Browsing daily archive

February 5, 2023

ଆଜିର ରାଶିଫଳ

ପ୍ରେବୃଆରୀ ମାସ ୦୬ ତାରିଖ ୨୦୨୩ମସିହା (ସୋମବାର)ଫାଲଗୁନମାସ-କୃଷ୍ଣପକ୍ଷ, ତିଥି- ପ୍ରତିପଦ, ସୁର୍ୟୋ ଦୟ-ପ୍ରାତଃ ଘ୦୬/୨୪/ ୦୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୫୦,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ […]

ମଦପିଆଇ ବିଧବାମହିଳାଙ୍କୁ ଗଣଦୁଷ୍କର୍ମ!

ଦଶପଲ୍ଲା,୫ା୨(ଏସଏସନିଉଜ)ଡିମିରିକୁଟିଗ୍ରାମ ନିକଟରେ ଜଣେ ଆଦିବାସୀ ବିଧବାମହିଳାଙ୍କୁ ମଦପିଆଇ ଗଣଦୁର୍ଷ୍କମ କରାଯାଇଥିବା ନେଇ ଦଶପଲ୍ଲାଥାନାରେ ଅଭିଯୋଗ ହୋଇଛି। ଦୁର୍ଷ୍କମପରେ ମହିଳାଜଣକ ଗୁରୁତରଥିବାରୁ ତାଙ୍କୁ ଦଶପଲ୍ଲା, ନୟାଗଡ଼ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।ରଙ୍ଗମାଟିଆ ନିକଟସ୍ଥ ବାରଡାହାଣି ଅଞ୍ଚଳର ଦୁଇଜଣ ମହିଳା ୨ଦିନତଳେ ଡିମିରିକୁଟିଆସିଥିଲେ। ସେଠାରେ ଏକଘର ମଧ୍ୟରେ ଉଭୟ ମଦ୍ୟପାନ କରିବାପରେ ଅନ୍ୟଜଣେ ମହିଳାଘରୁ ବାହାରକୁ ପଳାଇଆସିଥିଲେ। ଏହାପରେ ଦୁଇଜଣ ବ୍ୟକ୍ତି ଘରମଧ୍ୟକୁ ଯାଇ ସଂପୃକ୍ତମହିଳାଙ୍କୁ ଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି ।    

ଚାଲିଗଲା ମାଭାଲୁର ଜୀବନ

ବାଲେଶ୍ବର ,୫ା୨(ଏସଏସନିଉଜ)ଅଜଣା ଗାଡ଼ିଧକ୍କାରେ ଚାଲିଯାଇଛି ଦୁଇଛୁଆ ସହ ମା ଭାଲୁର ଜୀବନ।ରାସ୍ତାପାର ହେବାବେଳେ ଗାଡିଧକ୍କା ହୋଇଥିଲା ବୋଲି ଅନୁମାନ କରାଯାଉଛି । ନୀଳଗିରି ବନବିଭାଗ ଅଧୀନସ୍ଥ ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣାଠାରେ ଗତ ରାତିରେ ଏହି ଘଟଣା ଘଟିଛି ।ଆଜି ସକାଳୁ ସ୍ଥାନୀୟ ଲୋକମାନେ ଏହା ଦେଖିବାପରେ ବନବିଭାଗକୁ ଖବରଦେଇଥିଲେ ।ବନବିଭାଗ କର୍ମଚାରୀମାନେ ଆସି ତିନୋଟି ଭାଲୁଙ୍କର ମୃତଦେହ ଜବତ କରିଛି ।  

ସିନାପାଲିରେ ବାଘ ଆତଙ୍କ

ନୂଆପଡ଼ା, ୫ା୨(ଏସଏସନିଉଜ) ସିନାପାଲିବ୍ଲକ ଟିମନପୁର ଗ୍ରାମପଞ୍ଚାୟତ ଅଧୀନ ହୀରାପୁରଗ୍ରାମର ସେନାପତି ମାଝୀ ନାମକ ଯୁବକ ବାଘଆକ୍ରମଣର ଶିକାର ହୋଇ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।ଯୁବକଜଣକ ସନ୍ଧ୍ୟାରେ ଶୌଚପାଇଁ ଏକ ନାଳକୁ ଯାଇଥିବାବେଳେ ହଠାତ୍ ଏକ କଲରାପତରିଆବାଘ ଆକ୍ରମଣ କରିଥିଲା। ଯୁବକଜଣକ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଁଚିବାରୁ ବାଘଟି ପଳାଇଯାଇଥିଲା ।

ସ୍କର୍ପିଓରୁ ଟଙ୍କାଲୁଟି ବନ୍ଧାହେଲେ ୫

ବୌଦ୍ଧ,୫ା୨(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଗାଡ଼ିରୁ ଟଙ୍କାଭର୍ତ୍ତିବ୍ୟାଗ ଲୁଟିନେବା ଅଭିଯୋଗରେ ବାଉଁଶୁଣିଥାନା ହରିଡ଼ାପାଲିଗାଁର କୁଳମଣି ମେହେର, ବହିରାଗାଁର ସୁରେଶରଣା ଓରଫ ଶରତ, ହେମାନନ୍ଦନାଏକ ,କିସାନନାଏକ ଓ ନୀଳାଦ୍ରିନାଏକ ଙ୍କ ସମେତ୫ଜଣଙ୍କୁପୋଲିସ ଗିରଫକରି କୋର୍ଟଚାଳଣ କରିଛି ।ସେମାନଙ୍କଠାରୁ ଲୁଟହୋଇଥିବା ୧୫ଲକ୍ଷ ୧୫ହଜାର ଟଙ୍କା ସହ ଦାମୀ ହାତଘଣ୍ଟା, ୬ଟି ଡେବିଟ କାର୍ଡ, ୨ଟି କ୍ରେଡିଟ କାର୍ଡ ଓ କିଛି ବ୍ୟକ୍ତିଗତ ପରିଚୟପତ୍ର ପୁଲିସ ଜବତ କରିଛି ।ଜାନୁଆରି ୨୬ତାରିଖରେ ବଲାଙ୍ଗୀରରୁ ଭୁବନେଶ୍ବରଯାଉଥିବା ଏକ ସ୍କର୍ପିଓଗାଡ଼ି ବହିରାଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ […]

ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି

ଭୁବନେଶ୍ୱର,୫ା୨(ଏସଏସନିଉଜ)ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫ । ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନର ଅସୁସ୍ଥତାପରେ ଶେଷନିଶ୍ୱାସ ତ୍ୟାଗକରିଛନ୍ତି ମୁସାରଫ । ଏନେଇ ପାକିସ୍ତାନ ଗଣମାଧ୍ୟମପକ୍ଷରୁ ସୂଚନାମିଳିଛି । ପାକିସ୍ତାନଗଣମାଧ୍ୟମରେ ତାଙ୍କର ଦେହାନ୍ତନେଇ ଖବର ପ୍ରସାରଣହୋଇଛି । ଦୁବାଇର ଆମେରିକାନହସ୍ପିଟାଲରେ ମୁସାରଫ ଆଖିବୁଜିଛନ୍ତି । ତାଙ୍କସମୟରେ ୧୯୯୯ କାର୍ଗିଲଯୁଦ୍ଧ ହୋଇଥିଲା ।    

କକାର ଆକ୍ରମଣରେ ଚାଲିଗଲା ପୁତୁରାର ଜୀବନ

ବଲାଙ୍ଗିର,୫ା୨(ଏସଏସନିଉଜ) ଅଏଁଲାପାଲୀଗାଁରେ ପୂର୍ବଶତ୍ରୁତାକୁ ନେଇ ସମ୍ପର୍କୀୟକକାର ଆକ୍ରମଣରେ ଗୁରୁତରଥିବା ପୁତୁରାର ମୃତ୍ୟୁ ଘଟିଛି । ବୁର୍ଲାରେ ଚିକିତ୍ସାଧୀନଅବସ୍ଥାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ଘଟଣାପରେ ଅଭିଯୁକ୍ତ ଫେରାର୍ ରହିଥିବାବେଳେ ପୁଇଁତଳାପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର,୫ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସସଭାପତି ଶରତପଟ୍ଟନାୟକା ମନ୍ତ୍ରୀ ନବଦାସ ହତ୍ୟାଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶରତପଟ୍ଟନାୟକା କ୍ରାଇମବ୍ରାଞ୍ଚ ନୁହେଁ ସିଟିଂଜଜଙ୍କ ତତ୍ତ୍ବାବଧାନ କିମ୍ବା CBI ତଦନ୍ତପାଇଁ ସେ ଦାବିକରିଛନ୍ତିû ସେପଟେ DGPଙ୍କୁ ଟାର୍ଗେଟକରି କହିଛନ୍ତିଯେ, ପ୍ରଭୁଜଗନ୍ନାଥଙ୍କ ଉପରେ ସବୁଛାଡ଼ିଦେଲେ ଚଳିବନି, ହତ୍ୟାପଛରେ ବଡ଼ଷଡ଼ଯନ୍ତ୍ର ପରିଲାଗୁଛି, ଏଥିସହ ହତ୍ୟାକାଣ୍ଡନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି ଶରତା

ବସକୁ ପିଟିଲା କଣ୍ଟେନର

ବରଗଡ଼୫ା୧(ଏସଏସନିଉଜ) ଟୁରିଷ୍ଟବସକୁ ପିଟିଛି କଣ୍ଟେନରାଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିବାର ଜଣାପଡିଛି ।ଜାତୀୟରାଜପଥର ସୋହେଲା କଲେଜନିକଟରେ ଏହି ଦୁର୍ଘଟଣା ଘଟିଛି ।୪୫ଜଣ ଯାତ୍ରୀଙ୍କୁ ଧରି ଚାରିଧାମ ବୁଲୁଥିବା ବସଟି ପୁରୀରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।

ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର,୫।୧(ଏସଏସନିଉଜ)ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ମାର୍ଚ୍ଚ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମାପରୀକ୍ଷା ଆରମ୍ଭହୋଇ ମାର୍ଚ୍ଚ୨୦ ତାରିଖରେ ଶେଷହେବାନେଇ ବୋର୍ଡପକ୍ଷରୁ ପରୀକ୍ଷାକାର୍ଯ୍ୟସୂଚୀ ପ୍ରକାଶପାଇଛି।ପରୀକ୍ଷା ସକାଳ ୮ଟାରୁ ଆରମ୍ଭହୋଇ ୧୦ଟାରେସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ନମ୍ବର ପରୀକ୍ଷାକରାଯିବ। ୫୦ନମ୍ବର ସଂକ୍ଷିପ୍ତ ଉତ୍ତର ମୂଳକପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍‌ଆର୍ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ରବୁକ୍‌ଲେଟ୍‌ରେ ଲେଖିବାକୁପଡ଼ିବ। ଗଣିତ ପରୀକ୍ଷା ଦିନ ଅତିରିକ୍ତ ୧୫ମିନିଟ୍ ସମୟ ମିଳବା