Browsing monthly archive

January 2023

ଡାକୋଟାବିମାନକୁ ପୁଷ୍ପାଞ୍ଜଳିଦେଇ ସ୍ବାଗତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି […]

ଗିରଫହେଲେ ଛାତ୍ରବିଜେଡି ସଭାପତି

ସୁନ୍ଦରଗଡ଼,୧୮।୧(ଏସଏସନିଉଜ) ସୁନ୍ଦରଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହବାଜ ସୟଦ ହୁସେନ୍ ଗିରଫ ହୋଇଛନ୍ତି। ପିଡି ଡିଆରଡିଏ- ବିଜେଡି କର୍ମୀ ଧସ୍ତାଧସ୍ତି ଘଟଣାରେ ସେ ଗିରଫ ହୋଇଛନ୍ତି। ଅତିରିକ୍ତ ତହସିଲଦାରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କଲା ଟାଉନ ପୁଲିସ। କାଲି ବିଶ୍ୱକପ ଟ୍ରଫି ଶୋଭାଯାତ୍ରାରେ ଗଣ୍ଡଗୋଳ ଓ ପାଟିତୁଣ୍ଡ ମାମଲାରେ ପୁଲିସ ନେଇଛି ଏହି ପଦକ୍ଷେପ।  

ବାଜିଲା ନିର୍ବାଚନ ବିଗୁଲ

ଭୁବନେଶ୍ବର,୧୮।୧(ଏସଏସନିଉଜ) ନାଗାଲାଣ୍ଡ , ମେଘାଳୟ , ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଫେବ୍ରୁଆରୀ୧୬ରେ ତ୍ରିପୁରା , ଫେବ୍ରୁଆରୀ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ହେବ ଭୋଟଗ୍ରହଣ । ମାର୍ଚ୍ଚ୨ରେ ଏହି ୩ ରାଜ୍ୟର ଗଣତି ଓ ଫଳାଫଳ ହେବବୋଲି ତାରିଖ ଘୋଷଣା କଲେ ନିର୍ବାଚନ କମିଶନ।  

୨ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା

ଭୁବନେଶ୍ବର,୧୮।୧(ଏସଏସନିଉଜ) ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀବାସଭବନ ଆଗରେ ଅଣ୍ଡାମାଡ଼ କଲେ ଛାତ୍ର କଂଗ୍ରେସ କର୍ମୀ। ୨ଟି ଘଟଣାକୁ ନେଇ ପ୍ରତିବାଦ କରିବା ସହ ଅଣ୍ଡାମାଡ଼ କରିଛନ୍ତି।ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଓ ରାଜଧାନୀରେ ୨ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ କରି ଏପରି କରାଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଘରଆଗରେ ବିକ୍ଷୋଭ ଓ ଅଣ୍ଡାମାଡ଼ ହୋଇଛି। ଅନ୍ୟପଟେ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ଭୁବନେଶ୍ୱର ଜିଲ୍ଲାବିଜେପି। ମାଷ୍ଟରକ୍ୟାଣ୍ଟିନ ଛକରେ ଜିଲ୍ଲାବିଜେପିର ଆନ୍ଦୋଳନ ଓ […]

ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ

ବଲାଙ୍ଗିର,୧୮।୧(ଏସଏସନିଉଜ) କଂଗ୍ରେସପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି। କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଛି। ଗତ ୧୨ରେ ଜିଲ୍ଲାପାଳ-ବିଧାୟକ ପାଟିତୁଣ୍ଡ ଘଟଣାରେ ଆନ୍ଦୋଳନ ହେଉଛି। ବିଜୁ କେବିକେ ପାଣ୍ଠିକୁ ଜିଲ୍ଲାପାଳ ଅନ୍ୟତ୍ର ବିନିଯୋଗ ନେଇ ବଚସା ହୋଇଥିଲା।  

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୧୯ ତାରିଖ (ଗୁରୁବାର)ମାଘ ମାସ – କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୧/୯ ପର୍ଯ୍ୟନ୍ତ ତଦନ୍ତେ ତ୍ରୟେଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୮/୦୧,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୬/୨୧,ତୁଳା ଓ କୁମ୍ଭରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଦ୍ୱାଦଶୀ ଓ ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ,ପୋଇ ଦିବା ଘ୧/୯ ଗତେ ବାଇଗଣ ଭକ୍ଷଣ ନିଷେଧ। 🐏ମେଷ- ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। 🐮ବୃଷ- ନୂଆ […]

ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା ବିମାନ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ଭୁବନେଶ୍ୱରରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ୩ଟି ଲରିରେ ଭୁବନେଶ୍ୱରକୁ ଡାକୋଟା ଅଣାଯାଇଛି। ପଶ୍ଚିମବଙ୍ଗରୁ ଏହା କାଲି ରାତିରେ ବାହାରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲା l

ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆସିଛି।ନିର୍ଯାତନା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ପତ୍ନ।କଟକ DCPଙ୍କୁ ଭେଟି ଅଭିଯୋଗ କରୁଛନ୍ତି ହ୍ୟୁମାନଙ୍କ ପତ୍ନୀ।ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି।କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା

ମାଲକାନଗିରି,୧୭ ୧(ଏସଏସ ନିଉଜ)ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା ହୋଇଛି।ମହୋତ୍ସବରେ ପ୍ରବଳ ଭିଡ଼ରୁ ଦଳାଚକଟା ହେବାରୁ ୫ଜଣ ଆହତ ହୋଇଥିବାର ଜଣାପଡିଛି।ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା।ଗତକାଲି ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମ ଥିଲା।

ଆଜିର ରାଶିଫଳ

ଷଟତିଳା ଏକାଦଶୀ,୨୦୨୩ ମସିହା ଜାନୁୟାରୀ ମାସ ୧୮ ତାରିଖ (ବୁଧବାର)ମାଘ ମାସ – କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୩/୫୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୮/୦୩,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୫/୩୮, କର୍କଟ ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଶିମ୍ବ ଦିବା ଘ୩/୫୨ ଗତେ ପୋଇ ଭକ୍ଷଣ ନିଷେଧ। 🐏ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା […]