Browsing monthly archive

October 2022

ଆଜି ଆରମ୍ଭ ହେବ ଫିଫା ମହିଳାବିଶ୍ୱକପ୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨।ଓଡିଶା ଓ ଗୋଆରେ ଟୁର୍ଣ୍ଣାମେଂଟ୍‌ର ଓପ୍‌ନିଙ୍ଗ ଗେମ୍ ଖେଳାଯିବ । ଆୟୋଜକରାଷ୍ଟ୍ର ଭାରତ ଆଜି ରାତି୮ଟାରେ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ୟୁଏସ୍‌ଏ ବିପକ୍ଷରେ ପଡିଆକୁ ଓହ୍ଲାଇବ।ସମସ୍ତ ୧୬ଟି ଅଂଶଗ୍ରହଣକାରୀଦଳ ଭେନ୍ୟୁରେ ପହଂଚିସାରିଛନ୍ତି ।ଏଥର ତାଞ୍ଜାନିଆ ପ୍ରଥମଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।

ଆଉ ନାହାନ୍ତି ନରେନ୍ଦ୍ର ନାଥ ନାୟକ

ଭୁବନେଶ୍ୱର,୧୦/୧୦(ଏସ ଏସନିଉଜ)ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଜୟଦେବ ବିଧାନସଭାର ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥନାୟକଙ୍କ ଆଜି ନିଧନ ଘଟିଛି ।ତାଙ୍କ ପାର୍ଥୀବ ଶରୀର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରାଜ୍ୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଶେଷ ଦର୍ଶନ କରି ଦଳୀୟ ପତାକା ଘୋଡାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ମହିଳାଙ୍କୁ ବୀଭତ୍ସ ହତ୍ୟା !

ବାଲୁଗାଁ,୧୦/୧୦(ଏସଏସ ନିଉଜ)ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି।ବାଣପୁର ଥାନା ପଙ୍କାଳଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ଦେଢ଼ଶୁର ଓ ଜଣେ ଦିଅର ମିଶି ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ଭିଡ଼ି ନେଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।ହତ୍ୟାପରେ ୩ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି।

ରାସ୍ତାରେ ଅଳିଆ ଫିଙ୍ଗିଲେ ୫ହଜାର

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ଭୁବନେଶ୍ୱର ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀBMC କମିଶନର। ଏଣିକି ପଚାପରିବା ଓ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା ହେବ।ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହଟଙ୍କା ଜରିମାନା ହେବ।ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଲେ କମିଶନର ।

ବାର୍‌ହା ଫାଶରେ ଚାଷୀମୃତ

ବଲାଙ୍ଗିର,୧୦/୧୦(ଏସଏସ ନିଉଜ)ବାର୍‌ହା ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ଚାଷୀର ମୃତ ହୋଇଛି। ଦେଓଗାଁ ଥାନା କୋରୁଆଝର ଗାଁର ଜଣେ ଚାଷୀର ମୃତୁ ହୋଇଛି।ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲେ ୨ ଚାଷୀ।ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ପଡ଼ୋଶୀ ଘର ଚାଷୀର ମୃତ୍ୟୁ ହୋଇଛି।ପରିବାର ପକ୍ଷରୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ ହୋଇଛି।

କଳିଙ୍ଗଷ୍ଟାଡିୟମରେ କଡା ସୁରକ୍ଷା

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)FIFA ଫୁଟବଲ୍ ବିଶ୍ବକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ।କଳିଙ୍ଗ ଷ୍ଟାଡିୟମର ସମୀକ୍ଷା କଲେ ପୋଲିସ କମିଶନର ଓ ଡିସିପି ।୬ ଅତିରିକ୍ତ DCP, ୧୪ ଏସିପି, ୩୦ ଇନିସପେକ୍ଟର ରହିବେ । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ମୁଲାୟମସିଂ ଯାଦବଙ୍କ ପରଲୋକ

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି।ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥୁଲେ ମୁଲାୟମ ସିଂ ଯାଦବ।୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ସକାଳ ୮ଟା ୧୬ରେ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ପରଲୋକ।ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ ମୁଲାୟମ ସିଂ ଯାଦବ।

ମେଣ୍ଢାଶାଳରେ  ମାଗଜଲକ୍ଷ୍ମୀ ପୂଜା

ମେଣ୍ଢାଶାଳ,୯/୧୦ (ଏସଏସ ନିଉଜ)ପବିତ୍ର କୁମାର ପୁର୍ଣିମା ତିଥି ରେ ମେଣ୍ଢାଶାଳ ଗ୍ରାମ ମା ଦୁଲାଦେବୀ ଛକ ଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମା ଗଜଲଷ୍ମୀ ପୂଜା ଧୁମ ଧାମ ରେ ଅନୁଷ୍ଠିତ ହେଉଅଛି | ସୁଖ, ସମୃଦ୍ଧି, ଐସୂର୍ଯ୍ୟ ଭଣ୍ଡାର ର ମା ଗଜଲକ୍ଷ୍ମୀ ଆଜି ଧରାପୃଷ୍ଠ ରେ ବିରାଜମାନ କରିଛନ୍ତି | ଆଜି ସନ୍ଧ୍ୟା ସମୟ ରେ ଘଣ୍ଟ, ଘଣ୍ଟା, ଶଙ୍ଖନାଦ, ହୁଳହୁଳି ରେ ପୂଜା ମଣ୍ଡପ ପ୍ରକମ୍ପିତ ହେଉଅଛି | ଆଜି […]

ଆଜିର ରାଶିଫଳ

କାର୍ତିକ ବ୍ରତାରମ୍ଭ,୨୦୨୨ ମସିହା ଅକ୍ଟୋବର ମାସ ୧୦ ତାରିଖ (ସୋମବାର)କାର୍ତିକ ମାସ -କୃଷ୍ଣପକ୍ଷ,ତିଥି-ପ୍ରତିପଦା ରାତ୍ରି ଘ୧/୪୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୪୨/୫୭,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୪/୦୭,ମିଥୁନ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। ମେଷ-ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ […]

କଟକ ବାଲିଯାତ୍ରାପାଇଁ ସ୍ଥାନ ଆବଣ୍ଟନ ନିମନ୍ତେ ପଞ୍ଜିକରଣ ଆରମ୍ଭ

କଟକ,୮/୧୦(ଏସଏସନିଉଜ) ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉତ୍ସବ-୨୦୨୨ ନିମନ୍ତେ ବ୍ୟବସାୟୀକ ତଥା ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ ସ୍ଵଚ୍ଛତାଅଧାରରେ ସ୍ଥାନବଣ୍ଟନ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାରବାଟୀ ପ୍ୟାଲେସ, ବାରବାଟୀ ଷ୍ଟାଡିୟମଠାରେ କରାଯାଉଛି। ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ହେବାକୁ ଥିବା କଟକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ଭିଡ଼ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଅଛି। ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ […]