Browsing daily archive

May 3, 2023

ଆଜିର ରାଶିଫଳ

ମଇମାସ ୦୪ତାରିଖ୨୦୨୩ ମସିହା(ଗୁରୁବାର) ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୧/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୦୭/୩୯, ତୁଳା ଓ କୁମ୍ଭରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଦିବା ଘ୦୧/୨୧ ଗତେ ଘ୦୩/୪୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୫ ମଧ୍ୟେ ଓ ଘ୧୦/୦୮ ଗତେ ଘ୧୨/୩୩ ମଧ୍ୟେ, ବିରି ଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁ ମାନଙ୍କ […]

ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ

ଭୁବନେଶ୍ୱର,୩।୫(ଏସଏସନିଉଜ)ଇଚ୍ଛାପୁରମରେ ଭୁଶୁଡ଼ିପଡିଛି ବ୍ରିଜ, ଲଟକି ରହିଛି ଟ୍ରକ ।ବ୍ରିଜ ମଝିରେ ଲଟକି ରହିଛି ମାଲ ବୋଝଇ ଟ୍ରକ।ଭୁଶୁଡ଼ିପଡିଛି ଗଞ୍ଜାମ ଓ ଆନ୍ଧ୍ରକୁ ଯୋଗ କରୁଥିବା ବ୍ରିଜ ।ଭୁଶୁଡ଼ି ଥିବା ବ୍ରିଜଟି ୧୯୨୬ ମସିହା ବ୍ରିଟିଶ ଅମଳର ହୋଇଥିବା ବେଳେ ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩।୫(ଏସଏସ ନିଉଜ)କାଲି ଓଡ଼ିଶାଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁର ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟର କାର୍ଯ୍ୟସୂଚୀ ଆସି ପହଂଚିଛି। ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ।ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।୪ଟା୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ସିଧା ଦୁବାଇ

ଭୁବନେଶ୍ୱର,୩।୫(ଏସଏସ ନିଉଜ)ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ତାଙ୍କ ସୂଚନା ମୁତାବକ ମେ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ ହେବ।ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ ବୋଲି କହିଛନ୍ତି।

୨ ଶାରୀ ନନ୍ଦନକାନନ ଆସିଲା

ବାରଙ୍ଗ,୨।୫(ଏସଏସନିଉଜ) ପୁରୀ ଡିଭିଜନ ନିମାପଡା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଦୁଇ ଶାରୀ ମଙ୍ଗଳବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାରୀ ଦୁଇଟିକୁ ଜଣେ ବ୍ୟକ୍ତି ନିଜ ଘରେ ରଖି ଲାଳନପାଳନ କରୁଥିଲେ।ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗର କର୍ମଚାରୀମାନେ ଦୁଇଟି ଶାରୀକୁ ଉଦ୍ଧାର କରିଥିଲେ।ନନ୍ଦନକାନନ କର୍ତ୍ତୁପକ୍ଷ ଶାରୀ ଦୁଇଟିକୁ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବନ୍ୟପ୍ରାଣୀ ଚିକିତ୍ସାଳୟ କ୍ବାରେଣ୍ଟାଇନ ପୃଥକୀକରଣ ଏନକ୍ଲୋଜରରେ ରଖିଛନ୍ତି ।ଏହି ଦୁଇ ଶାରୀଙ୍କ ବୟସ ପାଖାପାଖି […]