Browsing monthly archive

April 2023

ଆଜିର ରାଶିଫଳ

୧-୫-୨୦୨୩(ସୋମବାର)ସନ୍ଧ୍ୟା ଘ୬।୩୯ ଗତେ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବଫାଃ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ରାତ୍ରି ଘ୧।୧୦ ଗତେ କନ୍ୟା ବିଛା ଧନୁ ମକର ମୀନ ମେଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବୃଷରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ରାତ୍ରି ଘ୧୦।୨୫ ଗତେ ଘ୧।୫୦ ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଶିମ୍ବ […]

ପଞ୍ଜାବରେ ଗ୍ୟାସ୍ ଲିକ୍

ଭୁବନେଶ୍ୱର,୩୦ା୪(ଏସଏସନିଉଜ)ପଞ୍ଜାବରେ ଗ୍ୟାସ୍ ଲିକ୍ ହେବାରୁ ୧୧ଜଣଙ୍କର ମୃତ୍ୟୁ ଘଟିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଶରୀରରଙ୍ଗ ନୀଳ ପଡିଯାଉଛି । କେଉଁ ପ୍ରକାର ଗ୍ୟାସ୍ ଲିକ୍ ଯୋଗୁଁ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।ଅନ୍ୟପଟେ ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ ସାମିଲ ହୋଇଥିବାବେଳେ ଘଟଣାସ୍ଥଳରେ ଡାକ୍ତରିଟିମ ପହଁଚିଥିବାର ଜଣାପଡିଛି ।

ପିକ୍ଅପ୍ ପଛକୁ ପିଟିଲା ମୋବସ୍

ଖୋର୍ଦ୍ଧା,୩୦ା୪(ଏସଏସନିଉଜ) ପିକ୍ଅପ୍ ପଛକୁ ମୋ ବସ୍ ପିଟିଦେଇଥିବାରୁ ୧୦ଜଣ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୧୬ ମକୁନ୍ଦପ୍ରସାଦ ନିକଟରେ ଏହି ଦୁର୍ଘଟଣା ଘଟିଛି ।ପିକ୍ଅପ୍‌ରେ ଥିବା ୨ଜଣ ଗୁରୁତର ଆହତ ହୋଇଥିବାବେଳେ ୮ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ଆକର୍ଷଣ ସାଜିଛି ବ୍ରହ୍ମରାକ୍ଷସୀ

ବ୍ରହ୍ମପୁର,୩୦ା୪(ଏସଏସନିଉଜ) ସରିଆସୁଛି ବୁଢୀ ଠାକୁରାଣୀ ଯାତ୍ରା । ଯାତ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।ଏହାକୁନେଇ ଜମୁଛି ପୁରୁଣାବ୍ରହ୍ମପୁର ଓ ବଡବଜାର ଅଞ୍ଚଳ ।ଯାହାଫଳରେ ଲୋକଙ୍କ ନାହିଁନଥିବା ଭୀଡ ଲାଗିରହୁଛି ।ଶହଶହ ବର୍ଷର ପୁରୁଣା ବୁଢିଠାକୁରାଣୀ ଯାତ୍ରାର ଅନେକ କିମ୍ବଦନ୍ତୀ ଓ ପରମ୍ପରା ରହିଛି ।ଏହି ଅବସରରେ ମାଆ ବାପଘରକୁ ଆସିବା ପରେ ନଗର ପରିକ୍ରମା କରିଥାନ୍ତି । ବିଶେଷକରି ରଥ , କଳାକୁଞ୍ଜ ,ବିଭିର୍ଣ ବେଶଧାରୀ କଲାକାର ଓ ମାନସିକଧାରୀଙ୍କ ନୃତ୍ୟ ଯାତ୍ରାର […]

ପୋଲିସହାତରେ ବାଇକ୍ ଲୁଟେରାଗ୍ୟାଙ୍ଗ

ଭୁବନେଶ୍ୱର,୩୦ା୪(ଏସଏସନିଉଜ)ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି କ୍ୟାପିଟାଲଥାନା ପୁଲିସ ।ଧରାପଡିଥିବା ଏହି ଗ୍ୟାଙ୍ଗରେ ଜଣେ ଲୁଟେରାସହ ୩ ଜଣ କବାଡିଆ ଅଛନ୍ତିାଏକନମ୍ବର ହାଟ ଓ ବିଭିନ୍ନ ପାର୍କରପାର୍କିଂରୁ ବାଇକଚୋରି କରିବାପରେ ଏହାରପାର୍ଟ ଖୋଲି କବାଡ଼ିଆଙ୍କୁବିକ୍ରି କରୁଥିଲା ମାଷ୍ଟରମାଇଣ୍ଡ ଏମ.ସୁକାନ୍ତ ରେଡ୍ଡି ।ମୋଟ ୧୬ଟି ବାଇକ ସହ ପାର୍ଟ୍ସ ଜବତ କରିଛି କ୍ୟାପିଟାଲଥାନା ପୋଲିସ ।

ଭଗବତୀନଗର ପ୍ରିମିୟରଲିଗ୍ ମ୍ୟାଚ୍ ଉଦଯାପିତ

ବାରଙ୍ଗ,୩୦।୪(ଏସଏସନିଉଜ)ଭୁବନେଶ୍ବରବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀ ନଗର ଗ୍ରାମମୁଣ୍ଡ ଖେଳ ପଡିଆରେ ରବିବାର ଅପରାହ୍ନ ସମୟରେ ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଶେଷ ଦିନରେ ଅନୁଷ୍ଟିତ ଫାଇନାଲମ୍ୟାଚ୍ ବ୍ଲାକ୍ କୋବ୍ରା ସହିତ ଗୋଲଡେନ୍ ଷ୍ଟାର ମଧ୍ୟରେ ହୋଇଥିଲା।ଏଥିରେ ଗୋଲଡେନ୍ ଷ୍ଟାର ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୭ଓ୍ବିକେଟ ବିନିମୟରେ ୫୦ ରନ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବ୍ଲାକ୍ କୋବ୍ରା ଦଳ ୮ଓଭରରେ ୬ଓ୍ବିକେଟ […]

କାଞ୍ଜିଆନେଲା ଯୁବକର ଜୀବନ

ବାରଙ୍ଗ,୩୦।୪(ଏସଏସନିଉଜ) ରବିବାର ସକାଳେ କାଞ୍ଜିଆ ହ୍ରଦରେ ଭାସୁଥିବାବେଳେ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନା ପୋଲିସ।ମୃତକ ହେଉଛନ୍ତି ଢେଙ୍କାନାଳ ଭୁବନ ଅଂଚଳର ଅପନି ବେହେରା(୩୫) ଓରଫ କାଳିଆ।ସେ ଜଗନ୍ନାଥମନ୍ଦିର ପଛପଟ ଟାଙ୍ଗି ଉପରେ ରହୁଥିବା ଭଉଣୀଭିଣେଇଙ୍କ ପାଖରେ ରହୁଥିଲା। ପ୍ରକାଶଯେ,କାଳିଆ ସବୁଦିନ ଭଳି ରବିବାର ସକାଳେ କାଞ୍ଜିଆ ହୃଦକୁ ଗାଧୋଇବାକୁ ଯାଇ ଥିଲେ।ଗୋଡ଼ ଖସିଯିବାରୁ ସେ ଗାଧୋଇବା ବେଳେ ବୁଡି ଯାଇଥିବାର ଅନୁମାନ କରାଯାଉଛି।କିଛି ସମୟପରେ ଟାଙ୍ଗି ଉପରେ ରହୁଥିବା କିଛି ଯୁବକ ଗାଧୋଇବାକୁ କାଞ୍ଜିଆକୁ […]

ଆଜିର ରାଶିଫଳ

୩୦-୪-୨୦୨୩(ରବିବାର)କର୍କଟ ଓ ମକର ରାଶିମାନଙ୍କର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୨ ଗତେ ଘ୧।୧୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧ ଗତେ ଘ୨।୨୬ ମଧ୍ୟେ କାଳରାତ୍ରି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମଶାଗ ରାତ୍ରି ଘ୮।୩୪ ଗତେ ଶିମ୍ବଭକ୍ଷଣ ନିଷେଧ ଅମୃତ – ଦିବା ଘ୬।୮ ଗତେ ଘ୯।୨୦ ମଧ୍ୟେ ରାତ୍ରି ଘ୭।୪୨ ଗତେ ଘ୯।୧୮ ମଧ୍ୟେ । ମାହେନ୍ଦ୍ର– ଦିବା ଘ୬।୮ ମଧ୍ୟେ ଘ୧୨।୩୨ […]

ଓଲଟିଲା ଟ୍ରକ

ଭଦ୍ରକ,୨୯।୪(ଏସଏସନିଉଜ) ଟ୍ରକ୍‌କୁ ପଛରୁ ପିଟି ଓଲଟି ପଡ଼ିଛି ଟ୍ରକ୍‌।ଯାହାଫଳରେ ୬ଜଣ ଗୁରୁତର ଆହତ ହୋଇଛନ୍ତି।ଗ୍ରାମାଞ୍ଚଳଥାନା ତ୍ରିଶୁଳପୁର ଛକରେ ଏହି ଦୁର୍ଘଟଣା ଘଟିଛି।ଟ୍ରକ୍‌କୁ ପଛରୁ ଟ୍ରକ୍‌ ପିଟିବା ଯୋଗୁ ପଛ ଟ୍ରକ୍‌ ଡ୍ରାଇଭର ସହ ୬ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ୬ଜଣ ଥିଲେ। କଲିକତାରୁ ଟ୍ରକ୍‌ଟି ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ବ୍ରିଜ୍ ତଳେ ଶୋଇଛି କୁମ୍ଭୀର

କଟକ,୨୯।୪(ଏସଏସନିଉଜ)ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର ।ନଇପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଛନ୍ତି ଲୋକେ।କୁମ୍ଭୀରଟି କେଉଁଆଡୁ ଏଠାକୁ ଆସିଲା ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ କୁମ୍ଭୀରକୁ ନେଇ ଛନକା ପଶିଯାଇଛି।