Browsing yearly archive

2024

କୁଞ୍ଜବିହାରି ମହାବିଦ୍ୟାଳୟରେ ସେମିନାର ସପ୍ତାହ

ବାରଙ୍ଗ,୭/୧୧(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରୀ ମହାବିଦ୍ୟାଳୟରେ ସପ୍ତାହବ୍ୟାପି ବିଭିନ୍ନ ବିଭାଗୀୟ ସେମିନାର ଜାରି ରହିଛି। ଏହିକ୍ରମରେ ଗୁରୁବାର ଦିନ ଅର୍ଥନୀତିବିଭାଗର “ଭାରତରେ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ପ୍ରଭାବଶୀଳତା ” ବିଷୟରେ ଆଲୋଚନା କରାଯାଇଛି।ଆଜିର ଏହିଆଲୋଚନାରେ ଅଧକ୍ଷା ଡ଼.ଲିପିପୁଷ୍ପା ନାୟକ ସଭାପତିତ୍ୱ କରିଥିବା ବେଳେ ଅର୍ଥନୀତି ବିଭାଗର ପୂର୍ବତନପ୍ରାଧ୍ୟାପକ କମଳ କୁମାର ପାଣି ଏହି ସନ୍ଦର୍ଭରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ।ଡ଼.ମାନସରଞ୍ଜନ ଦାଶମିଶ୍ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କର ସନ୍ଦର୍ଭପାଠ କରିଥିଲେ। ଅନ୍ୟମାନଙ୍କ […]

ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ

ଭୁବନେଶ୍ବର,୭/୧୧(ଏସଏସନିଉଜ)ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଧାରଣାରେ ବସିଛନ୍ତି ଯାତ୍ରୀ।ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର ସକାଳ ୮ଟା ୪୫ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତା। କିନ୍ତୁ ଏହାକୁ ପୁଣି ବାତିଲକରାଯାଇଥିଲା।ଏହାର ପ୍ରତିବାଦରେ ଉତ୍ତେଜନା ଦେଖାଦେବା ସହ ଯାତ୍ରୀମାନେ ଧାରଣାରେ ବସିଥିଲେ। ବିମାନ ବନ୍ଦରକର୍ତ୍ତୃପକ୍ଷ ପହଞ୍ଚି ଯାତ୍ରୀମନଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

ଖାଲିଟ୍ରକ୍ ବାଇକ ଧକ୍କା-୧ ମୃତ

ଭୁବନେଶ୍ୱର,୭/୧୧(ଏସଏସନିଉଜ)ଏମସିଏଲ ଯାଉଥିବା ଏକ ଖାଲି ଟ୍ରକ୍ ବାଇକକୁ ଧକ୍କା ଦେବାରୁ ଇ ମା ଓ ଝିଅ ଦୂରକୁ ଛିଟକି ପଡ଼ିଥିଲେ। ବାଇକ୍ ଉପରେ ଟ୍ରକ୍ ଚଢ଼ିଯିବା ସହ ଯୁଗେଶ୍ବରଙ୍କୁ କିଛି ବାଟ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଥିଲା।ଟ୍ରକ୍ ଚକରେ ମୃତଦେହ ଲାଖି ରହିଥିବାବେଳେ ଷୌଭାଗ୍ୟ ବାସତ୍ ମା, ଛୁଆ ବଞ୍ଚିଯାଇଥିଲେ। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନାଦେଖା ଦେବା ସହ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ମଟର ଅଟକି ରହିଛି। […]

କଟକ ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୬/୧୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀଙ୍କୁ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ଚଳିତମାସ ନଭେମ୍ବର ୧୫ତାରିଖରୁ ୨୨ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି କଟକ ଐତିହାସିକବାଲିଯାତ୍ରା ।ଏଥିସହ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓଡ଼ିଶାର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓ ରଞ୍ଜନ ସିଂଙ୍କୁ ମଧ୍ୟ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନକରିଛନ୍ତି ।

ମୋବସରେ ଲାଗିଲା ଲଗାମ

  ଭୁବନେଶ୍ବର,୬/୧୧(ଏସଏସନିଉଜ) ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ମୋବସର ସ୍ପିଡରେ ଲାଗିବ ବ୍ରେକ୍।ମୋବସର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବା ସହ ପ୍ରତ୍ୟେକଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ।ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ ଏବଂ ନିୟମିତ ଯାଞ୍ଚ କରାଯିବ।ଏଥିସହ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ ।ସହରସୀମା ବାହାରେ ଯାତ୍ରା କରୁଥିବାବେଲେ ବସରବେଗ ଘଣ୍ଟାପ୍ରତି ୫୦ […]

