Browsing monthly archive

August 2022

ଆଜିର ରାଶିଫଳ

ସେପ୍ଟେମ୍ୱର ମାସ ୦୧ତାରିଖ ୨୦୨୨ ମସିହା(ଗୁରୁବାର) ଭାଦ୍ର-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୫/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୫୧,ତୁଳା ଓ କୁମ୍ଭ ରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନୂଆଖାଇ ପର୍ବ,ବେଲ ଦିବା ଘ୦୩/୪୨ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରି ବାରରେ ସୁଖ- ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

କୁଆଖାଇରେ ବୁଡ଼ି୨ ନିଖୋଜ

କଟକ,୩୧/୮(ଏସଏସନିଉଜ)ଗଣେଷପୁଜାଦିନ କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି ।ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।ନିକଟରେ ୨ଟି ସ୍କୁଟି ରହିଛି ।୫ଜଣ ଯୁବକ ମଧ୍ୟରୁ ୨ଜଣ ଗାଧୋଉ ଥିବାବେଳେ ଅନ୍ୟ୩ଜଣ ଉପରେ ରହିଥିବାବେଳେ ଏହି ଅଘଟଣ ଘଟିଲା ବୋଲି ଜଣାପଡିଛି । ନିଖୋଜ୨ ଯୁବକଙ୍କର ପରିଚୟ ମିଳିପାରିନଥିବାବେଳେ ଖବରପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଖୋଜାଖୋଜି ଆରମ୍ଭ ହୋଇଛି ।

ରାଜଧାନୀରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ବର,୩୧/୮(ଏସ ଏସ ନିଉଜ)ଶାସ୍ତ୍ରୀନଗରର ଏକ ଘରେ କେହି ନଥିବା ବେଳେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଶୁଭଶ୍ରୀ ମହାପାତ୍ର। ଖାରବେଳ ନଗର ଥାନାରେ ଅଭିଯୋଗ କଲେ ସ୍ବାମୀ ଅନନ୍ତ ନାରାୟଣ ନାଥ । ଗତକାଲି ଘରେ ଏକୁଟିଆ ଥିଲେ ଶୁଭଶ୍ରୀ ।ଖାରବେଳ ନଗର ଥାନା ପୋଲିସର ତଦନ୍ତ ଜାରିରହିଛି।

୨ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି,୩୧/୮(ଏସ ଏସ ନିଉଜ)ଅସୁସ୍ଥତା ଯୋଗୁଁ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।ପଡ଼ିଆ ବ୍ଲକ କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ମୃତ୍ୟୁ ବରଣ କରିଛନ୍ତି।ଜଣେ ସପ୍ତମ ଓ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ସୂଚନା ମିଳିଛି।

ଗଣେଶପୂଜା ମଣ୍ଡପକୁ ନେଇ ଗଣ୍ଡଗୋଳ

ଭଦ୍ରକ୩୧/୮(ଏସଏସନିଉଜ) ଧାମନଗର ଥାନା ବେଦପୁର ଗାଁରେ ଗଣେଶପୂଜା ମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି।ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି।ନିୟନ୍ତ୍ରଣ ପାଇଁ ପୋଲିସ ମୂତୟନ ହୋଇଛି।ସେପ୍ଟମ୍ବର ୨ ତାରିଖ ଯାଏଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ସେଣ୍ଟ୍ରିଂ ତଳେ ଚାପି ହୋଇଗଲେ ଶ୍ରମିକ

ରାୟଗଡ଼ା,୩୧/୮(ଏସ ଏସ ନିଉଜ) ବ୍ରିଜ କାମ ବେଲେ ସେଣ୍ଟ୍ରିଂ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ବୋଇଛି।କଲ୍ୟାଣସିଂହପୁରର କଲ୍ୟାଣୀ ନଦୀ ବ୍ରିଜ୍ କାମ ବେଳେ ଅଘଟଣ ଘଟିଛି।ମୃତ ଶ୍ରମିକ କାଶୀପୁରର ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି।

ଆଜିର ରାଶିଫଳ

ଶ୍ରୀ ଗଣେଶ ଚର୍ତୁଥୀ ବ୍ରତ ,୨୦୨୨ ମସିହା ଅଗଷ୍ଟ ମାସ ୩୧ ତାରିଖ (ବୁଧବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ .ତିଥି- ଚର୍ତୁଥୀ ଦିବା ଘ୩/୧୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୪/୧୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୨୩ ,କର୍କଟ ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଚର୍ତୁଥୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଦିବା ଘ୩/୧୯ ଗତେ ବେଲ) ଭକ୍ଷଣ ନିଷେଧ ।  ମେଷ-ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାର ପକ୍ଷରୁ ସୁଖକର ପରିସ୍ଥିତି ରହିବ […]

BMCଉପରେ ଭରସାନାହିଁ

ଭୁବନେଶ୍ୱର,୩୦/୮(ଏସ ଏସ ନିଉଜ)ନିଜ ଜିଦରେ ଅଟଳ ଦାରୁଠେଙ୍ଗ ଗ୍ରାମବାସୀ । ଦାରୁଠେଙ୍ଗ ଗ୍ରାମରେ ସୋମବାର ରାତିରେ ହୋଇଥିବା ଗ୍ରାମସଭାରେ ନିଷ୍ପତ୍ତି । କୌଣସି ପରିସ୍ଥିତିରେ ଅଳିଆ ପକାଇ ଦିଆଯିବନି ।ପ୍ରତିଶ୍ରୁତି ଦେଇ ଠକୁଛି BMC। ସ୍ଥାୟୀ ସମାଧାନ ନହେବା ଯାଏ ଅଳିଆ ପଡ଼ିବ ନାହିଁ । ନଗର ଉନ୍ନୟନ ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି ଗ୍ରାମବାସୀ।

ମୁଣ୍ଡଳିବ୍ରିଜ୍‌ ରେ ଥୁଆହୋଇଛି ସ୍କୁଟି

ବାରଙ୍ଗ,୩୦/୮(ଏସଏସ ନିଉଜ) ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ କେହି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ବ୍ରିଜ୍ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଥିବାରୁ ଡେଇଁ ପଡ଼ିଥିବା ସନ୍ଦେହ ହେଉଛି।ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ।

ଆଜିର ରାଶିଫଳ

ବାଲିତୃତୀୟା ,୨୦୨୨ ମସିହା ଅଗଷ୍ଟ ମାସ ୩୦ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ଦିବା ଘ୩/୩୯ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୧୨ ,ମକର ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଦିବା ଘ୩/୩୯ ଗତେ ମୂଳା ଭକ୍ଷଣ ନିଷେଧ ।  ମେଷ-ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି […]