Browsing daily archive

August 26, 2022

କୁଞ୍ଜବିହାରୀ ମହାବିଦ୍ୟାଳୟର ଗର୍ବ ଓ ଗୈାରବ

ବାରଙ୍ଗ,୨୬/୮(ଏସଏସନିଉଜ)ବିହାରର ପାଟଣାଠାରେ ସେପ୍ଟେମ୍ବର ୧ ରୁ ୪ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଜୁନିଅର କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଓଡିଶା ମହିଳାଦଳରେ ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ କୁମାରୀ ଅନିତା ସେନାପତି ସାମିଲ ହୋଇ ମହାବିଦ୍ୟାଳୟକୁ ଗୌରବନିତ କରିଛନ୍ତି ।ସେ ଜଣେ ପରିଶ୍ରମୀ ଓ କ୍ରୀଡ଼ାବିତ ଅଟନ୍ତି । ସେ ଅତୀତରେ ଯୁକ୍ତ ୨ ଖୋ-ଖୋରେ ଓଡିଶା ଦଳରେ ପ୍ରତିନିଧିତ୍ବ କରିଥିବା ବେଳେ ଗତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା କବାଡି […]

ଆଜିର ରାଶିଫଳ

ଅମାବାସ୍ୟା ଓ ଶ୍ରୀମନ୍ଦିରେ ସପ୍ତପୁରୀ ଭୋଗ ,୨୦୨୨ ମସିହା ଅଗଷ୍ଟ ମାସ ୨୭ ତାରିଖ (ଶନିବାର)ଭାଦ୍ରବମାସ -କୃଷ୍ଣ ପକ୍ଷ ,ତିଥି-ଅମାବାସ୍ୟା ଦିବା ଘ୧/୪୬ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୧୨ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୨/୩୬ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର ,ଅମାବାସ୍ୟାର ଏକୋଦିଷ୍ଟ ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। […]

ଦୁଃଖଦ ଖବର

ଭୁବନେଶ୍ୱର,୨୬/୮(ଏସଏସନିଉଜ) ସାନଝିଅର ଜନ୍ମଦିନରେ ଚଲିଗଲା ୬ଜଣଙ୍କର ଜୀବନ ।ଏହିଭଳି ଦୁଃଖଦ ଘଟଣା ହରିୟାଣାର ଅମ୍ବାଲା ନିକଟସ୍ଥ ବାଲାନା ଗ୍ରାମରେ ଘଟିଛି ।ପରିବାରର ସଦସ୍ୟମାନେ ରାତ୍ରୀ ଭୋଜନ କରି ଶୋଇଥିଲେ ଏବଂ ସକାଳେ ଉଠିନ ଥିଲେ।ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।ପୋଲିସ ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ୩୪ ବର୍ଷିୟ ପୁଅ ସୁଖବିନ୍ଦର ସିଂ ଫାଶୀ ଲଗାଇ ଆତ୍ମହତ୍ୟା କରିବା […]

ଗୁଲାମନବୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୨୬/୮(ଏସଏସନିଉଜ) ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି ବୋଲି ଘୋଷଣା କରିଛନ୍ତି ।ଏହାପରେ ବିଜେପିରେ ସାମିଲ ହେବାର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।ଯାହା ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼, ୨୬/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ । ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଝଉ/ଝଞ ହାଇସ୍କୁଲ ପ୍ରଧାନଶିକ୍ଷକ ସଂଜୟ ସାମଲ ।ଝିଅର ସାର୍ଟିଫିକେଟ ଦେବାକୁ ଜଣେ ଗରିବ ବାପାଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ ।

ପୋଲିସ ଡରରେ ପୋଲରେ ପିଟିଲା କାର୍

ବୌଦ୍ଧ,୨୬/୮(ଏସଏସନିଉଜ)ପୋଲିସ ଡରରେ ପୋଲରେ ପିଟିହୋଇଗଲା କାର୍ ।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ମେହେଗୁଡ଼ି ନିକଟରେ ପିଟି ହୋଇଯାଇଛି କାର୍. ।କାରରେ ଗଂଜେଇ ଥିବା ଖବର ପାଇ ପଛରୁ ପିଛା କରୁଥିଲା ପୋଲିସ ଗାଡ଼ି.ାଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ ପୋଲିସ କରିଥିବାବେଳେ କାରରେ ଥିବା ଆଉ ୨ ଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।