Browsing daily archive

March 18, 2024

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୧୯ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଚାଚେରୀ ବେଶ, ଶ୍ରୀ ମନ୍ଦିରରେ ଓ ସର୍ବତ୍ର ଫଗୁଦଶମୀ, ଦୋଳଯାତ୍ରା ଆରମ୍ଭ।ସୁର୍ଯ୍ୟୋଦୟ- ଘ୫/୫୫/୨୨,ସୂର୍ଯ୍ୟାସ୍ତ- ଘ୫/୫୪/୪ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ଦଶମୀ ରାତ୍ରି ଘ୧୨/୨୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ପୁନର୍ବସୁନକ୍ଷତ୍ର ରାତ୍ରିଘ୮/୫୪ମିପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧୨ /୨୭ମି ପରେ ଆଗ୍ନେୟକୋଣରେ ।ମଙ୍ଗଳବାରଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ଦିବା ଘ୨/୨୪ମି ମଧ୍ୟେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଭକ୍ଷଣ […]

ମାଂସ ପାଇଁ ବନ୍ଧା ପଡିଛି ଶବ !

ବାରିପଦା,୧୮ା୩(ଏସଏସନିଉଜ) ୧୦କେଜି ମାଂସପାଇଁ ୩ଦିନ ହେଲା ପଡ଼ିରହିଛି ମୃତଦେହା  ମାଂସ ନଦେଲେ ବୃଦ୍ଧାଙ୍କମୃତଦେହ ସଂସ୍କାର ନକରିବାକୁ କୁଟୁମ୍ବମାନେ ଜିଦ୍ ଧରିଛନ୍ତି ।ଏହିଭଳି ଅଭାବନୀୟ ଘଟଣା ବାରିପଦା ସଦର ଥାନା ଜଇବିଲା ଗାଁରେ ଘଟିଛି ।ଗାଁର ଜନୈକା ବୃଦ୍ଧାଙ୍କ ଗତ ଶନିବାର ସ୍ୱାଭାବିକ ମୃତ୍ୟୁ ଘଟିଥିଲା ।ପୂର୍ବରୁ ବାହାଘରବେଳେ ବୃଦ୍ଧାଙ୍କପୁଅ ଗାଁରେ ଭୋଜି ଦେଇନଥିଲେ,ପୂର୍ବର ଭୋଜିପାଇଁ ଏବେ ବୃଦ୍ଧାଙ୍କପୁଅଠାରୁ ୧୦କେଜିମାଂସ ଦାବି କରିଛନ୍ତି କୁଟୁମ୍ବା୧୦କେଜି ମେଣ୍ଢାମାଂସ ନଦେଲେ ଶବସଂସ୍କାର ନକରିବାକୁ ଅଡ଼ିବସିଛନ୍ତି ।ଯାହାଫଳରେ ମାଂସ ପାଇଁ ବନ୍ଧାପଡିଛି ଶବା […]

ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷ

ଭୁବନେଶ୍ବର,୧୮।୩(ଏସଏସନିଉଜ) ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ।ଏହି ବୈଠକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଡିଜି କ୍ୟାମ୍ପ ଅଫିସରେ କରାଯାଇଛି।ଏଥିରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, ଆଇନ ଶୃଙ୍ଖଳା ଏଡିଜି, SIW ଡିଆଇଜି ପ୍ରମୁଖ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଅନ୍ୟପଟେ ଏହି ବୈଠକରେ ଭିସିରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର ଏସ୍‌ପି।

ପରକୀୟାକୁ ବିରୋଧ କରିବାରୁ ହତ୍ୟା!

ଭୁବନେଶ୍ବର,୧୮।୩(ଏସଏସନିଉଜ) ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି।-କାଲି ସଂଧ୍ୟାରୁ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।ବାଲିପାଟଣା ମହଲା ସାହିରେ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି।ସଂପର୍କୀୟ ଭାଇ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକଙ୍କ ପତ୍ନୀଙ୍କୁ ଅଶ୍ଳୀଳ ମେସେଜ ଦେଉଥିଲେ, ବିରୋଧ ଯୋଗୁଁ ହତ୍ୟା କାଣ୍ଡ ଘଟିଛି ବୋଲି ଅଭିଯୋଗ ହିଅଛି।ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇ ଥିବାବେଳେ ୨ ସହଯୋଗୀଙ୍କୁ ଅଟକ ରଖି ପୋଲିସ ଜେରା ଆରମ୍ଭ କରିଛି।

ବଜ୍ରପାତରେ ୨ମୃତ,୧ଆହତ

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପୃଥକପୃଥକ ସ୍ଥାନରେ ବଜ୍ରପାତ ଭଟି ଏଠିରେ ୨ଜଣଙ୍କର ମୃତୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ଚାଳଘର ସହ ଜଳିଯାଇଛନ୍ତି ଯୁବକ।ଏହାସହ ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ମାଣିକ ସାହିରେ ସ୍ବାମୀ ମୃତ ଆଉ ସ୍ତ୍ରୀ ଆହତ ହୋଇଛନ୍ତି ।

ବ୍ୟାଙ୍କଗଲା ମହାପ୍ରଭୁଙ୍କ ୩୯କୋଟି

ପୁରୀ,୧୮।୩(ଏସଏସନିଉଜ) ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇଛି।୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଜମା ନେଲା କାନାରାବ୍ୟାଙ୍କ।୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

କଏଦୀ ପିଟାପିଟି

ଖୋର୍ଦ୍ଧା,୧୮।୩(ଏସଏସନିଉଜ)ଜେଲ୍‌ରେ କଏଦୀ ହାତାହାତି ଘଟଣାର ତଦନ୍ତ ଆରମ୍ଭହୋଇଛି।ଖୋର୍ଦ୍ଧା ଜେଲ୍‌ରେ ପହଞ୍ଚି SDPO ଓ ଟାଉନ୍‌ ଥାନା IIC ତଦନ୍ତ ଆରମ୍ଭ କରିଛନ୍ତି।କଏଦୀଙ୍କଠାରୁ ମୋବାଇଲ ମିଳିବା ନେଇ ହାତାହାତି ହୋଇଥିଲେ ବୋଲି ଜଣାପଡିଛି।ପୋଲିସ ଇନଫର୍ମର ସନ୍ଦେହରେ କଏଦୀକୁ ସଂଘବଦ୍ଧ ଆକ୍ରମଣ କରିଥିଲେ।ଗଣ୍ଡଗୋଳ କରିଥିବା ୭ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା ହୋଇଛି।

ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧୮।୩(ଏସଏସନିଉଜ)ପୁଣି ମଝିଚିଲିକାରେ ଫସିଲା ଭସାପୋଲ।ଜହ୍ନିକୁଦାରୁ ସାତପଡ଼ା ଫେରିବା ବେଳେ ଫସିଯାଇଥିଲା ଭସାପୋଲ।ଭସାପୋଲରେ ପ୍ରାୟ ୪୦ଜଣ ଯାତ୍ରୀ ଓ ୨୦ଟିବାଇକ ଥିବାର ସୂଚନା ମିଳିଛି।

ସରିଲା ବୈଠକ

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପୁରୀ ସଂସଦୀୟକ୍ଷେତ୍ର ନେତାଙ୍କୁ ନେଇ ବୈଠକ ଶେଷ ହୋଇଛି।ନବୀନ ନିବାସରେ BJD ସୁପ୍ରିମୋଙ୍କ ସହ ହୋଇଥିଲା ବୈଠକ।ବୈଠକ ପରେ ବିଧାୟକ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ସବୁ ନିର୍ବାଚନମଣ୍ଡଳୀରେ BJD ଶକ୍ତି ବୃଦ୍ଧି କରାଇବା,ଜନ ସାଧାରଣ ପାଖକୁ ଯିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା,ସାଙ୍ଗଠନିକ ପ୍ରକ୍ରିୟାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି।ଏହାସହ ପୁରୀ ସଂସଦୀୟକ୍ଷେତ୍ର ନେଇ ବିସ୍ତୃତ ଆଲୋଚନା ହୋଇଛି।ଲୋକଙ୍କ ନିକଟତର ହେବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି।ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା […]