Browsing daily archive

March 20, 2024

ଆଜିରରାଶିଫଳ

ମାର୍ଚ୍ଚମାସ ୨୧ତାରିଖ ୨୦୨୪ମସିହା (ଗୁରୁବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୪/୫୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୫/୦୯,ଯୋଗିନୀ ନୈରୁତେ ରାତ୍ରି ଘ୦୪/୫୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକର ରାଶିରଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୫୬ଗତେ ଘ୦୫/୫୭ମଧ୍ୟେ,ବିଶୁଦ୍ଧ ଅମୃତବେଳ।-ରାତ୍ରି ଘ୦୧/୧୦ଗତେ ଘ୦୩/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୨୦ମଧ୍ୟେ ଓ ଘ୧୦/୪୧ଗତେ ଘ୦୧/୦୪ମଧ୍ୟେ,ପୋଇ ଭକ୍ଷଣ ନିଷେଧ। ମେଷ :👉ଆଜି ଯାହା ହେଉନାକାହିଁକି […]

ଉର୍ମିଳାଙ୍କୁ ହତ୍ୟା

ବାରଙ୍ଗ,୨୦ା୩(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ବାରଶିଙ୍ଗାଗ୍ରାମରେ ଜଣେ ବିଧବାମହିଳାଙ୍କୁ କରାଯାଇଥିବା ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ ।ଏକତରଫାପ୍ରେମ ଏହି ହତ୍ୟାକାଣ୍ଡର କାରଣ ବୋଲି ପୋଲିସ କହିôଥିବାବେଳେ ହତ୍ୟାକାଣ୍ଡ ଘଟାଇଥିବା ଯୁବକକୁ ପୋଲିସ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି । ବୁଧବାରଦିନ ଏକ ସାମ୍ବାଦିକ ସମ୍ମୀଳନୀରେ ପୋଲିସ କହିବାଅନୁଯାୟୀ ୧୧ତାରିଖ ଦିନରେ ବାରଶିଙ୍ଗା ଗ୍ରାମର ପାର୍ଥସାରଥ ନାମକ ବ୍ୟକ୍ତି ତାଙ୍କ ମାଆକୁକେହି କିଛି ଅଜ୍ଞାତ ବ୍ୟକ୍ତି ପଥରରେ ଛେଚି ହତ୍ୟାକରିଥିବାର ବାରଙ୍ଗଥାନାରେ ଅଭିଯୋଗ କରିଥିଲେ ।ପୋଲିସ ସନ୍ଧାନୀକୁକୁର ସହ […]

ଜଟଣୀ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଜଟଣୀ,୨୦।୩(ଏସଏସନିଉଜ) ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାପାଇଁ ଜଟଣୀପୁଲିସ ପକ୍ଷରୁ ଦ୍ୱିତୀୟପର୍ଯ୍ୟାୟ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଜଟଣୀପୁଲିସ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସନେଇ କନ୍ତିଆ, ନିରଞ୍ଜନପୁର,ରଥପୁର ଆଦିଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଛି।ଗତସପ୍ତାହରେ ଜଟଣୀବ୍ଲକ ବେଣାପଞ୍ଜରୀ ଓ ତରାବୋଇଠାରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା।ଜଟଣୀରେ ସମୁଦାୟ ୮୪ଟି ବୁଥ୍ ମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ପଞ୍ଚଲିଙ୍ଗେଶ୍ବର ଓ ରାମମନ୍ଦିରରୁ ଚୋରି

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ମନ୍ଦିରବି ଛାଡୁନାହାନ୍ତି ଚୋର ।ଗତକାଲି ବିଳମ୍ଭିତରାତିରେ ଦୁଇଟି ମନ୍ଦିରରୁ ଚୋରୀହୋଇଥିବାର ଜଣାପଡିଛି ।ପଞ୍ଚଲିଙ୍ଗେଶ୍ବର ମନ୍ଦିରରୁ ଦାନହୁଣ୍ଡି ତାଡିନେଇଛନ୍ତି ଦୁର୍ବୃତ୍ତାହୁଣ୍ଡିରେ ଲକ୍ଷାଧିକ ଟଙ୍କା ରହିଥିବାର ଅଭିଯୋଗ ହୋଇଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।ସେହିଭଳିଭାବେ ଖଣ୍ଡପଡା ଫତେଗଡ଼ରେ ନବନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି ।ଚୋରମାନେ ସୁନା, ରୁପା ଅଳଙ୍କାର ସହ ଦାନହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ।ଖବରପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

ଛେଚୁଛି ବର୍ଷା

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ଟ୍ବିନ୍ ସିଟି କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗିରହିଛି ।ଏହାସହ ରାଜ୍ୟର ବିଭିର୍ଭଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଥିବାର ଜଣାପଡିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗବିଭାଗ ।ଆଗାମୀ ୩ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଥିବାବେଳେ ଗଂଜାମ, ଗଜପତି, ରାୟଗଡ଼ା, ପୁରୀ, ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ,ଅନୁଗୁଳ, କଟକ, ଖୋର୍ଦ୍ଧା, […]

