Browsing daily archive

August 3, 2022

କମିଶନରେଟ୍‍ ପୋଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୮(ଏସ ଏସ ନିଉଜ) ଆଜି କମିଶନରେଟ୍‍ ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି। କଟକ ଜୋନ-୧ ଏସିପି ଶୁଭରଂଜନ ମୁଦୁଲିଙ୍କୁ ଏସିପି ଜୋନ୍‍-୪ ଭୁବନେଶ୍ୱରକୁ ବଦଳି କରାଯାଇଛି ।ଭୁବନେଶ୍ୱର ଜୋନ-୪ ଏସିପି ପରେଶ ଚନ୍ଦ୍ର ରାଉତଙ୍କୁ ସିପି ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି । ଖାର ବେଳନଗର ଥାନାରେ କାର୍ଯ୍ୟରତ ଅରୁଣ କୁମାର ସ୍ୱାଇଁଙ୍କୁ କଟକ ଜୋନ୍‍-୧ ଏସିପି ଭାବେ ବଦଳି କରାଯାଇଛି ।ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ଏସିପି ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି । କ୍ୟାପିଟାଲ ଥାନା […]

ଆଜିରରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୪ ତାରିଖ (ଗୁରୁବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଷଷ୍ଠୀ ପ୍ରାତଃ ଘ୫/୩୭ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୬/୫୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୪ ,ତୁଳା ଓ କୁମ୍ଭ ରାଶି ର ଘାତବାର ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ । ମେଷ-ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। […]

ନାବାଳିକାକୁ ବ୍ଲାକମେଲ କରି ବନ୍ଧ।ହେଲେ ଦୁଇ

ଡେଲାଙ୍ଗ,୩/୮(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରିବା ସହ ମୋବାଇଲରେ ଅଶ୍ଲିଳଫଟୋ ଉଠଇ ବ୍ଲାକମେଲ କରିବା ଅଭିଘୋରେ ସତ୍ୟବାଦୀଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଦିପ୍ତିରଞନସ୍ୱାଇଁ (ଗୁନ)ଓ ଶୁସାନ୍ତକୁମାରନାୟକ(ମୁନା) ।ଗତଦୁଇତାରିଖରେ ଏହି ଦୁଇ ଜଣ ଜଣେ ନାବାଳିକାର ଅଶ୍ଲିଳଫଟୋ ଉଠଇ ବ୍ଲାକମେଲ କରିବା ସହ ସେମାନଙ୍କ ସହ ମିଶିବାକୁ ବାଧ୍ୟ କରୁଥିଲେ ।ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଉଥିବାର ନାବାଳିକା ତାର ପରିବାର ସାହ ଆସି ଥାନାରେ ଅଭିଯୋଗ କରିଥିଲା ।ପୋଲିସ୨୨୫/୨୨କେଶନଂରେ ଏକ […]

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩/୮(ଏସଏସନିଉଜ) ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୂଯାୟୀ ଆଇଏଏଏସ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ସଚିବ ସହ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ରେ ରହିଛନ୍ତି । ସଞ୍ଚୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ଓ ତାଙ୍କୁ ସୂଚନା ଏବଂ ଲୋକସଂପର୍କ ବିଭାଗ ସଚିବ ଏବଂ ବିଡିଏ ଭିସି ଭାବରେ ମଧ୍ୟ ଅତିରିକ୍ତି ଦାୟିତ୍ୱ ,ଅଶ୍ୱଥି ଏସଙ୍କୁ […]

ଗୋଟିଏ ଦିନରେ ତିନି ମୃତଦେହ ଉଦ୍ଧାର

ଭୁବନେଶ୍ୱର,୩/୮(ଏସଏସନିଉଜ) ଭୁବନେଶ୍ୱର ନୟାପଲ୍ଳୀଠାରେ ଏକ ଭଡ଼ା ଘରେ ରହୁଥିବା ରଞ୍ଜିତା ସାହୁ ନାମକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବତୀଙ୍କ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ହୋଇଥିବାବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଅନ୍ୟଏକ ଘଟଣାରେ ନବଦମ୍ପତିଙ୍କ ମୃତଦେହ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଦିଗପହଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଗୋଟିଏ ଲୁଗାରେ ଉଭୟ ସ୍ୱାମୀ-ସ୍ତ୍ରୀ ଝୁଲିପଡ଼ିଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି […]

ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ITI

ଭୁବନେଶ୍ୱର,୩/୮(ଏସଏସନିଉଜ) ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ITI ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି […]

୫ରେ ରାଜଭବନ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର,୩/୮(ଏସଏସନିଉଜ) ଦରଦାମ ବୃଦ୍ଧି, ମୁଢି ଗୁଡ଼ରେ ଜିଏସ୍‌ଟିକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରବ ।ଏଥିପାଇଁ ଆସନ୍ତା ୫ ତାରିଖରେ ରାଜଭବନ କଂଗ୍ରେସ ଘେରାଉ କରିବ ।ରାଜଭବନ ଘେରାଉ ସହ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ । ପ୍ରେସ୍‌ମିଟ୍‌ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।

ବନ୍ଦରରେ ଅଘଟଣ

ପାରାଦ୍ଵୀପ ,୩/୮(ଏସଏସନିଉଜ)ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ ଘଟିଛି । ବୋଟ୍ ରୁ ଖସିପଡ଼ି ମତ୍ସ୍ୟଜୀବୀ ମହେଶ୍ୱର ମାଝୀ ମୃତୁବରଣ କରିଛନ୍ତିା ଓଡ୍ରାଫ ଟିମ୍ ଖୋଜାଖୋଜି କରି ମୃତ ମତ୍ସ୍ୟଜୀବୀ ମାଝୀଙ୍କ ଶବ ଉଦ୍ଧାର କରିଛନ୍ତି ।  

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ASI

ଭୁବନେଶ୍ୱର,୩/୮(ଏସଏସନିଉଜ)ବାଲିପାଟଣା ଥାନା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ଲାଞ୍ଚ ନେଉଥିବାବେଳେ ପୁର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼

ବାସୁଦେବପୁର, ୩/୮(ଏସଏସନିଉଜ) ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼ ହୋଇଥିବାର ଜଣାପଡିଛି । ନାୟକାଣୀଡିହି ଥାନା ରାଜଘରପୋଖରୀ ଗାଁରେ ଏହି ଘଟଣା ଘଟିଛି ।ଗୋଟିଏ ପରିବାରର ଏସିଡ୍ ମାଡ଼ରେ ଅନ୍ୟ ପରିବାରର ଦମ୍ପତି ଗୁରୁତର ଆହତହୋଇଛନ୍ତି । ଏସିଡ୍ ମାଡ଼ରେ ଗୁରୁତର ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।