Browsing daily archive

May 24, 2024

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨୫ତାରିଖ ଶନିବାର।ଭିକାରୀବଳଜୟନ୍ତୀ ,ସୁର୍ୟ୍ୟୋଦୟ- ଘ୫/୧୧/୪୧ ,ସୂର୍ୟ୍ୟାସ୍ତ- ଘ୬/୧୫/୫ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଶୌରି ବାସ ,ତିଥି- ଦ୍ବିତୀୟା ସନ୍ଧ୍ୟା ଘ୬/୫୧ମି ପର୍ୟ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୧୧/୭ମି ପର୍ୟ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ସନ୍ଧ୍ୟା ଘ୬/୫୧ମିପରେ ଆଗ୍ନେୟକୋଣରେ।ଶନିବାର,ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ଦିବା ଘ୧୧/୭ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବୋଇତାଳୁ ସନ୍ଧ୍ୟା ଘ୬/୫୧ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା- […]

୨୬ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଆସନ୍ତା ୨୬ ତାରିଖରେ ପ୍ରକାଶପାଇବ ମାଟ୍ରିକରେଜଲ୍ଟ । ୨୬ତାରିଖ ସକାଳ୧୦ଟା୩୦ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପ୍ରେସମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।୧୧ଟା ୩୦ସୁଦ୍ଧା ୱେବସାଇଟରେ ରେଜଲ୍ଟ ମିଳିବ ।ଇଣ୍ଟରନେଟ୍ ସୁବିଧା ନଥିଲେ ଏସ୍ଏମ୍ଏସ୍ ରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ବୋଲି କୁହାଯାଇଛି।

ଲୋକେ ବାଛିବେ ନିଜର ନେତା

ଭୁବନେଶ୍ୱର,୨୪।୫(ଏସଏସନିଉଜ)ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା ।ରାଜ୍ୟରେ ଆସନ୍ତାକାଲି ବା ୨୫ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭାଆସନର ୪୨ଟି ବିଧାନସଭାଆସନ ପାଇଁ ମତଦାନ କରାଯିବ ।ଏହିପର୍ଯ୍ୟାୟ ପାଇଁ ଗୁରୁବାରସନ୍ଧ୍ୟାରେ ପ୍ରଚର ଶେଷହୋଇଛି ।ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ତୃତୀୟ ପର୍ଯ୍ୟାୟରେ ଏହି ୬ଲୋକସଭାକ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।

କେଉଁଠି ଲ୍ୟାଣ୍ଡଫଲ?

ଭୁବନେଶ୍ୱର,୨୪।୫(ଏସଏସନୀଉଜ) ବଙ୍ଗୋପ ସାଗରରେ ଅବପାତର ରୂପନେଲା ବାତ୍ୟା।ଆସନ୍ତାକାଲି ବାତ୍ୟାର ରୂପ ନେବା ସମ୍ଭାବନା ଦେଖାଦେଇ ଥିବାବେଳେ ୨୬ରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଜଣାପଡିଛି।୨୬ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା।୨୬ ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ କରିବ।ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ଲ୍ୟାଣ୍ଡଫଲ କରିବ।ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ।ଓଡ଼ିଶା ଉପରେ ନାହିଁ ବାତ୍ୟାର ସିଧାସଳଖ ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।