Browsing daily archive

January 30, 2023

ଯୁକ୍ତ୩ରେ ସାମିଲ ହେବ NCC

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ୩ରେ ସାମିଲ ହେବ NCC। ଯୁକ୍ତ୩ର ଜେନେରାଲ ଇଲେକ୍ଟିଭ୍ ସିଲାବସ୍‌ରେ ସାମିଲ ହେବ। ଯୁକ୍ତ ୩ରେ NCCକୁ ସାମିଲନେଇ ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଛି। ସବୁ କୁଳପତି , ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଏହା ଦର୍ଶାଯାଇଛି ।  

ରିମାଣ୍ଡରେ ଆସିବ ଗୋପାଳ

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଦୋଷ ସ୍ବୀକାର କରିଛି ନବକିଶୋରଦାସ ହତ୍ୟାଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହପାଇଁ ରିମାଣ୍ଡଆବେଦନ ସହ ସାକ୍ଷୀଙ୍କ ବୟାନରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାା

ବାଇକକୁ ପିଟିଲା ଥରଗାଡି,୨ଗୁରୁତର

ବାରଙ୍ଗ,୩୦ା୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳୀସାହି ନିକଟ ନନ୍ଦନକାନନ ବାରଙ୍ଗମୁଖ୍ୟ ରାସ୍ତାରେ ସୋମବାରରାତିରେ ଏକ କାର ଧକ୍କାରେ ୨ଜଣ ଗୁରୁତର ହୋଇଛନ୍ତି।ଗୁରୁତର ୨ଜଣ ହେଉଛନ୍ତି ଉକ୍ତଥାନା ବଙ୍ଗାଳୀସାହିର ଲାଳନ ଦାସ(୨୮) ଏବଂ ତାଙ୍କ ପୁତୁରା ସତ୍ୟେନ୍ଦ୍ର ସିଂ (୧୪)। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଡ଼ାକ୍ତରଖାନା ପଠାଇଛନ୍ତି। ସୁଚନାମୁତାବକ ଲାଳନ ନିଜ ପୁତୁରାଙ୍କୁଧରି କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜମାଙ୍କୁ ଦେଖାକରି ନିଜର ବାଇକ(ଓଡ଼ି-୦୫-ଇ-୧୯୮୫) ଯୋଗେ ଘରକୁ ଫେରିବା ସମୟରେ ରାତି ପ୍ରାୟ ୭.୩୦ ସୁଦ୍ଧା ବଙ୍ଗାଳୀସାହି ନିକଟସ୍ଥ ବାଇପାସରେ […]

ଆଜିର ରାଶିଫଳ

୨୩ମସିହା ଜାନୁୟାରୀମାସ ୩୧ତାରିଖ (ମଙ୍ଗଳବାର)ମାଘମାସ – ଶୁକ୍ଲପକ୍ଷ ,ତିଥି-ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୧୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୩/୨୨ ,ମକରରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର , ଏକାଦଶୀ ଓ ପ୍ରାବଣଶ୍ରାଦ୍ଧ କଳମଶାଗ ,ଶିମ୍ବ ଭକ୍ଷଣ ନିଷେଧ । ମେଷ-ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ବୃଷ-ଦିନସାରା ଯୋଜନା ପ୍ରସ୍ତୁତକରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ […]

ଗୋପାଳ ଦାସଙ୍କ ଗଲା ଚାକିରି

ଝାରସୁଗୁଡ଼ା,୩୦ା୧(ଏସଏସନିଉଜ) ଚାକିରିରୁ ବିଦାହୋଇଛନ୍ତି ମନ୍ତ୍ରୀ ନବଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଇଝଓ ଗୋପାଳକୃଷ୍ଣ ଦାସ । ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହେଲା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହୋଇଛି।ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। ସ୍ୱାମୀସ୍ତ୍ରୀଙ୍କ କଳି ତୁଟିଛି।ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ହ୍ୟୁମାନ। ଏଣିକି ସେମାନେ ଏକାଠି ରହିବେ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ।

ବିଏମ୍‌ସି ଡେପୁଟିକମିଶନର ଥାନାରେ ଅଟକ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଜଣେ ଯୁବତୀଙ୍କୁ ଦୁର୍ବବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଯୋଗେଶ୍ୱର ନାୟକ ହେଲେ ଅଟକ ରହିଥିବାର ଜଣାପଡିଛି ।

ଚାଲିଛି ଜେରା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ସୁନ୍ଦରଗଡ଼ ରିଜର୍ଭ ଅଫିସରେ ପଚରାଉଚରା ଚାଲୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କରୁଛନ୍ତି ଜେରା। ଗତକାଲି ରାତିରେ ୨ ଘଣ୍ଟା ଜେରା କରାଯାଇଥିଲା। ଗୋପାଳ ଦାସଙ୍କ ହ୍ୟାଣ୍ଡସ୍ୱପ ନେଇଛି କ୍ରାଇମବ୍ରାଞ୍ଚ।

ନବଦାସ ଅମର ରହେ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଶ୍ମଶାନରେ ନବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ଦିଆଗଲା ଗାର୍ଡ ଅଫ ଅନର । ଖେରୁଆଲ ଶ୍ମଶାନ ଜନସମୁଦ୍ର ରେ ପରିଣତ ହୋଇଛି । ନବଦାସ ଅମରରହେ ଧ୍ବନୀରେ ପ୍ରକମ୍ପିତ ହୋଇଛି ସେହି ଅଂଚଳ।ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ 5Tସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସନେଟ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।