ଓଡ଼ିଶା ଉପକୂଳରେ ସମରାଭ୍ୟାସ

ପାରାଦୀପ,୨୦ା୩(ଏସଏସନିଉଜ) ଓଡ଼ିଶା ଉପକୂଳରେ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି ।ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସର ମିଳିତ ଉଦ୍ୟମରେ ସମରାଭ୍ୟାସ କରାଯାଇଛି ।ଜଙ୍ଗଲ ବିଭାଗ, ଓଡ୍ରାଫ ସହ ୧୮ଟି ସଂସ୍ଥା ମଧ୍ୟ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।ଆତଙ୍କୀଙ୍କୁ ଚେକ୍ ଦେବାକୁ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀାବ୍ଲୁ ଓ ରେଡ୍ ଟିମ୍ ନାଁରେ ୨ଟି ଟିମ୍ ଦେଖାଉଛନ୍ତି ଯୁଦ୍ଧ କୌଶଳ ।

ପ୍ରଥମପର୍ଯ୍ୟାୟନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ଲୋକସଭା ନିର୍ବାଚନ ପାଇଁ ପ୍ରଥମପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୭ରାଜ୍ୟ ସହ ୪କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ପାଇଁ ବିଜ୍ଞପ୍ତି ହୋଇଛି ।ପ୍ରଥମପର୍ଯ୍ୟାୟ ରେ ୧୦୨ଟି ଆସନରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନା୧୯ ଏପ୍ରିଲ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧ ସପ୍ତମ ପର୍ଯ୍ୟାୟ ମତଦାନ,ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ୨୭ ମାର୍ଚ୍ଚ ସୁଦ୍ଧା ନାମାଙ୍କନ,୨୮ ମାର୍ଚ୍ଚ ନାମାଙ୍କନ ଯାଞ୍ଚ, ୩୦ ମାର୍ଚ୍ଚ ପ୍ରାର୍ଥିପତ୍ର ପତ୍ୟାହାର ଶେଷ ତାରଖ ଓ୭ଟି ପର୍ଯ୍ୟାୟରେ […]

ଝାରପଡ଼ା ଜେଲ୍‌ରେ ରେଡ୍‌

ଭୁବନେଶ୍ୱର,୨୦ା୩(ଏସଏସନିଉଜ) ଝାରପଡ଼ା ଜେଲରେ କମିଶନରେଟ୍ ପୋଲିସର ରେଡ୍ କରାଯାଇଛି ।ଜେଲରେ ଗ୍ୟାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ କରାଯାଇଥିଲା ।ଜେଲର ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍ ଛାନଭିନ୍ କରିଥିଲା ।ଗତକାଲି ଗ୍ୟାଙ୍ଗୱାରରେ ଜଣେ କଏଦୀ ଲହୁଲୁହାଣ ହୋଇଥିଲା ।ରେଡ୍ ବେଳେ ଗଞ୍ଜେଇ,ଖଇନ୍ ଓ ବିଡି ସହ ଚିଲମ ଜବତ କରାଯାଇଛି ବୋଲି ସୂଚନା ଦେଲେ ଭୁବନେଶ୍ବର ଡିସିପି ପ୍ରତୀକ ସିାଂଏହାସହ ନିଶା କାରବାର ରୋକିବାକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବାସହ ଆଗାମୀ ଦିନରେ ରେଗୁଲାର ଜେଲ୍ ଭିଜିଟ କରାଯିବ […]

ନବୀନ ନିବାସରେ କୋରାପୁଟ ସମୀକ୍ଷା

ଭୁବନେଶ୍ୱର,୨୦ା୩(ଏସଏସନିଉଜ) ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ ହୋଇଛି ।ନିର୍ବାଚନୀ ପ୍ରସ୍ତୁତି ନେଇ ଚାଲିଛି ସମୀକ୍ଷା ବୈଠକାଏହି ବୈଠକରେ ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପିତମ ପାଢ଼ୀ ଉପସ୍ଥିତ ଅଛନ୍ତି ।ତାଙ୍କ ସହ ଭାସ୍କର ରାଓ, ଦିବ୍ୟଶଙ୍କର ମିଶ୍ର ଓ ରବି ନନ୍ଦଙ୍କ ସହ ବରିଷ୍ଠନେତାମାନେ ଉପସ୍ଥିତ ଥିବାର ଜଣାପଡିଛି ।

ପୂର୍ବତନ ଅଧ୍ୟକ୍ଷଙ୍କ ପାଇଁ ଶୋକସଭା

ବାରଙ୍ଗ,୨୦ା୩(ଏସଏସନିଉଜ) ସ୍ଥାନୀୟ ବାରଙ୍ଗସ୍ଥ କୁଞ୍ଜବିହାରୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ବିରଜାକାନ୍ତ ତ୍ରିପାଠୀଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି ।ଏହି ପରିପେକ୍ଷୀରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ପ୍ରତାପ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିରଜା ସାରଙ୍କ ସମୟରେ ଅନେକ ଉନୟନମୂଳକ କାର‌୍ୟ୍ୟକ୍ରମକୁ ଯଥା ଇୟୁଜିସିରେ ମହାବିଦ୍ୟାଳୟକୁ ସାମିଲ କରିବା କାର୍ଯ୍ୟ ମନେପକାଇ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା ।ଏହି ସଭାରେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ୨ […]