Browsing daily archive

April 29, 2023

ଆଜିର ରାଶିଫଳ

୩୦-୪-୨୦୨୩(ରବିବାର)କର୍କଟ ଓ ମକର ରାଶିମାନଙ୍କର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୨ ଗତେ ଘ୧।୧୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧ ଗତେ ଘ୨।୨୬ ମଧ୍ୟେ କାଳରାତ୍ରି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମଶାଗ ରାତ୍ରି ଘ୮।୩୪ ଗତେ ଶିମ୍ବଭକ୍ଷଣ ନିଷେଧ ଅମୃତ – ଦିବା ଘ୬।୮ ଗତେ ଘ୯।୨୦ ମଧ୍ୟେ ରାତ୍ରି ଘ୭।୪୨ ଗତେ ଘ୯।୧୮ ମଧ୍ୟେ । ମାହେନ୍ଦ୍ର– ଦିବା ଘ୬।୮ ମଧ୍ୟେ ଘ୧୨।୩୨ […]

ଓଲଟିଲା ଟ୍ରକ

ଭଦ୍ରକ,୨୯।୪(ଏସଏସନିଉଜ) ଟ୍ରକ୍‌କୁ ପଛରୁ ପିଟି ଓଲଟି ପଡ଼ିଛି ଟ୍ରକ୍‌।ଯାହାଫଳରେ ୬ଜଣ ଗୁରୁତର ଆହତ ହୋଇଛନ୍ତି।ଗ୍ରାମାଞ୍ଚଳଥାନା ତ୍ରିଶୁଳପୁର ଛକରେ ଏହି ଦୁର୍ଘଟଣା ଘଟିଛି।ଟ୍ରକ୍‌କୁ ପଛରୁ ଟ୍ରକ୍‌ ପିଟିବା ଯୋଗୁ ପଛ ଟ୍ରକ୍‌ ଡ୍ରାଇଭର ସହ ୬ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ୬ଜଣ ଥିଲେ। କଲିକତାରୁ ଟ୍ରକ୍‌ଟି ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ବ୍ରିଜ୍ ତଳେ ଶୋଇଛି କୁମ୍ଭୀର

କଟକ,୨୯।୪(ଏସଏସନିଉଜ)ଧବଳେଶ୍ୱର ବ୍ରିଜ୍ ତଳେ ଶୋଇଛି କୁମ୍ଭୀର ।ନଇପଠା ବାଲିରେ କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଛନ୍ତି ଲୋକେ।କୁମ୍ଭୀରଟି କେଉଁଆଡୁ ଏଠାକୁ ଆସିଲା ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ କାହାର କ୍ଷୟକ୍ଷତି ହୋଇନଥିବା ବେଳେ କୁମ୍ଭୀରକୁ ନେଇ ଛନକା ପଶିଯାଇଛି।