Browsing daily archive

August 9, 2022

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା

ଆଠଗଡ଼, ୯/୮(ଏସଏସନିଉଜ)ବନଖଣ୍ଡରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଗିରଫ ହୋଇଥିବା ଫରେଷ୍ଟର ପ୍ରଦୀପ ପରିଡାଙ୍କର ଲାଏ ଡିଟେକ୍ସନ ଟେଷ୍ଟ. ହେବ ।ପ୍ରଦୀପଙ୍କୁ ଷ୍ଟେଟ ଫରେନ ସିକ ସାଇନ୍ସ ଲାବୋରାଟୋରୀ କୁ ଆଣିଲା ବନ ବିଭାଗ ।ପ୍ରଦୀପଙ୍କୁ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ଆଣିଛି ବନବିଭାଗ ।ଅଗଷ୍ଟ ୧ ରେ ପ୍ରଦୀପଙ୍କୁ ଗିରଫ କରିଥିଲା ବନ ବିଭାଗ!.  

ସସ୍ମିତଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ ମିଳିଛି। କୋଇଲା ଓ ଖଣି ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କିମିଟିର ସଦସ୍ୟ ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଆଇନ ମନ୍ତ୍ରାଳୟର ପରାମର୍ଶଦାତା କିମିଟିରେ ଥିଲେ ସସ୍ମିତ ।

ତିନିଦିନ ପରେ ମିଳିଲା ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ

ଅନୁଗୋଳ, ୯/୮(ଏସଏସନିଉଜ) ଡେ଼ରଜଙ୍ଗ ପ୍ରକଳ୍ପରେ ବୁଡ଼ିଯାଇ ନିଖୋଜ ଥିଲେ ଇଞ୍ଜିନିୟର ବିଭାଂଶୁ ପଣ୍ଡା ।ଗତ ରବିବାର ଦିନ ସାଙ୍ଗମାନଙ୍କ ସହ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ବୁଲି ଯାଇଥିଲେ। ସେଠାରେ ସେମାନେ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକଜଣକ ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରିନଥିଲା । ଓଡ୍ରାଫ ସହ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିଧାନଶୁଂଙ୍କୁ ଠାବ କରାଯାଇ ପାରିନଥିଲା ।