିବା ସମୟରେ ରନ୍‌ଓ୍ବେରୁ ଖସିଯାଇଥିଲା।ଟେକଅଫ୍‌ ବେଳେ ରନ୍‌ଓ୍ବେରୁ ଖସିପଡିଲା ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଛି ।