Browsing monthly archive

September 2023

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୦/୫୭,ସୂର୍ଯ୍ୟାସ୍ତ- ଘ୫/୩୨/୯ ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୯/୪୬ମିପର୍ଯ୍ୟନ୍ତ ତଦନ୍ତ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୪୬ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୯/୪୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୯/୪୬ମି ପରେ ରାତ୍ରି ଘ୮/୩୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର-ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଦିବା […]

ବଢ଼ିଲା ୨ହଜାରଟଙ୍କିଆ ନୋଟବଦଳ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ) ବଢ଼ିଲା ୨ହଜାର ଟଙ୍କିଆ ନୋଟ ବଦଳ ଅବଧି ।ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକୋବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳ କରିହେବାଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧିାସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କା ୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବାକୁ ଯାଉଛି ।

 କସ୍‌ମେଟିକ୍ ଦେକାନରେ ଚଢ଼ଉ

ବ୍ରହ୍ମପୁର,୩୦ା୯(ଏସଏସନିଉଜ) ବ୍ରହ୍ମପୁର ସହରରେ ଶନିବାରଦିନ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ନକଲି କସମେଟିକ୍ ସାମଗ୍ରୀ ଜବତ କରିଛି ପୁଲିସ ।ଟାଉନ୍ ପୁଲିସ ଓ ବଡ଼ବଜାର ପୁଲିସ ମିଳିତଭାବେ କିଛି ଦୋକାନଉପରେ ଚଢଉ କରି ନକଲି ଲାକମେ ଆଏକନିକ୍ କାଜଲ, ଇଲେ ୧୮ କାଜଲ, ଲାକମେ ୯-୫ କମ୍ପାକ୍ଟ, ଲାକମେ ଆବସେଲୁଟ କମ୍ପାକ୍ଟ, ଲାକମେ ଫାଉଣ୍ଡେସନ୍‌, ଲିପଷ୍ଟିକ୍‌, ଆଏଲାଇନର, ମାସକେରା ଆଦି ଜବତ କରିଛନ୍ତି ।

ବଢ଼ିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ)ଘୁଞ୍ଚିଲା ମାଟ୍ରିକ ଓ SOSC ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ତାରିଖ ।ଅକ୍ଟୋବର ୫ ଯାଏ ଛାତ୍ରଛାତ୍ରୀ କରିପାରିବେ ଫର୍ମ ପୂରଣାSOSCରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାାଏହା ପରେ ଆଉ ଅବଧି ବଢ଼ିବନି ବୋଲି ବୋର୍ଡକର୍ତ୍ତୃପକ୍ଷ କହିଛନ୍ତି ।

ନିଜର ଗୁପ୍ତାଙ୍ଗକାଟିଲେ ବିଚାରାଧୀନକଏଦୀ

ଭଦ୍ରକ,୩୦ା୯(ଏସଏସନିଉଜ) ବ୍ଲେଡରେ ନିଜ ଦେହକୁ କାଟି ପକାଇଲେ ବିଚାରାଧୀନ କଏଦୀାଭଦ୍ରକଜିଲ୍ଲା କାରାଗାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ସୁଶାନ୍ତ ମାଝୀ ଶୌଚଯିବାକୁ କହି ବାଥରୁମ୍ ଭିତରେ ପଶିଯାଇଥିଲେ । ନିଜ ମାନସିକ ଭାରସାମ୍ୟହରାଇ ନିଜର ଗୁପ୍ତାଙ୍ଗକୁ ମଶା ଧୂପ ଦିଆ ବ୍ଲେଡ଼ରେ ଅଧା କାଟିବାସହ ନିଜ ହାତକୁ ମଧ୍ୟ କାଟି ଦେଇଥିଲା।ତାଙ୍କୁ ଚିକିସ୍‌ାପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ […]

ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା

ମେଣ୍ଢାଶାଳ,୩୦ା୯(ଏସଏସନିଉଜ) ଭୁବନେଶ୍ୱରବ୍ଲକ ଅଧିନସ୍ଥ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାରଦିନ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌କ ଡ.ମୋହନ ହେମ୍ରମଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳାକୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟଚିକିସା ଅଧିକାରୀ ଡ,ଆର୍ତବନ୍ଧୁନାୟକ ପ୍ରଦୀପପ୍ରଜ୍ୱଳନକରି ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭି୍‌ନ୍ନପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ପରାମର୍ଶ,ପରୀକ୍ଷା ଓ ମାଗଣା ଔଷଧ ରୋଗୀମାନଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୪୦ଜଣ ସ୍ୱାସ୍ଥ୍ୟକର୍ମୀ ସହାୟତା ପ୍ରଦାନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୋଇଥିବାବେଳେ ମାଡିଗଲା କାର

