Browsing daily archive

May 24, 2023

ଆଜିର ରାଶିଫଳ

ମଇମାସ ୨୫ତାରିଖ ୨୦୨୩ ମସିହା (ଗୁରୁବାର) ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୨/୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୫/୨୧,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିଶୁଦ୍ଧ ଅମୃତବେଳ। – ଦିବା ଘ୦୨/୩୫ ଗତେ ଘ୦୩/ ୦୦ମଧ୍ୟେ ଓ ରାତ୍ରି ଘ୦୭/୦୩ ଗତେ ଘ୦୯/୨୮ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୯ /୦୩ ଗତେ ଘ୧୦/୩୮ ମଧ୍ୟେ, ନିମ୍ବ ଭକ୍ଷଣ ନିଷେଧ। ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି […]

ଶିବବିବାହ ପାଇଁ ଚଳଚଂଚଳ ଶେବପୀଠ

ବାରଙ୍ଗ, ୨୪/୫ (ଏସଏସନିଉଜ) ଭୁବନେଶ୍ୱର ଓ କଟକ ଉପକଣ୍ଠରେ ଥିବା ବିଭିର୍ଣ ଶୈବପୀଠମାନଙ୍କରେ ଶିବ ବିବାହ ଉସ୍‌ବପାଇଁ ଚଳଚଂଚଳ ହୋଇଉଠିଛି ।ବୁଧବାର ଦିନତମାମ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭୀଡ ଲାଗିରହଛି ।ଶୈବପୀଠ ଗୁଡିକୁ ସାଜସଜ୍ଜା କରିବାପାଇଁ ଅନୁଷ୍ଠାନମାନଙ୍କ ତରଫରୁ ଉଦ୍ୟମ ମଧ୍ୟ କରାଯାଇଛି ।କେଉଁଠି ସଉଚ୍ଚ ତୋରଣ ତ କେଉଁଠି ରଙ୍ଗବେରଙ୍ଗର ଆଲୋକ ମାଲରେ ସଜେଇ ହୋଇଛି ମନ୍ଦିର ଓ ତାର ପରିବେଶ ।ବାରଙ୍ଗସାନମୁଣ୍ଡଳୀ ଜଗନ୍ନାଥ ପଠରେ ଥିବା ବାବା କାଶୀ ବିଶ୍ବନାଥ ମହାଦେବଙ୍କ ପୀଠରେ ବାବା […]

ଦାମୀମୋବାଇଲ ଫେରାଇଲେ ବସ ମାଲିକ

ବାରଙ୍ଗ,୨୪।୫(ଏସଏସନିଉଜ) ସୋମବାର ରାତିରେ ବସରେ ଯାତ୍ରା କରୁଥିବା ବେଳେ ଭୁଲ ବଶତଃ ବସରେ ଛାଡିଯାଇଥିବା ଏକ ଦାମୀ ମୋବାଇଲକୁ ଫେରାଇ ଚର୍ଚ୍ଚାରେ ରହିଛନ୍ତି ଟାଉନବସ ଡ୍ରାଇଭର।ମଙ୍ଗଳବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍ ରୁ ନନ୍ଦନକାନନକୁ ଆସୁଥିବା ମା ଯୋଗମାୟା ନାମକ ଟାଉନ ବସରେ ପୁରୀର ଦୀପକ ପାତ୍ର ନାମକ ଯୁବକ ଆସି ପଟିଆରେ ଓହ୍ଲାଇଥିଲେ।ଭୁଲବସତ ତାଙ୍କର ମୋବାଇଲ ଫୋନଟି ବସିବା ସିଟରୁ ଖସି ତଳେ ପଡିଯାଇଥିବାରୁ କୌଣସି ଯାତ୍ରୀଙ୍କ ନଜରରେ ନଥିଲା।ବସଟି ରାହଣୀସ୍ଥଳୀ ରଘୁନାଥପୁର ଗାମୁଣ୍ଡ ବସ ମାଲିକଙ୍କ କାର୍ଯ୍ୟାଳୟରେ […]

ଫାଣ୍ଡିପାଇଁ ମିଳିଲା ଜାଗା

ମେଣ୍ଢାଶାଳ,୨୪।୫(ଏସଏସନିଉଜ) ୧୯୮୮ ମସିହାରେ ମେଣ୍ଢାଶାଳ ଠାରେ ଏକ ନୂତନ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା।ଜାଗା ନମିଳିବାରୁ ଫାଣ୍ଡି ଡେରାସଫାର୍ମ ଓ ପରେ ବିଦ୍ୟାଳୟର ଏକ ପରିତ୍ୟକ୍ତ ଘରେ କାର‌୍ୟ୍ୟ କରୁଥିଲା।ମେଣ୍ଢାଶାଳ ଠାରେ ସରକାରୀ ଜାଗା ନଥିବାରୁ ଗିରିଙ୍ଗାପୁଟ ଠାରେ ଚନ୍ଦକା ପିତାପଲି ରାସ୍ତା କଡରେ ଥିବା ରଖିତ ଅନାବାଦୀ ଜାଗାକୁ ଭୁବନେଶ୍ୱର ତହସିଲ ପକ୍ଷରୁ ପୋଲିସ ବିଭାଗକୁ ହସ୍ତାନ୍ତର କରାଯାଇଛି।ବୁଧବାର ଦିନ ତହସିଲ ଓ ପୋଲିସ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ବାଙ୍କି ବିଧାୟକ ହାଏ ହାଏ ,ନିଆଳି ବିଧାୟକ ହାଏ ହାଏ

