Browsing daily archive

August 25, 2022

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୬ ତାରିଖ (ଶୁକ୍ରବାର)ଭାଦ୍ରବ ମାସ -କୃଷ୍ଣପକ୍ଷ .ତିଥି-ଚତୁର୍ଦ୍ଦଶୀ ଦିବା ଘ୧୨/୧୮ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୪ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଅମାବାସ୍ୟାର ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବିରି ଦିବା ଘ୧୨/୧୮ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଂସ ଭକ୍ଷଣ ନିଷେଧ । ମେଷ-ଆଜି ଏକ ଭଲ ଦିନ ହେବ । […]

ବାଇକ୍ ସହ ଭାସିଗଲେ ଯୁବକ !

ଫୁଲବାଣୀ,୨୫/୮(ଏସଏସନିଉଜ) ପୋଲରୁ ବାଇକ୍ ସହ ଭାସିଗଲେ ଯୁବକ ।ସାଂଲୁକୀ ନଦୀ ପୋଲ ଉପରେ ପାଣି ଚାଲୁଥିବାରୁ ଭାସିଗଲେ ।ରାତିରେ ପୋଲ ଉପରେ ପାଣି ଚାଲୁଥିବାରୁ ଜାଣି ପାରି ନ ଥିଲେ ।ନଦୀଖଣ୍ଡିସାହି-ଡାକପାଲାକୁ ସଂଯୋଗ କରୁଛି ସାଂଲୁକୀ ପୋଲ ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପରେ ଅଗ୍ନିଶମ ବାହିନୀ ଆଦି ଖୋଜାଖୋଜି ଆରମ୍ଭ କରିଛି ।    

ମୋବାଇଲ ପାଇଁ ଆତ୍ମହତ୍ୟା !

କେନ୍ଦୁଝର, ୨୫/୮(ଏସଏସନିଉଜ) କେନ୍ଦୁଝର ମହୁଲଡ଼ିହା ଗାଁରେ ଅଭାବନୀୟ ଘଟଣା ଘଟିଛି ।ମୋବାଇଲ୍ ପାଇଁ ଟଙ୍କା ନଦେବାରୁ ପୁଅ ଆତ୍ମହତ୍ୟା କରିଛି ।ମୃତକ ହେଉଛନ୍ତି ବିଶ୍ଵାମିତ୍ର ନାଏକ ।ଗତକାଲି ସନ୍ଧ୍ୟାରେ ମୋବାଇଲ୍ କିଣିବାକୁ ମାଆଙ୍କୁ ୨ ହଜାର ଟଙ୍କା ମାଗିଥିଲେ ବିଶ୍ବାମିତ୍ର ।ଟଙ୍କା ନ ଦେବାରୁ କୀଟନାଶକ ପିଇ ଦେଇଥିଲେ ।  

ବିଦ୍ୟୁତତାର ଲାଗି ୨ହାତୀ ମୃତ

କେନ୍ଦୁଝର, ୨୫/୮(ଏସଏସନିଉଜ) ବିଦ୍ୟୁତ ତାର ଲାଗି ୨ ମାଈ ହାତୀ ମୃତ୍ୟୁବରଣ କରିଛନ୍ତି ।ସଦର ରେଞ୍ଜ୍ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୃତ୍ୟୁବରଣ କରିଛନ୍ତି । କିପରି କେଉଁ ପରିସ୍ଥିତିରେ ବିଦ୍ୟୁତ ତାରରେ ଲାଗିଲେ ଖୋଳତାଡ଼ ଆରମ୍ଭ କରିବାକୁ ଘଟଣା ସ୍ଥଳରେ ପହଞ୍ଚିଲେ ବନ କର୍ମଚାରୀ ।  

ଏଟିଏମ୍ ତାଡ଼ି ନେଇଗଲେ ଦୁର୍ବୃତ୍ତ

ଯାଜପୁର, , ୨୫/୮(ଏସଏସନିଉଜ) ଏସ୍‌ବିଆଇ ଏଟିଏମ୍ ତାଡ଼ି ନେଇଗଲେ ଦୁର୍ବୃତ୍ତ ।ଧର୍ମଶାଳା ଥାନା ନେଉଳପୁରରେ ଇଞଗ ତାଡ଼ି ନେଇଛନ୍ତି ।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।