Browsing yearly archive

2024

ରାସ୍ତାରେ ଶବରଖି ରାସ୍ତାରୋକ

ସୁନ୍ଦରଗଡ଼,୧୧/୧୧(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗର୍ଜନବାହାଲ ଗାଁର ପପୁ ଅମାତ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବିକରି ଶବ ରଖି ରାସ୍ତାରୋକ […]

ଅନାସ୍ଥା ଭୟ

ବରଗଡ଼,୧୧/୧୧(ଏସଏସନିଉଜ) ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଅନାସ୍ଥା ଭୟରେ ରବିବାର ପୂର୍ବାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ସେଠଙ୍କୁ ଚିକିତ୍ସ ପାଇ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସରମ୍ପଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଆସିବା ସହ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଲାଗି […]

ବସମାଲିକଙ୍କ ଦାଦାଗିରି …

ବାରଙ୍ଗ,୧୧/୧୧(ଏସଏସନିଉଜ) ଦାଦାଗିରି ଦେଖାଇ ଫେରାର ଥିବା ବାପୁନିକୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ରଘୁନାଥପୁର ଗାଁର ଏକ ଘରୋଇ ବସ ମାଲିକ ବାପୁନି ଓରଫ ମାନସ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି ।ରାଜାରାସ୍ତାରେ ବସକୁ ଅଟକାଇ ବସ କଣ୍ଡଟର କୁ କାଠଫାଳିଆରେ ମାଡ଼ମାରି ଟଙ୍କା ଓ ସୁନାମୁଦିନେଇ ଫେରାର ଥିଲା ବାପୁନି । ମିଳିଥିବା ସୂଚନା ଅନୁଯାୟୀ, ସୌମେନ୍ଦ୍ରଙ୍କର OD 02-CL- 2122 ନମ୍ବର ବିଶିଷ୍ଟ ବସ ନିୟମିତ ଭାବେ ଭୁବନେଶ୍ବରରୁ […]

ଆଜିର ରାଶିଫଳ

ନଭେମ୍ବରମାସ ୧୧ତାରିଖ ୨୦୨୪ ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ରାତ୍ରି ଘ୦୬/୩୯ଗତେ ଏକାଦଶୀ,ନକ୍ଷତ୍ର- ଶତଭିଶା ଦିବା ଘ ୧୦/୧୫ ଗତେ ପୁର୍ବଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୪୬, ଯୋଗିନୀ ଉତ୍ତରେ ରାତ୍ରି ଘ୦୬/୩୯ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୭/୨୩ ଗତେ ଘ୦୮/ ୪୭ମଧ୍ୟେ,ବାରବେଳା – ଦିବା ଘ୦୨/୨୬ ଗତେ ଘ୦୩/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୨୨ ମଧ୍ୟେ ଓ ଘ୦୯/୧୦ ଗତେ ଘ ୧୧/୩୫ ମଧ୍ୟେ ଓ […]

ଉତ୍କଳବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୂଟବଲ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁପଟନାୟକ ଷ୍ଟାଡିଅମଠାରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପୁରୁଷ ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କୁଞ୍ଜବିହାରି ମହାବିଦ୍ୟାଳୟ ଭୁବନେଶ୍ୱରର ଶାରୀରିକ ଶିକ୍ଷାମହାବିଦ୍ୟାଳୟକୁ ୩-୨ ଗୋଲରେ ପରାସ୍ତକରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।ଉଦଯାପନୀ ଉସବରେବିଶ୍ୱବିଦ୍ୟାଳୟ କ୍ରୀଡାନିର୍ଦେଶକ ଡ଼.ବିଜୟ କୁମାର ସୁନ୍ଦରାୟ,ଡ଼. ପ୍ରବୀର ମହାନ୍ତି,ଜି.ସି.ପି.ଇ ଅଧକ୍ଷା ସଂଗୀତା ଟପ୍ପୋ, ଚତୁର୍ଭୁଜ ଜେନା, ପ୍ରଶାନ୍ତମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।୫ଦିନଧରି ବିଭିନ୍ନ ମହା ବିଦ୍ୟାଳୟରେ ଚାଲିଥିବା […]

ଆଜିର ରାଶିଫଳ

ନଭେମ୍ବରମାସ ୧୦ତାରିଖ ୨୦୨୪ ମସିହା(ରବିବାର) କାର୍ତ୍ତିକମାସ-ଶୁକ୍ଳପକ୍ଷ,ତିଥି-ନବମୀ ରାତ୍ରି ଘ ୦୯/୦୯ ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୧୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୬/୦୬,ଯୋଗିନୀପୂର୍ବେ ରାତ୍ରି ଘ୦୯/୧୦ଗତେ ଉତ୍ତରେ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୦ଗତେ ଘ୧୨/୦୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୬/୪୬ ଗତେ ଘ୦୯/୧୧ ମଧ୍ୟେ ଓ ଘ୧୨/୨୨ଗତେ ଘ୦୩/୩୫ ମଧ୍ୟେ ଓ ରାତ୍ରି ଘ୦୭/୨୮ଗତେ ଘ୦୯/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୪/୨୭ଗତେ ଘ୦୫/୦୬ ମଧ୍ୟେ, ଲାଉ ଭକ୍ଷଣ ନିଷେଧ। ମେଷ :-ଆଜି ଆପଣଙ୍କ ଆର୍ଥିକ […]

