Browsing daily archive

February 23, 2023

ପ୍ରଶାସନପାଖରେ ନାହିଁ କୋଟିଆ ତଥ୍ୟ

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କୋଟିଆରେ ଆନ୍ଧ୍ର ରାସନ , ଭତ୍ତା ବଣ୍ଟନ କରିବା ତଥ୍ୟ ନାହିଁ। ଜିଲ୍ଲା ପ୍ରଶାସନ ପାଖରେ ଏନେଇ ତଥ୍ୟ ନଥିବା କହିଲେ ରାଜସ୍ବ ମନ୍ତ୍ରୀ। ଏମିତିକି ଆନ୍ଧ୍ର ସେଠାରେ କିଛି ରାସ୍ତା ନିର୍ମାଣ କରିନି କହିଲେ ମନ୍ତ୍ରୀ।ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଏହାଥିଲା ଉତ୍ତର।  

ଚାଲେଂଜକଲେ ଜୟ ନାରାୟଣ !

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ବିଧାନସଭା ଶୂନ୍ୟକାଳ ରେ ଚାଲେଂଜକଲେ ଜୟ ନାରାୟଣ ମିଶ୍ର। ଯଦି ମୁଁ ଅପରାଧୀ , ମୋନାଁରେ ଚାର୍ଜସିଟ୍ କରନ୍ତୁବୋଲି କହିଲେ। ମୁଁ ଖୋଲା ବିତର୍କପାଇଁ ପ୍ରସ୍ତୁତ , ମୋସହ ଖୋଲାବିତର୍କ କରନ୍ତୁ’। ‘ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି।୬ଜଣଙ୍କ ନାଁରେ ୩୦୭ , ୫ଜଣଙ୍କ ନାଁରେ ଅସଦାଚରଣ ମାମଲା ରହିଛି। ଜଣଙ୍କନାଁରେ ବଳାତ୍କାର , ୪ ଜଣଙ୍କ ନାଁରେ ଅପହରଣ ମାମଲା ରହିଛି। ନିଜ କଥାକହି ମାଡ଼ ଖାଇଥିବାଲୋକ ନାଁରେ […]

ଭୂକମ୍ପଜୋନ୍-୩ରେ ତାଳଚେର ବ୍ଲକ

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ଭୂକମ୍ପଜୋନ୍-୩ରେ ତାଳଚେର ବ୍ଲକ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ରହିଛି। ଏହାହେଉଛି ବିଧାନସଭାରେ ରାଜସ୍ବମନ୍ତ୍ରୀ ପ୍ରମିଳାମଲ୍ଲିକଙ୍କ ଲିଖିତ ଉତ୍ତର।NDMA, BMTPCଦ୍ବାରା ଭୂକମ୍ପ ଆଟଲାସ ପ୍ରକାଶିତ କରାଯାଇଛି। ଏହି ଆଟଲାସ ଅନୁସାରେ ତାଳଚେରବ୍ଲକ ଜୋନ୍-୩ ଭାବେ ଚିହ୍ନଟ ହୋଇଛି।

ମହାନଦୀରେ ଜଳପ୍ରବାହ କମିଛି !

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ବିଗତ କିଛିବର୍ଷରେ ମହାନଦୀରେ ଜଳପ୍ରବାହ କମିଛି। ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ଯୋଗୁଁ ଜଳପ୍ରବହ କମୁଛି। ଗୃହରେ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଉତ୍ତରରେ ଏହା କହିଛନ୍ତି।ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ୮ଟି ବ୍ୟାରେଜ କରିଛି’। ‘ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଉଥିବାରୁ ଜଳପ୍ରବାହ କମୁଛି ବୋଲି ମନ୍ତ୍ରୀ କହୁଛନ୍ତି।

