Browsing monthly archive

March 2023

୨୪ରେ ଉରାଳୀ ଦଧିବାମନଜୀୟୁ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ

କଟକ,୨୨।୩(ଏସଏସ ନିଉଜ)ସଦରଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ସର୍ବପୁରାତନ ଶ୍ରୀଶ୍ରୀ ଦଧିବାମନଜୀୟୁଙ୍କ ନୂତନ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖରେ ଉଦଯାପିତ ହେବ ।ଚାରିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୪ ତାରିଖରେ ଅଧିବାସ, ୨୫ ତାରିଖରେ କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ, ୨୬ରେ ସୂର୍ଯ୍ୟପୂଜା ଗୋପୂଜା, ଚଣ୍ଡୀପାଠ,୨୭ରେ ପୁର୍ଣ୍ଣହୁତି ,ନୃତ୍ୟ, ଭଜନ, ପ୍ରବଚନ,ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।ଏହାସହ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ, ମିନାବଜାର, ଚକ୍ରୀଦୋଷୀର ବ୍ୟବସ୍ଥା କରାଯାଇଛି […]

ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼,୨୨।୩(ଏସଏସ ନିଉଜ) ତଳସରାଥାନା ଦମପୁଡ଼ା ଗାଁରେ ଏକ ଘର ଭିତରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ତ୍ରୀକୁ ମାରି ସ୍ୱାମୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ପାରାଦୀପରେ IOCL ରେହେବ ବଡ଼ନିବେଶ

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ପାରାଦୀପରେ IOCL କରିବ ସବୁଠାରୁ ବଡ଼ ନିବେଶ। ୬୧ ହଜାର ୭୭ କୋଟି ଟଙ୍କାର ହେବ ପେଟ୍ରୋକେମିକାଲ କମ୍ପେଲକ୍ସ। ଟ୍ବିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।PM ମୋଦି ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଦେଳେ ଧନ୍ୟବାଦ । ପୂର୍ବ ଭାରତ ଓ ଓଡ଼ିଶାର ବିକାଶ ପାଇଁ ଦେଲେ ଧନ୍ୟବାଦ।

ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ଭୁବନେଶ୍ବର ଶିଶୁଭବନ ଛକରେ ଅଭାବନୀୟ ଘଟଣା ଘଟିଛି।ହୋର୍ଡିଂଟାୱାର ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନାପରେ ଅଗ୍ନିଶମ କର୍ମଚାରୀଙ୍କଦ୍ବାରା ଉଦ୍ଧାର କରାଯାଇଛି। ପ୍ରାୟ ୨ଘଣ୍ଟା ପରେ ଟାୱାର ଉପରୁ ଉଦ୍ଧାର ହେଲେ ସଂପୃକ୍ତ ବ୍ୟକ୍ତି।

ଆଜିର ରାଶିଫଳ

ମାର୍ଚ୍ଚମାସ ୨୨ତାରିଖ ୨୦୨୩ ମସିହା(ବୁଧବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୮/୩୩ ଗତେ ଦ୍ଵିତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୫/ ୫୪/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୩୯,ଧନୁରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୦ମଧ୍ୟେ ଓ ଘ୦୧/୨୬ ଗତେ ଘ୦୧/୫୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୪/୧୬ ଗତେ ଘ୦୫ /୫୩ ମଧ୍ୟେ,ପାଣିକଖରୁ ରାତ୍ରି ଘ୦୮/୩୩ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ। ମେଷ-ମନ ଭିତରର ଅକୁହା କଥା ମାନସିକଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। […]

ସେକ୍ସ ରାକେଟ ଠାବ

  ବାଲେଶ୍ୱର,୨୧।୩(ଏସଏସ ନିଉଜ)ବାଲେଶ୍ୱର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ ହୋଇଛି।ଏହି ଘଟଣାରେ ୧୩ଜଣ ଗିରଫ ହୋଇଛନ୍ତି।ବସ୍ତା, ସିଙ୍ଗଲା ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଗିରଫ କରା ଯାଇଛି।ରାକେଟରେ ସାମିଲ ଯୁବତୀଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରା ଯାଇଛି।ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଞ୍ଚଳର ଯୁବତୀ ରାକେଟରେ ସାମିଲ ଥିଲେ।ପୂର୍ବରୁ ମାଷ୍ଟର ମାଇଣ୍ଡ ଲିଙ୍କନ ସାହୁକୁ ଗିରଫ କରିଛି ପୋଲିସ।

ଚାଲିଛି ଜଙ୍ଗଲୀଶାସନ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି କହିଛନ୍ତି ନରସିଂହ ମିଶ୍ର।ଗୃହବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି।ଜଙ୍ଗଲୀଶାସନର ପ୍ରମାଣ ନବ ଦାସ ହତ୍ୟା, ଷଢ଼ଯନ୍ତ୍ରକାରୀ ଧରାପଡ଼ିନି ବୋଲି କହିଛନ୍ତି।୫୦ଦିନ ପରେ ବି କାରଣ ଅସ୍ପଷ୍ଟ, ଷଢ଼ଯନ୍ତ୍ରକାରୀ କିଏ କୁହାଯାଉନି’ ବୋଲି କହିଛନ୍ତି।

ବିଲକୁ ଓଲଟିଲା ଭ୍ୟାନ୍‌

ଖୋର୍ଦ୍ଧା,୨୧।୩(ଏସଏସନିଉଜ) ବିଲକୁ ଓଲଟି ପଡ଼ିଲାଭ୍ୟାନ୍‌ । TBP ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌।ଯାହାଫଳରେ ୬ଜଣ ଯବାନ ଆହତ ହୋଇ ଥିବାବେଳେ ଛତିଶଗଡ଼ ଯାଉ ଥିବା ବେଳେ ବୋଲଗଡ଼ ନିକ ଟରେ ଓଲଟିପଡ଼ିଥିଲା ଭ୍ୟାନ।

ଛୁଆକୁ ଛାଡି ସ୍ୱାମୀସ୍ତ୍ରୀ ଛୁ

  ସୋର,୨୧।୩(ଏସଏସନିଉଜ) ଦମ୍ପତିଙ୍କ କଳିରେ ଅଲୋଡା ହେଲା ୮ ବର୍ଷର ପୁଅ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ହେବାରୁ ରାସ୍ତାରେ ଛୁଆକୁ ଛାଡି ପଳାଇ ଗଲେ ସ୍ୱାମୀସ୍ତ୍ରୀ।ସୋରଥାନା ଉତ୍ତେରଶ୍ୱର ଛକରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।

୧୨ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ଘଡ଼ଘଡ଼ି, ବର୍ଷା, ପବନ ନେଇ କଟକ, ଭୁବନେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।ଟୁଇନ୍ ସିଟି ସହ ୧୨ଟି ଜିଲ୍ଲାକୁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ଗଂଜାମ, ମୟୂରଭଂଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।