ବାଘ ପାଇଁ ଦର୍ଶନ କଟକଣା

ଗଞ୍ଜାମ,୯/୧୧(ଏସଏସନିଉଜ)ବାଘଭୟରେ ଗଞ୍ଜାମ ବାଳକୁମାରୀ ପୀଠରେ ଦର୍ଶନକୁ କଟକଣା କରାଯାଇଛି।ଅପରାହ୍‌ଣ ୪ଟାପରେ ମାଆଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି।ଅନିର୍ଦ୍ଦିଷ୍ଟ କାଳଯାଏ ଲାଗୁ ରହିବ କଟକଣା ବୋଲି ଜଣାପଡିଛି। ମନ୍ଦିରକମିଟି ବାଳକୁମାରୀ ନିକଟ ରାମପୁର ଜଙ୍ଗଲରେ ବାଘ ବୁଲୁଛି ଓ ବାଳକୁମାରୀ ନିକଟରେ ମହାବଳର ପାଦଚିହ୍ନ ମିଳିବା ପରେ ଏହି କଟକଣା କରାଯାଇଛି।

ବୃଦ୍ଧ ନିଖୋଜ ଥାନାରେ ଅଭିଯୋଗ

ବାରଙ୍ଗ, ୮/୧୧(ଏସଏସନିଉଜ) ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ନୟାପାଟଣା ଗ୍ରାମର ଜଣେ ବୃଦ୍ଧ ଗୁରୁବାରଠାରୁ ନିଖୋଜ ଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ବୃଦ୍ଧ ଜଣକ ହେଲେ ସୁରେନ୍ଦ୍ର ଭଟ୍ଟ(୬୮)। ବୃଦ୍ଧଙ୍କ ର ମାନସିକ ସ୍ଥିତି ସ୍ଥିର ନଥିବା ବେଳେ ଗୁରୁବାର ସକାଳ ୯ଟାରୁ ଘରୁ କେଉଁଆଡେ ଚାଲିଯାଇଛନ୍ତି। ସାଙ୍ଗରେ ସେ ଏକ ସାଇକେଲ ଧରି ଯାଇଥିବାବେଳେ ଘରୁ ଗଲା ବେଳକୁ ସେ ଏକ ଲୁଙ୍ଗି ଓ ଗାମୁଛା ପିନ୍ଧିଥିବାର ପରିବାର ପକ୍ଷରୁ ଥାନାରେ କରାଯାଇଥିବା ଅଭିଯୋଗରେ […]

ଭୁବନପୁରଗ୍ରାମରେ ଲାଗିଲା ଟ୍ରାନସଫରମର

ବାରଙ୍ଗ,୮/୧୧(ଏସଏସନିଉଜ)ଭୁବନପୁର ଗ୍ରାମରେ ଲାଗିଲା ୨୫୦କେଭି ଟ୍ରାଂଶଫର୍ମର ।ଦୀର୍ଘ ଦିନର ଦାବି ଗ୍ରାମବାସୀଙ୍କର୍ ପୁରାଣ ହୋଇଛି। ଗ୍ରାମବାସିମାନେ ଲୋଭୋଲ୍ଟେଜ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ସନ୍ଧ୍ୟା ହେବାମାତ୍ରେ ଡିବିରି ଭଳି ଆଲୁଅ ଜଳୁଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ସହ ଘରୁ ବାହାରିବାକୁ ଗ୍ରାମବାସୀମାନେ ନିରାପଦ ମଣୁନଥିଲେ। ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇ ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରିଥିଲେ। ଏ […]

ଟ୍ରକ ପଛରୁ ପିଟିଲା କାର

ବାରଙ୍ଗ,୮|୧୧ (ଏସଏସନିଉଜ) ବାରଙ୍ଗଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇଟି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ କାର ସମ୍ମୁଖରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକା ଦେଇଥିବା ବେଳେ ଅନ୍ୟ ଏକ ଘଟଣାରେ ଯାନ୍ତ୍ରିକତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେଇଛି। ପ୍ରକାଶଯେ,ଶୁକ୍ରବାର ରାତିରେ ବଙ୍ଗାଳୀସାହି ନିକଟରେ କେଏ୦୧ଏମଜେ୮୦୯୭ ନମ୍ୱର ଟ୍ରକ୍ ଯାନ୍ତ୍ରିକ ତ୍ରୁଟିଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ଏହି ସମୟରେ ନନ୍ଦନକାନନ ପଟୁ ବାରଙ୍ଗ ଅଭିମୁଖେ […]