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ଅନ୍ୟପଟେ ସିସିଟିଭିକୁ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ସୁନ୍ଦରଗଡ଼ରେ ପୁଣି ଆଜି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଗତକାଲି ହୋଇଥିବା ୭୪ ନମୁନା ପରୀକ୍ଷାରୁ ୨୦ ଚିହ୍ନଟ ହୋଇଛି ।ଯାହାଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼, ବରଗଡ଼ ସମେତ ପାଖ ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ୍ ସଂଖ୍ୟା । ରାଜ୍ୟରେ ସ୍କ୍ରବ ଟାଇଫସ୍‌କୁ ନେଇ କେନ୍ଦ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।ରାଜ୍ୟରେ କେନ୍ଦ୍ରୀୟ ମେଡିକାଲ୍ ଟିମ୍‌ର ସ୍ଥିତି ଅନୁଧ୍ୟାନ କରାଯାଇଛି ।ଏଥିରେ ସ୍ୱାସ୍ଥ୍ୟ […]

୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ଭେଣ୍ଡିଂଜୋନ୍‌ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌୧ ହାଟ) ବିବାଦ ଯୋଗୁ ୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି ।ଭେଣ୍ଡିଂଜୋନ୍‌ବ୍ୟବସାୟୀମାନେ ମାଡ଼ି ବସିଥିବାଅଞ୍ଚଳ ଉଚ୍ଛେଦଦାବିରେ ୟୁନିଟ୍‌୧ହାଟକୁ ବ୍ୟବସାୟୀସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦରଖିଛି। ବ୍ୟବସାୟୀମାନେ ବିଏମ୍‌ସିକାର୍ଯ୍ୟାଳୟ ଓ ୟୁନିଟ୍‌୧ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଏଦୀଗରେ ଆଲୋଚନା ପାଇଁ କୁହାଯାଇଥିବାବେଳେ ମଙ୍ଗଳବାର ପର‌୍ୟ୍ୟନ୍ତ ହାଟ ବନ୍ଦରହିବ ବୋଲି ସଂଘକହିଛି।

ଘଟିଲା ଅଘଟଣ

ଭୁବନେଶ୍ବର,୩୦ା୯(ଏସଏସନିଉଜ)ପାଣିରେ ଗାଧୋଉଥିବାବେଳେ ବୁଡି ପ୍ରାଣହରାଇଛନ୍ତି ୨ଜଣ ଛାତ୍ରୀା ସେମାନେ ହେଲେ ବାଘାଯତୀନ ହାଇସ୍କୁଲରେ ଅଷ୍ଟ ଶ୍ରେଣୀରେ ପଢୁଥିବା ବାଲେଶ୍ବର ସଦରଥାନା ଓଡ଼ଙ୍ଗୀଗ୍ରାମର ବିଶ୍ୱଜିତଦାଶଙ୍କ ଝିଅ ତପସ୍ୱିନୀ ଓ ପଞ୍ଚମଶ୍ରେଣୀରେ ପଢୁଥିବା ସନ୍ତୋଷଦାଶଙ୍କ ଝିଅ ତନୁଶ୍ରୀ ।ଗାଧୋଉଥିବାବେଳେ ତନୁଶ୍ରୀର ଗୋଡ଼ ଖସିଯିବାରୁ ତପସ୍ୱିନୀ ତାକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଦୁହେଁ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲେ। ସେହିପରି ବାହାନଗାବ୍ଲକ୍ଗୋପାଳପୁରଥାନା କଲ୍ୟାଣୀ ଶଙ୍ଖସାହିରେ ବିମ୍ବାଧର ଜେନା ଓ ନୂଆପୁର ପଞ୍ଚାୟତ ପିଞ୍ଛାପାଳଗ୍ରାମର ଜାପାନଦାସଙ୍କ ପତ୍ନୀ ହୀରାବତୀ […]