Browsing daily archive

August 5, 2022

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୬ ତାରିଖ (ଶନିବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ନବମୀ ରାତ୍ରି ଘ୨/୨ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୭/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୦୨ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର , ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଭକ୍ଷଣ ନିଷେଧ । ମେଷ-ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା […]

ମେଣ୍ଢାଶାଳ ସେବା ସମବାୟସମିତି

ମେଣ୍ଢାଶାଳ,୫/୮(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟସମିତିର ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭ୍ୟା କୁନ୍ତଳା ପଟ୍ଟନାୟକ ଏକମାତ୍ର ପାର୍ଥୀରୁପେ ପାର୍ଥୀପତ୍ର ଦାଖଲ କରିଥିଲେ ।ନିର୍ଦ୍ଧାରିତ ସମୟମଧ୍ୟରେ କୈାଣସିପାର୍ଥୀ ପାର୍ଥୀପାର୍ଥୀପତ୍ର ଦାଖଲ କରିନଥିଲେ ।ନିର୍ବଚନ ଅଧିକାରୀ ରାଜେନ୍ଦ୍ରପ୍ରସାଦଦାସ ପଟ୍ଟନାୟକଙ୍କୁ ଉପସଭାନେତ୍ରୀଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ ।ଏହି ନିର୍ବାଚନ ସମୟରେ ସଭାପତି ମହେନ୍ଦ୍ରକୁମାର ପ୍ରଧାନ, ବରିଷ୍ଟ ନାଗରିକ ଭରତଚନ୍ଦ୍ରରାଉତରାୟ,ସଭ୍ୟ ମୁରଲିଧିବିଶ୍ୱାଳ ,ନିମାଁଇବିଶ୍ୱାଳ ,ରାଜଖାନ୍ ,କାଳୁଚରଣ ଦାସ,ଗୁରୁପ୍ରସାଦ ସାମନ୍ତରାୟ,,ରତ୍ନାକରସାହୁ,ପବିତ୍ରପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଶେଷରେ ସମିତି ସମ୍ପାଦକ […]

ରାଗିଗଲେ ସୁର !

ଭୁବନେଶ୍ୱର,୫/୮(ଏସଏସନିଉଜ) ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଜୋରଦାର୍ ବିକ୍ଷୋଭ କରିଥିଲା । ରାଜଭବନ ଘେରାଉ କରିବାକୁ ମାଡ଼ି ଯାଉଥିବା ବେଳେ ବାଟରେ ଅଟକାଇଥିଲା ପୋଲିସ୍ । ବ୍ୟାରିକେଡ୍ ଠେଲି ଧସେଇ ପଶିବା ବେଳେ ସୁର ରାଉତରାୟଙ୍କୁ ଟେକିନେଇଥିଲା ପୋଲିସ ।ଆଉ ରାଗି ଯାଇଥିଲେ ସୁରେଶକୁମାରରାଉତରାୟ ।କହିଲେ କେତେ ଦିନ ଟେକିକି ନେବ ଦେଖିବା ।

କୋରୋନାରେ ଆକ୍ରାନ୍ତହେଲେ ୪୧ ଛାତ୍ରୀ

ରାୟଗଡା, ୫/୮(ଏସଏସନିଉଜ) ଚନ୍ଦ୍ରପୁର ବ୍ଲକ ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ ଙ୍କର କୋରୋନା ପଜିଟିଭ ହୋଇଥିବାର ଜଣାପଡିଛି । ଗତ ବୁଧବାର ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ୨୯ ଜଣ ଚିହ୍ନଟ ହୋଇଛି ।  

ନିଜେ ବିଷପିଇ ଝିଅକୁ ପିଆଇଦେଲେ !

