Browsing daily archive

September 21, 2022

ପରମାଣୁ ଧମକ ଦେଲେ ପୁଟିନ୍

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା।ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍।ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି।ୟୁକ୍ରେନକୁ ଅସ୍ତ୍ର କରି ରୁଷିଆକୁ ଧ୍ୱଂସ ପାଇଁ ଉଦ୍ୟମ କରୁଛନ୍ତି।ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି।

ଓଭରଲୋଡିଂ ଗାଡ଼ି ସାବଧାନ!

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ଗାଡ଼ି ଓଭରଲୋଡିଂ ନେଉଥିଲେ ସାବଧାନ। ଧରାପଡ଼ିଲେ ଫାଇନ୍‌ ଗଣିବେ।ଏଥିପାଇଁ ସବୁ ଆରଟିଓମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରିବାକୁ ପ୍ଲାନ ପ୍ରସ୍ତୁତ କରିଛି ବିଭାଗ ।ଓଭର ଲୋଡିଂ ପାଇଁ ଧରାପଡିଲେ ୨୦ ହଜାର ଟଙ୍କା ଫାଇନ ସହ ଅତରିକ୍ତ ବୋଝେଇ ମାଲ ଟନ୍ ୨ ହଜାର ଟଙ୍କା ଲେଖାଁଏ […]

ଜଙ୍ଗଲରୁ ବାବା ଗିରଫ

କାମାକ୍ଷାନଗର,୨୧/୯(ଏସ ଏସ ନିଉଜ) ଜଙ୍ଗଲରେ ବେଆଇନ୍ ଆଶ୍ରମ ସିଲ୍ ସହ ବାବା ଗିରଫ ହୋଇଛନ୍ତି। ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ବେଆଇନ୍ ଆଶ୍ରମ ସିଲ୍ ସହ ବାବାଙ୍କୁ ଗିରଫ କରିଛି ବନବିଭାଗ ।

ଆଖିବୁଜିଲେ କମେଡିଆନ ରାଜୁ ଶ୍ରୀବାସ୍ତବ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ୫୮ ବର୍ଷ ବୟସରେ ପ୍ରାଣ ହରାଇଲେ ରାଜୁ ଶ୍ରୀ ବାସ୍ତବ।ଦିଲ୍ଲୀ AIIMS ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି।ଅଗଷ୍ଟ ୧୦ରୁ ଚାଲିଥିଲା ଚିକିତ୍ସା।ଦୀର୍ଘଦିନ ହେବ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ ।

ସ୍ଥଳଭାଗ ମୁହାଁ ଲଘୁଚାପ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ସ୍ଥଳଭାଗ ମୁହାଁ ହେଉଛି ଲଘୁଚାପ ।ଏହାଫଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷିବା ସହ ୨୪ ଘଣ୍ଟା ପରେ କମିବ ବର୍ଷା ଓ ଲଘୁଚାପର ପ୍ରଭାବ।୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏହାସହ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

ପୁଣି ଜେରା ହେବ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)୨୦୦ କୋଟି ଠକେଇ ମାମଲାରେ ଆଜି ଜ୍ୟାକିଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ଜେରା ହେବ। ଅଭିନେତ୍ରୀଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ। ଫ୍ୟାସନ ଡିଜାଇନର ଲିପାକ୍ଷୀଙ୍କୁ ମଧ୍ୟ ଜେରା ହେବ।

କାୟା ମେଲାଉଛି ଡେଙ୍ଗୁ

ଭୁବନେଶ୍ବର,୨୧/୯(ଏସଏସ ନିଉଜ)ଭୁବନେଶ୍ବରରେ କାୟା ମେଲାଉଛି ଡେଙ୍ଗୁ । ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେଣି ୩୨ ନୂଆ ରୋଗୀ । ରାଜଧାନୀ ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୫୭ ଜଣ ରୋଗୀଙ୍କ ପରିଚୟ ମିଳିନଥିବାର ଜଣାପଡିଛି।

ମୋଦିଙ୍କୁ ବିଶ୍ୱନେତାଙ୍କ ତାରିଫ

ଭୁବନେଶ୍ୱର,୨୧/୯(ଏସ ଏସନିଉଜ)ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ବିଶ୍ୱନେତାମାନେ ତାରିଫ କରିଛନ୍ତି ।ଜାତିସଂଘରେ ମୋଦିଙ୍କ ମନ୍ତବ୍ୟକୁ ଆମେରିକା ଓ ଫ୍ରାନ୍ସ ସମର୍ଥନ ଦେଇଛି।SCOରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ ପାଇଁ କହିବାସହ ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ ବୋଲି ରୋକ୍‌ଠୋକ୍‌ କହିଥିଲେ ମୋଦି।ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ମୋଦିଙ୍କ ସାହସିକ ମନ୍ତବ୍ୟକୁ ତାରିଫ କରିଛନ୍ତି।

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ଼,୨୧/୯(ଏସ ଏସ ନିଉଜ)ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହିଉଛି।ଟାଙ୍ଗରପାଲି ଅତିରିକ୍ତ ତହସି ଲଦାର କୁଳମଣି ପଟେଲଙ୍କ ଘରେ ରେଡ୍ ହୋଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ ହୋଇଛି।ଡୁମାବାହାଲ , ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।