ବାରଙ୍ଗ,୧୩ା୫(ଏସଏସନିଉଜ)ବୁଧବାରଦିନ ବାରଙ୍ଗ ପଂଚାୟତସମିତର ହୋଇଥିବା ଷଷ୍ଠ ସାଧାରଣ ବୈଠକରେ ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ଘଂଟବଜାଇ ପ୍ରବଳ ହଟଗୋଳ କରିବାରୁ ସମିତି ବୈଠକ ବନ୍ଦ ହୋଇଯାଇଥିଲା ।ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ସେମାନଙ୍କ ସମ୍ମାନ କ୍ଷୁର୍ଣ ହୋଇଥିବାର ପ୍ରତିବାଦ ଦର୍ଶାଇ ବିଧାୟକ,ଅଧକ୍ଷା ଓ ବିଡିଓଙ୍କ ବିରୁଦ୍ଧରେ ନାରାବାଜି ଲଗାଇରଖିଥିବାରୁ ବାଧ୍ୟହୋଇ ଦୁଇବିଧାୟକ କକ୍ଷତ୍ୟାଗ କରିବାପରେ ବୈଠକ ବାତିଲ ହୋଇଯାଇଥିଲା ।ଏହିଘଟଣାକୁ ଏବେ ବାରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ,ପୁର୍ବପ୍ରସ୍ତୁତି ଅନୁଯାୟୀ ବୁଧବାର ପୂର୍ବାହ୍ନରେ ସମିତିକାର୍ଯ୍ୟାଳୟରେ ବାରଙ୍ଗ ପଂଚାୟତସମିତର ଷଷ୍ଠ […]

ମନଇଛା ବଢୁଛି ଗ୍ୟାସ ଦର

ମେଣ୍ଢାଶାଳ,୨୪।୫(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ଘରୋଇ ଗ୍ୟାସ୍ ଦର ଉପରେ ଅଙ୍କୁସ ରହୁନାହିଁ ଡିଷ୍ଟିବୁଟରମାନେ ସତେ ଯେମିତି ପ୍ରତିଯୋଗିତା ଭିତିରେ ଏବଂ ମନମୁଖି ବଢାଇ ଚାଲିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଘରେ ପହଁଚାଇବା ସହ ଏକ ନିଧିଷ୍ଟ ମୂଲ୍ୟ ଚାରିଆଡେ ସମାନ ନିର୍ଦ୍ଧାରଣ କରିଥିବା ବେଳେ କିନ୍ତୁ ସରକାର ଗ୍ୟାସ୍ ଦର ଯେତେ ବୃଦ୍ଧି କରି ଚାଲିଛନ୍ତି ସେହି ଅନୁସାରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଁଚାଉ ଥିବା କର୍ମଚାରିମାନେ ମଧ୍ୟ ତାଙ୍କ ମନଇଛ ଦର ନିର୍ଦ୍ଧାରଣ କରୁଛନ୍ତି […]

ଚୋରାଗାଡି ଜବତ,ଜଣେ ଗିରଫ

ମେଣ୍ଢାଶାଳ,୨୩।୫(ଏସଏନିଉଜ ) ମଙ୍ଗଳବାର ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳର ରାଧାଚରଣପୁର ଗ୍ରାମରୁ ଏକ ବାଇକ୍ ଚୋରି କରି ଜଣେ ଗିରଫ୍ ହୋଇ ଆଜି କୋର୍ଟ ଚାଲାଣ ହୋଇଛି । ସୂଚନା ମୁତାବକ ଗତ ୧୩ତାରିଖ ସକାଳେ ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ଗେଟ୍ ପାଖ ରାଧାଚରଣ ପୁରର ଗ୍ରାମର କିରଣ କୁମାର ପ୍ରଧନଙ୍କ ଦାଣ୍ଡଦୁଆରୁ ବାଜାଜ୍ ଡିସ୍କଭରୀ ମୋଟର ସାଇକେଲ୍ ଟିକୁ କୌଣସି ଦୃର୍ବୁତ ଚୋରି କରି ନେଇ ଯାଇଥିଲା । ଚାରିଆଡେ ବହୁ ଖୋଜା ଖୋଜି […]

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର,୨୪।୫(ଏସଏସ ନିଉଜ) ରାଜଧାନୀ ଭୁବନେଶ୍ୱରୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜୀବନ ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହୁଛନ୍ତି । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତକିଛିଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା । ତେବେ ଗତମାସରେ ସୁଶାନ୍ତଙ୍କ ଝିଆରିଙ୍କୁ ସୁଜିତ […]