ଯାଜପୁର,୫/୮(ଏସଏସନିଉଜ) ନିଜେ ବିଷ ପିଇ ୧୦ ମାସର ଝିଅକୁ ବିଷ ପିଆଇଲା ମାଆ ।ବିଷ ପିଇବାପରେ ଉଭୟ ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଘରୋଇ କଳିରୁ କୁଆଖିଆ ଥାନା ରସୁଣାସାମନ୍ତରାପୁର ଗାଁରେ ଏହି ଅଘଟଣ ଘଟିଛି ।  

୬ଟି କୋଚିଂସେଣ୍ଟରକୁ ୬ ଲକ୍ଷ ଟଙ୍କା ଜରିମନା

ଆସିକା , ୫/୮(ଏସଏସନିଉଜ) କୋଚିଂ ସେଣ୍ଟର ଗୁଡ଼ିକୁ ୬ ଲକ୍ଷ ଟଙ୍କାର ଜରିମନା ପାଇଁ ନୋଟିସ ଜାରି କରିଛି ଆସିକା ଏନଏସି ।ଅଭିଯୋଗପରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ୬ଟି କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିବା ସହ ୬ ଲକ୍ଷ ଟଙ୍କାର ଜରିମନା ପାଇଁ ନୋଟିସ ଜାରି କରିଛନ୍ତି ।  

ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ

କଳାହାଣ୍ଡି, ୫/୮(ଏସଏସନିଉଜ)ଧର୍ମଗଡ଼ ବିଜୁଏକ୍ସପ୍ରେସ ୱେ ନିକଟରେ ଲେବର ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଏଥିରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୩୬ ଜଣ ଶ୍ରମିକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ୮ ଜଣ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବାର ଜଣାପଡିଛି ।

ଲୁଡ଼ୁ ଖେଳବାରଣକୁ କେନ୍ଦ୍ରକରି ଛୁରାମାଡ

ଭଦ୍ରକ, ୫/୮(ଏସଏସନିଉଜ) କସିଆ ସାମୁଦ୍ରିକ ଥାନା ଅନ୍ତଗତ ବିଦେଇପୁର ମୁନିପାଦରେଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଲୁଡୁଖେଳୁଥିବାବେଳେ ଏହାକୁ କେନ୍ଦ୍ରକରି ଛୁରାମାଡ ହୋଇଛି ।ଏଥିରେ ଦୁଇଜଣ ଅନନ୍ତ ଦାସ ଓ ରଂଗଲା ଦାସ ଗୁରୁତର ହୋଇଥିବାବେଳେ ପୂଜା ଦାସ, ଲିଜା ଦାସ, ରାହୁଲ ଦାସ, ଦିପୁନ ମଳିକ ୪ଜଣ ଆହତ ହୋଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍‌ତ ହେଉଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ରାହୁଲ ଦିପୁନ ଓ ରାଜ ନାମକ ଯୁବକ ମୋବାଇଲରେ ଲୁଡୁ ଖେଳୁଥିବା […]

ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ

ବ୍ରହ୍ମପୁର, ୫/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ପାତ୍ରପୁର ବ୍ଳକ ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ ୮ଟି ସ୍ଥାନରେ ଚଢ଼ାଉ କରୁଛି ।ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସମେତ ତିନିଟି ଗୋଦାମ ସହ ଦୁଇଟା ମାର୍କେଟ କପ୍ଲେକ୍ସ, ଗ୍ୟାସ ଏଜେନ୍ସି, ଗୋଦାମ, ଚାରି ବହୁତଳ […]

୩ଜଣଙ୍କୁ ଗିରଫ କଲା ସିବିଆଇ

ଭୁୁବନେଶ୍ୱର,୫/୮(ଏସଏସନିଉଜ)ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ ମଧ୍ୟ ଗିରଫ ହୋଇଛନ୍ତି ।ଏହାସହ ଠିକାଦାର ସୁମନ୍ତ ରାଉତଙ୍କ ସହ ସିବିଆ ଆଉ ଜଣଙ୍କୁ ଗିରଫ କରିଥିବାନେଇ ସୁଚନା ମଳିଛି ।