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ

ପୁରୀ,୨୩ା୨(ଏସଏସନିଉଜ) ଉତ୍କଳମଣି ଗୋପବନ୍ଧୁଦାସଙ୍କ ଜୀବନଚର୍ଯ୍ୟକୁନେଇ ପ୍ରସ୍ତୁତ ସଂଗ୍ରହାଳୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଉତ୍କଳମଣି ଗୋପବନ୍ଧୁଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ଲୋକାର୍ପିତ ହୋଇଛି ସଂଗ୍ରହାଳୟ। ଏହାସହ ଉତ୍କଳମଣି ଗୋପବନ୍ଧୁଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଲୋକେଶ୍ୱର ମନ୍ଦିରର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୫କୋଟିଟଙ୍କା ବ୍ୟୟବରାଦର ଏହି ପ୍ରକଳ୍ପ ଯୋଗୁ ବଦଳିଛି ସୁଆଣ୍ଡୋର ଚିତ୍ର।

ରାଜଧାନୀ ରାଜରାସ୍ତାରେ ହକ୍ ପାଇଁ ଆନ୍ଦୋଳନ

ଭୁବନେଶ୍ୱର,୨୩ା୨(ଏସଏସନିଉଜ)ଆଶାକର୍ମୀଙ୍କଠାରୁ ଅଧ୍ୟାପକଙ୍କ ପର୍ଯ୍ୟନ୍ତ  ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ସ୍ଥାୟୀ ନିଯୁକ୍ତି ଓ ଦରମାବୃଦ୍ଧି ଦାବିରେ ଆଶାକର୍ମୀଙ୍କ ଧାରଣା ଦିଆଯାଇଛି। ୨୬ହଜାରଦରମା ଓ ୧୦ହଜାର ପେନସନ୍ ଆଶାକର୍ମୀଙ୍କ ଦାବି କରାଯାଇଛି ।ପେନ୍‌ସନ୍ ଲାଗୁ ଦାବିରେ ୬୬୨ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଚାଲିଛି। ସର୍ବନିମ୍ନ ଦରମାଦାବିରେ କୃଷକ ସାଥୀ ଧାରଣାରେ ବସିଛନ୍ତି ।  

୩୦ଲକ୍ଷର ଗଞ୍ଜେଇ ଜବତ

ଲମତାପୁଟ,୨୩ା୨(ଏସଏସନିଉଜ) ମାଛକୁଣ୍ଡପୋଲିସ ଦ୍ବାରା ୩କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି।ଏହି ଗଞେଇକୁ ମୁଲିଆପୁଟ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବେଳେ ଜବତ କରିଛିପୋଲିସ । ଜବତଗଞ୍ଜେଇର ଆନୁମାନିକମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ବାଲେଶ୍ବର,୨୩ା୨(ଏସଏସନିଉଜ) ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ସହକାରୀଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଅଜୟସେନାପତି ହେଉଛନ୍ତି ବାଲେଶ୍ବର ପୂର୍ତ୍ତଡିଭିଜନ-୨ରସହକାରୀଯନ୍ତ୍ରୀ । ଆୟ ବର୍ହିଭୂତସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବାବେଳେ ଏକକାଳିନ । ବାଲେଶ୍ବର , ପୁରୀ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି ।  

ଆମ୍ବୁଲାନ୍ସରେ ଗଞ୍ଜେଇ

ସବୁର୍ଣ୍ଣପୁର,୨୩ା୨(ଏସଏସନିଉଜ) ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ଧରାପଡ଼ିଛି ।ବୌଦ୍ଧରୁ ରାୟପୁର ଚାଲାଣବେଳେ ବ୍ଲକଛକରୁ ଧରାପଡ଼ିଛି ।ଜବତହୋଇଥିବା ୪କ୍ବିଣ୍ଟାଲ୨୦କେଜି ଗଞ୍ଜେଇର ମୂଲ୍ୟ ୪୦ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି ।

୮ସହରରେ ସହରାଞ୍ଚଳ ପ୍ରାଥମିକସ୍ବାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର,୨୩ା୨(ଏସଏସନିଉଜ)ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟମିସନ ଅଧୀନରେ ହେବ ସ୍ବାସ୍ଥ୍ୟକେନ୍ଦ୍ରାଏହି ୮ ଟିସହର ହେଉଛି ଯାଜପୁର, ବ୍ୟାସନଗର, ରାଇରଙ୍ଗପୁର, ସୋର,ମାଲକାନଗିରି, ରାଜଗାଙ୍ଗପୁର, ତାଳଚେର ଓ କଟକ ଝୋଲାସାହି ବୋଲି ଜଣାପଡିଛି ।