ଆଜିର ରାଶିଫଳ

ନଭେମ୍ବରମାସ ୦୭ତାରିଖ ୨୦୨୪ ମସିହା(ଗୁରୁବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ ୧୨/୩୫ ଗତେ ସପ୍ତମୀ,ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ ୧୨/୨୪ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/ ୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୨୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୩୫ଗତେ ବାୟବ୍ୟେ, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୧/୧୬ଗତେ ଘ୦୫/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୩ ମଧ୍ୟେ ଓ ସନ୍ଧ୍ୟା ଘ୦୫/୫୪ ଗତେ ରାତ୍ରି ଘ୦୯/୦୫ ମଧ୍ୟେ ଓ […]

ଧାରଣାରେ ବସିଲେ ଆଶାକର୍ମୀ

କଟକ,୬/୧୧(ଏସଏସନିଉଜ)ଦୁଇମାସର ପ୍ରାପ୍ୟ ନପାଇ ଧାରଣାରେ ବସିଛନ୍ତି ଆଶାକର୍ମୀ। କଟକସଦର ଥାନା ଅନ୍ତର୍ଗତ ସିଏମସି ୫୯ନମ୍ବର ଓ୍ବାର୍ଡରେ ଥିବା ବମ୍ପକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ଯକରୁଥିବା ୩୩ଜଣ ଆଶାକର୍ମୀ ସେମାନଙ୍କ ଦୁଇମାସର ପ୍ରାପ୍ୟ ପାଇନଥିବାରୁ ଏହାର ପ୍ରତିବାଦରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲାପକାଇ ଧାରଣାରେ ବସିଥିଲେ।ଦୀର୍ଘ ୨୦୧୬ ମସିହାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ସିଏମସି ୪ଗୋଟି ଓ୍ବାର୍ଡର ଆଶା କର୍ମୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି ।ବମ୍ପକୁଦ ସହରାଞ୍ଚଳସ୍ୱାସ୍ଥ୍ୟ କେନ୍ଦ୍ରଟି ପିପି ମୋଡରେ କାର୍ଯ୍ଯ କରୁଥିବାରୁ ସେମାନଙ୍କ […]

ମାଙ୍କମନ୍ଦିର ବି ଛାଡ଼ିଲେନାହିଁ

ବ୍ରହ୍ମପୁର,୬/୧୧(ଏସଏସନିଉଜ)ଗତକାଲି ରାତିରେ ତାରାତାରିଣୀ ମନ୍ଦିର ତାଲାଭାଙ୍ଗି ବହୁ ମୁଲ୍ୟର ଅଳଙ୍କାର ଚୋରୀ ହୋଇଛି। ରାତ୍ରୀପହଡ଼ ପରେ ପୂଜକ ତାଲା ବନ୍ଦକରି ଘରକୁ ଚାଲିଯାଇଥିଲେ। ଆଜି ବଢ଼ିଭୋର ସମୟରେ ମନ୍ଦିର ତାଲା ଖୋଲି ଦେଖିଲା ବେଳକୁ ମନ୍ଦିର ଦାନବାକ୍ସ ତାଲା ଭାଙ୍ଗିଛି ଓ ମାଁଙ୍କ ମୁକୁଟ, ମୁଖା ଓ ଛତା ଚୋରି ହୋଇଥିବାର ଜଣାପଡିଥିଲା।ଏହାପରେ ମନ୍ଦିର କମିଟି କର୍ମକର୍ତ୍ତାମାନେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ପୁଣି ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ

ଭୂବନେଶ୍ୱର୍,୬/୧୧(ଏସଏସନିଉଜ)ପୁଣି ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ।ବହୁମତ ପାଇଲା ପରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଏହାର ପୁରା ଶ୍ରେୟ ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ ।ଭୋଟରଙ୍କୁ ଜଣାଇଲେ ଧନ୍ୟବାଦ lକହିଲେ ଆମେରିକାର ଭବିଷ୍ୟତ ପାଇଁ କାମ କରିବି ।ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ ବୋଲି କହିଛନ୍ତି ଟ୍ରମ୍ପ ।

ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର

ଭୁବନେଶ୍ୱର,୬/୧୧(ଏସଏସନିଉଜ )ଭିଜିଲାନ୍ସ ଜାଲରେ ପଡ଼ିଲେ ଇଡକୋ ଜୁନିୟର ମ୍ୟାନେଜର। ଜୁନିୟରମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ରେଡ୍ ହୋଇଛି।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟିସ୍ଥାନରେ ଚଢ଼ାଉ ଚାଲିଛି ।ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡେ ଚାଲିଥିବାର ଜଣାପଡିଛି ।