Browsing daily archive

March 24, 2023

ଗାଡ଼ିଧକ୍କାରେ ୧ମୃତ, ୨ଗୁରୁତର

ପାଟଣାଗଡ଼,୨୪।୩(ଏସଏସ ନିଉଜ) ଅଜଣା ଗାଡ଼ି ଧକ୍କାରେ ଜଣେ ମୃତୁବରଣ କରିଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି। ଧୁମଭଟା ଦେଓଗାଁ ନିକଟରେ ବାଇକ୍‌ରେ ଫେରିବା ବେଳେ ଦୁର୍ଘଟଣା ଘଟିଛି। ୩ ଜଣ ଷୋହଳ ପ୍ରହରୀ ଦେଖିଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ବୁର୍ଲା ଓ ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।

୧୪ଫୁଟର ଅହିରାଜ

ଦଶପଲ୍ଲା,୧୪।୩(ଏସଏସ ନିଉଜ)ଘରେ ଶୋଇଥିଲା ୧୪ ଫୁଟର ଅହିରାଜ ପସିଯାଇ ଥିଲା।ଦଶପଲ୍ଲା ନିକଟ ସିମିଳିସାହି ଗ୍ରାମପଞ୍ଚାୟତ କଇଁମଗ୍ରାମରୁ ଉଦ୍ଧାର ହୋଇଛି ୧୪ଫୁଟ୍ ଲମ୍ବର ଅହିରାଜ ସାପ।

ଖରସ୍ରୋତାରୁ ମିଳିଲା ମୃତଦେହ

ଯାଜପୁର,୨୪।୩(ଏସ ଏସ ନିଉଜ)ଖରସ୍ରୋତାକୁ ଡେଇଁଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।NH-୧୬ ସାହାପୁର ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭାସମାନ ଅବସ୍ଥାରେ ଦେଖି ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। କାଲି ସାହାପୁର ବ୍ରିଜ ନିକଟରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ।

ଜଙ୍ଗଲରେ ପଡିଛି ଯୁବକଯୁବତୀଙ୍କ ମୃତଦେହ

ମାଲକାନଗିରି,୨୪।୩(ଏସଏସ ନିଉଜ) ତମସା ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ଦିନତଳୁ ଉଭୟ ନିଖୋଜ ଥିଲେ ।ବିଷପିଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମାଲକାନଗିରି ପୋଲିସର ତଦନ୍ତ ଆରମ୍ଭ କରିଛି।