Browsing monthly archive

October 2023

ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଆସିଲା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସଲିହଙ୍କୁ ହରାଇ ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତିି। ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ଭାବେ ଜଣାଶୁଣା। ବିପୁଳ ବିଜୟ ପରେ ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି।ଏହି ନିର୍ବାଚନ ଉପରେ ଉଭୟ ଭାରତ ଓ ଚୀନ୍‌ର ନଜର ଥିଲା। ରଣନୀତି ଦୃଷ୍ଟିକୋଣରୁ ମାଳଦ୍ୱୀପ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରିଛି । […]

ଆଫଗାନିସ୍ତାନ ଦୂତାବାସ ବନ୍ଦ!

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦନେଇ ଆଫଗାନିସ୍ତାନ ଘୋଷଣା କରିଛି ।ବନ୍ଦପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ।ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି ପ୍ରେସ୍‌ରିଲିଜ୍ ରେ କୁହାଯାଇଛି ।ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ। ତାଲିବାନୀ ଶାସନକୁ ଅବୈଧ ସରକାର କହି ସମାଲୋଚନା କରିବାସହ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଯଥେଷ୍ଟ ସମର୍ଥନ ମିଳି ନଥିବା କୁହାଯାଇଛି।୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ […]

୩ ମନ୍ଦିରରୁ ଚୋରି…

ଜଳେଶ୍ୱର,୧ା୧୦(ଏସଏସନିଉଜ) ୩ଟି ମନ୍ଦିରରୁ ଚୋରୀହୋଇଥିବାର ଅଭିଯୋଗ ହୋଇଛି । ଏହାସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୋଗରାଇ ମହାଗବ ପଞ୍ଚାୟତରେ ବିଳମ୍ବିତ ରାତିରେ ଏହି ସିରିଜଚୋରି ହୋଇଛି । ଚୋରୀହୋଇଥିବା ମନ୍ଦିର ଗୁଡିକ ହେଲା ମହାଗବ ଗାଁ ମଙ୍ଗଳା , ବାସୁଳିପାଟ ଗାଁ ବାସୁଳି ମନ୍ଦିର । ଏହାସହ ଚାନ୍ଦକୁସୁମି ଗାଁ ତାରିଣୀ ମନ୍ଦିରରୁ ମଧ୍ୟ ମା’ଙ୍କ ଅଳଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।ତେବେ ପୋଲିସ ପେଟ୍ରୋଲିଂରେ ଠିଲା ଯୋଗୁ ଚୋରମାନେ ସକ୍ରିୟ […]

କାଲି ଟଙ୍କାଭର୍ତ୍ତି ଆଜି ଲୁଟ୍‌

ବାଲେଶ୍ୱର,୧ା୧୦(ଏସଏସନିଉଜ)ଗତକାଲିଟଙ୍କା ଭର୍ତ୍ତିହୋଇଥିଲା । ଆଜିସକାଳେ ଦେଖିବାବେଳକୁ ଏଟିଏମ ଭାଙ୍ଗି ଲୁଟ୍ ହୋଇଛି । କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟଏସବିଆଇର ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବାର ଜଣାପଡିଛି ।ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନଥିବାବେଳେ ଖବରପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଅଟୋ ଓଲଟି ୮ଛାତ୍ରଛାତ୍ରୀ ଆହତ

ଖଲ୍ଲିକୋଟ,୧ା୧୦(ଏସଏସନିଉଜ) ଟ୍ରକ୍ ସହ ଧକ୍କାହୋଇ ଓଲଟିପଡିଛି ଅଟୋ ।ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।୧୬ନଂ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି ।୮ଜଣ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ସମସ୍ତ ଆହତଙ୍କୁ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।କେଶପୁରରୁ ଖଲ୍ଲିକୋଟ୍ ଟ୍ୟୁସନ ଛାତ୍ରଛାତ୍ରୀ ଯାଉôତବାବେଳେ ଏହି ଦୁର୍ଘଟଣା ଘଟିଥିଲା ।