Browsing yearly archive

2023

ଟାଙ୍ଗିଆ ଚୋଟରେ ଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି, ୧ା୧(ଏସଏସନିଉଜ)ନୁଆବର୍ଷରେ ମାଲକାନଗିରିଜିଲ୍ଲାରେ ଏକ ଅଭାବନୀୟଘଟଣା ସାମ୍ନାକୁ ଆସିଛି । ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ପିଅନ ହତ୍ୟା କରିଥିବାର ଜଣାପଡିଛି । ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଏବଂ ପିଅନ ମଧ୍ୟରେ କୌଣସି କଥାକୁନେଇ ସାମାନ୍ୟବଚସା ହୋଇଥିବାବେଳେ ଏଥିରେ ଉତ୍‌କ୍ଷିପ୍ତହୋଇ ପିଅନ ଟାଙ୍ଗିଆରେ ଶିକ୍ଷକଙ୍କୁ ହତ୍ୟା କରିଥିବାର ଜଣାପଡିଛି । ଖବରପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଅନକୁ ଅଟକ ରଖି ପଚରାଉଚରା ଚଳାଇଛି ।

ଜାନୁଆରୀମାସର ସବୁ ଛୁଟିଦିନରେ ଲୋକସେବାଭବନ ପୁଷ୍ପ ଉଦ୍ୟାନ ଖୋଲା

ଭୁବନେଶ୍ବର ,୧ା୧(ଏସଏସନିଉଜ) ଜାନୁଆରୀ ୨୦୨୩ରେ ଚତୁର୍ଥଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବାଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛଟାପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପଉଦ୍ୟାନ ବୁଲି ଦେଖି ପାରିବୋ ଆଜି ନୂଆବର୍ଷରେ ଜନସାଧାରଣ ଲୋକସେବାଭବନଉଦ୍ୟାନ ବୁଲି ଦେଖିପାରିବୋଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନକିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି […]