Browsing daily archive

August 14, 2022

ଆଜିର ରାଶିଫଳ

ସ୍ବାଧୀନତା ଦିବସ ଓ ଶ୍ରୀ ଅରବିନ୍ଦଙ୍କ ଜୟନ୍ତú,୨୦୨୨ ମସିହା ଅଗଷ୍ଟ ମାସ ୧୫ ତାରିଖ (ସୋମବାର)ଭାଦ୍ରବମାସ -କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ରା ଘ୯/୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫/୨୯/୪୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୧୭ ,ମିଥୁନ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ମୂଳା ଭକ୍ଷଣ ନିଷେଧ ।  ମେଷ-ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲାମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟସାରିବାରେ ସହଯୋଗ ଦେବେ । […]

ଟ୍ରେନ୍ ଟ୍ରାକରେ ଖସିଲା ପଥର

ରାୟଗଡ଼ା,୧୪/୮(ଏସଏସନିଉଜ) ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଖସିପଡିଛି ପଥର ।ଯାହାଫଳରେ ପଥର ଖସିଯିବାରୁ ଟନେଲ ଭିତରେ ଫସି ରହିଛି ମାଲବାହୀ ଟ୍ରେନ୍ ।ଏହିଘଟଣା ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣାରେ ଘଟିଛି ।

ଭଦ୍ରକରେ ବନ୍ୟାସ୍ଥିତି ପରଖିଲେ ପ୍ରଣବ

ଭଦ୍ରକ, ୧୪/୮(ଏସଏସନିଉଜ) ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭଦ୍ରକ ଧାମନଗର ଓ ଧୁଷୁରୀ ଅଞ୍ଚଳର ବନ୍ୟା ସ୍ଥିତି ପରଖିଛନ୍ତି । ଧାମନଗର ଓ ଧୁଷୁରୀରର ହସିନାବାଦ, ମଲ୍ଲିମାହାରା ରାମେଶ୍ୱରପୁର ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଆଖୁଆପଦା ନିକଟରେ ବିପଦ ସଂକେତ ଟପି ପ୍ରବାହିତ ହେଉଥିବା ବନ୍ୟା ଜଳ ପ୍ରଥମେ ଭଣ୍ଡାରୀପୋଖରୀ , ଧାମନଗର […]

ମହାନଦୀରେ ଦେଖାଦେଲା ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସଏସନିଉଜ) ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଥିବା ସହ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ପାଣି ଛଡ଼ା ଯାଇଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି ।ଯାହାଫଳରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ବିଭିର୍ଣ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବହୁ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଛନ୍ତି। ମହାନଦୀର ପଛୁଆ ପାଣି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଆଦି ଗାଁରେ ଘରେ ପାଣି […]

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

ନରସିଂହପୁର,୧୪/୮(ଏସ ଏସ ନିଉଜ)ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ ପଶିଛି। ଅଧିକ ପାଣି ଆସିଲେ ମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ନବରଙ୍ଗପୁର,୧୪/୮(ଏସ ଏସ ନିଉଜ)ଜଙ୍ଗଲ ଜମି ବିବାଦରୁ ଘରପୋଡ଼ି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୩ଟି ଗାଁର ଶତାଧିକ ଗ୍ରାମବାସୀ ଘେରିଛନ୍ତି।କପସାଭଟା, ଶାରିଆଭଟା ଓ ଲକଟିପୋଖନା ଗ୍ରାମବାସୀ ଘେରିବାସହ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ଗ୍ରାମବାସୀ।

ମନ୍ଦିରରେ ପଶିଲା କୁକୁର

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ଆଜି ମନ୍ଦିରରେ କୁକୁର ପଶିଯିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ହୋଇଛି। ଫଳରେ ମାରା ହୋଇଥିବା ପାଖାପାଖି ୩୦ ହଜାର ଟଙ୍କାର ସରକାରୀ ଓ ବେସରକାରୀ ଭୋଗକୁ ନୀତି ଅନୁଯାୟୀ ଅମୁଣିଆ କୂଅରେ ପୋତି ଦିଆଯାଇଛି। ଶ୍ରୀଜିଉଙ୍କ ମହାସ୍ନାନ ସହ ମନ୍ଦିରକୁ ଶୁଦ୍ଧ କରାଯିବା ପରେ ନୀତି ସ୍ବାଭାବିକ ହୋଇଥିଲା।

ବନ୍ୟାଜଳରେ କୁମ୍ଭୀର

ବୌଦ୍ଧ,୧୪/୮(ଏସ ଏସ ନିଉଜ)ରାମଗଡ଼ ନିକଟରେ ମହାନଦୀ କୂଳରେ ଦେଖା ଦେଇଛି କୁମ୍ଭୀର।ବନ୍ୟା ଆଶଙ୍କା ସହ ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି।

ବନ୍ୟା ମୁକାବିଲା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ସମ୍ଭାବ୍ୟ ବନ୍ୟା ପାଇଁ NDRF, ଓଡ୍ରାଫ, ଫାୟାର ଟିମ୍ ମୁତୟନ ହୋଇଛନ୍ତି।ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ SRCଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ NDRF ଟିମ୍ ଓ ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ।ଏହାସହ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ରହିବ।

ମିଳିଲା ମୃତଦେହ

ଆଠଗଡ,୧୪/୮(ଏସ ଏସ ନିଉଜ)ଆଠଗଡ଼ ସାପୁଆ ନଈ ବ୍ରୀଜ୍ ଉପରେ ଦୁର୍ଘଟଣା ଘଟଣାରେ ନଈ ଭିତରୁ ମିଳିଲା ନିଖୋଜ ଶିକ୍ଷକଙ୍କ ମୃତଦେହ। ଶୁକ୍ରବାର ଦିନ ସ୍କୁଲରୁ ଫେରିବା ବେଳେ କ୍ଷୀରଗାଡି ସହ ହୋଇଥିଲା ଦୁର୍ଘଟଣା। ମୃତ ଶିକ୍ଷକ ଜଣକ ହେଲେ ଭୋଗରା ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ରାଉଳ।