Browsing daily archive

March 2, 2024

ଆଜିର ରାଶିଫଳ

ମାର୍ଚ୍ଚମାସ ୦୩ତାରିଖ ୨୦୨୪ ମସିହା(ରବିବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୮ /୪୩ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୯/୧୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୩୦, ଯୋଗିନୀ ବାୟବ୍ୟେ ପ୍ରା ଘ୦୮/୪୩ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୬ ଗତେ ଘ୦୧/୨୫ ମଧ୍ୟେ, ବିଶୁଦ୍ଧ ଅମୃତବେଳ। -ଦିବାଘ ୦୬/୫୫ ଗତେ ଘ୧୦ /୦୮ ମଧ୍ୟେ ଓ ରାତ୍ରି ଘ୦୭/୨୬ ଗତେ ଘ୦୯ /୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୬/୫୪ […]

ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର,୨ା୩(ଏସଏସନିଉଜ)ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିଛି ବିଜେପି । ପ୍ରଥମପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୫ ଜଣପ୍ରାର୍ଥୀ ହୋଇଛନ୍ତି ।ଏଥିମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ବିଜେପିର ପ୍ରଥମପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ସ୍ଥାନ ପାଇଛନ୍ତି ।ଏହି ତାଲିକାରେ ୪୭ ଯୁବନେତା ଓ ୨୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବାରଣାସୀରୁ ଲଢ଼ିବେ […]

ପଦ୍ମ ଧରିବେ ରାଜୁଦାସ

ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେପିରେ ଯୋଗ ଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ରଦାସ।ଧାମନଗରର ପୂର୍ବତନବିଧାୟକ ରାଜେନ୍ଦ୍ର ଦାସ ପଦ୍ମଧରିବେ।ଆସନ୍ତା ୪ତାରିଖରେ ବିଜେପିରେ ଯୋଗଦେବେ କହିଲେ ରାଜୁ।ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ରଦାସ।ଅବନ୍ତୀଦାସଙ୍କୁ ବିଜେଡ଼ିପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ।ପରେ ସ୍ୱାଧିନଭାବେ ନାମାଙ୍କନ କରିଥିଲେ,ବିଜେଡ଼ି ନିଲମ୍ବିତ କରିଥିଲା।

ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସଫୋର୍ସ

ଭୁବନେଶ୍ୱର,୨।୩(ଏସଏସନିଉଜ)ନିର୍ବାଚନପୂର୍ବରୁ କଡ଼ା ସୁରକ୍ଷା ପାଇଁ ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ।ନିର୍ବାଚନପୂର୍ବରୁ ମୁତୟନ ହେବେ ୭୫ପ୍ଲାଟୁନ ଫୋର୍ସ।ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନଫୋର୍ସ।ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନଫୋର୍ସ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟକୁମାର।ଗଞ୍ଜାମ , ସମ୍ବଲପୁର ,ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି।ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ।ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି।

ମହାନଦୀକୂଳରେ ବୁଲୁଛି ବିଶାଳକୁମ୍ଭୀର

ନୟାଗଡ,୨।୩(ଏସଏସନିଉଜ)ନୟାଗଡଜିଲ୍ଲା ଗଣିଆବ୍ଲକ କେନ୍ଦୁପଲ୍ଲୀଗାଁ ନିକଟ ମହାନଦୀ କୂଳରେ ଏକ ବିଶାଳକୁମ୍ଭୀର ବାଲି ଉପରେ ବୁଲୁଥିବାର ଦେଖିବାକୁ ମିକିଥିଲା।ଏହା ଜଣାପଡିବା ପରେ ଦେଖଣାହାରିମାନଙ୍କ ଭିଡ଼ ଲାଗିଥିଲା।ଏହାସହ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା।ଗ୍ରାମବାସୀମାନଙ୍କଠାରୁ ଖବରପାଇ ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ସାତକୋଶିଆ ଗଣ୍ଡରେ ନେଇ ଛାଡିଥିବାର ଜଣାପଡିଛି।

ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି

  ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେଡି ଛାଡ଼ିଲେ ଦଳର ବରିଷ୍ଠନେତା ତଥା ୬ଥରର ବିଧାୟକ ତଥା ଜୟଦେବବିଧାୟକ ଅରବିନ୍ଦଢାଲି ।ବିଜେଡିର ପ୍ରାଥମିକସଦସ୍ୟ ପଦରୁ ଇସ୍ତଫାଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ଗତକାଲି ପଠାଇଛନ୍ତି।ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।ମନହେଲା ଦଳ ଛାଡ଼ିଦେଲି।ସନ୍ତୁଷ୍ଟନାହିଁ ବୋଲି ଦଳ ଛାଡ଼ିଛି ବୋଲି କହିଛନ୍ତି।ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେବି ।ସେଠାରେ ହିଁ ଛାଡ଼ିବାର କାରଣ କହିବି ବୋଲି କହିଛନ୍ତି।