Browsing daily archive

August 31, 2022

ଆଜିର ରାଶିଫଳ

ସେପ୍ଟେମ୍ୱର ମାସ ୦୧ତାରିଖ ୨୦୨୨ ମସିହା(ଗୁରୁବାର) ଭାଦ୍ର-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୫/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୫୧,ତୁଳା ଓ କୁମ୍ଭ ରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନୂଆଖାଇ ପର୍ବ,ବେଲ ଦିବା ଘ୦୩/୪୨ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରି ବାରରେ ସୁଖ- ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

କୁଆଖାଇରେ ବୁଡ଼ି୨ ନିଖୋଜ

କଟକ,୩୧/୮(ଏସଏସନିଉଜ)ଗଣେଷପୁଜାଦିନ କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି ।ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।ନିକଟରେ ୨ଟି ସ୍କୁଟି ରହିଛି ।୫ଜଣ ଯୁବକ ମଧ୍ୟରୁ ୨ଜଣ ଗାଧୋଉ ଥିବାବେଳେ ଅନ୍ୟ୩ଜଣ ଉପରେ ରହିଥିବାବେଳେ ଏହି ଅଘଟଣ ଘଟିଲା ବୋଲି ଜଣାପଡିଛି । ନିଖୋଜ୨ ଯୁବକଙ୍କର ପରିଚୟ ମିଳିପାରିନଥିବାବେଳେ ଖବରପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଖୋଜାଖୋଜି ଆରମ୍ଭ ହୋଇଛି ।

ରାଜଧାନୀରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ବର,୩୧/୮(ଏସ ଏସ ନିଉଜ)ଶାସ୍ତ୍ରୀନଗରର ଏକ ଘରେ କେହି ନଥିବା ବେଳେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଶୁଭଶ୍ରୀ ମହାପାତ୍ର। ଖାରବେଳ ନଗର ଥାନାରେ ଅଭିଯୋଗ କଲେ ସ୍ବାମୀ ଅନନ୍ତ ନାରାୟଣ ନାଥ । ଗତକାଲି ଘରେ ଏକୁଟିଆ ଥିଲେ ଶୁଭଶ୍ରୀ ।ଖାରବେଳ ନଗର ଥାନା ପୋଲିସର ତଦନ୍ତ ଜାରିରହିଛି।

୨ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି,୩୧/୮(ଏସ ଏସ ନିଉଜ)ଅସୁସ୍ଥତା ଯୋଗୁଁ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।ପଡ଼ିଆ ବ୍ଲକ କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ମୃତ୍ୟୁ ବରଣ କରିଛନ୍ତି।ଜଣେ ସପ୍ତମ ଓ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ସୂଚନା ମିଳିଛି।

ଗଣେଶପୂଜା ମଣ୍ଡପକୁ ନେଇ ଗଣ୍ଡଗୋଳ

ଭଦ୍ରକ୩୧/୮(ଏସଏସନିଉଜ) ଧାମନଗର ଥାନା ବେଦପୁର ଗାଁରେ ଗଣେଶପୂଜା ମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି।ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି।ନିୟନ୍ତ୍ରଣ ପାଇଁ ପୋଲିସ ମୂତୟନ ହୋଇଛି।ସେପ୍ଟମ୍ବର ୨ ତାରିଖ ଯାଏଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ସେଣ୍ଟ୍ରିଂ ତଳେ ଚାପି ହୋଇଗଲେ ଶ୍ରମିକ

ରାୟଗଡ଼ା,୩୧/୮(ଏସ ଏସ ନିଉଜ) ବ୍ରିଜ କାମ ବେଲେ ସେଣ୍ଟ୍ରିଂ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ବୋଇଛି।କଲ୍ୟାଣସିଂହପୁରର କଲ୍ୟାଣୀ ନଦୀ ବ୍ରିଜ୍ କାମ ବେଳେ ଅଘଟଣ ଘଟିଛି।ମୃତ ଶ୍ରମିକ କାଶୀପୁରର ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି।