Browsing yearly archive

2024

ଆଜିର ରାଶିଫଳ

ଡିସେମ୍ବରମାସ ୧୯ତାରିଖ ୨୦୨୪ମସିହା (ଗୁରୁବାର)ପୌଷ ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ ୦୯/୫୯ ଗତେ ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/ ୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/ ୨୦,ଯୋଗିନୀ ନୈରୁତେ ଦିବା ଘ୦୯/୫୯ ଗତେ ଦକ୍ଷିଣେ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୨୬ ଗତେ ଘ୦୫/୧୧ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୫୯ମଧ୍ୟେ ଓ ରାତ୍ରି ଘ୦୫/୫୮ଗତେ ଘ୦୯/୧୦ମଧ୍ୟେ ଓ ରାତ୍ରି ଘ୧୧/ ୩୨ଗତେ ଘ୦୨/ ୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ମୂଳା ଦିବା […]

ଆଜିର ରାଶିଫଳ

ଡିସେମ୍ବରମାସ ୧୮ତାରିଖ ୨୦୨୪ମସିହା (ବୁଧବାର)ପୌଷମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ ୧୦/୦୨ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୪୩, ଯୋଗିନୀ ଅଗ୍ନିକୋଣ ଦିବା ଘ୧୦/୦୨ ଗତେ ନୈରୁତେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୯/୦୧ ଗତେ ଘ୧୦/୨୪ ମଧ୍ୟେ,ବାରବେଳା – ଦିବା ଘ୧୧/୪୪ ଗତେ ଘ୦୧/୦୬ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୭/୫୯ ଗତେ ଘ୦୮/୪୬ ମଧ୍ୟେ ଓ ରାତ୍ରି ଘ୦୫/୫୭ ଗତେ ଘ୦୬/୪୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ଦିଲ୍ଲୀରେ ପ୍ରେସମିଟ୍‌ରେ ବର୍ଷିଲେ ସସ୍ମିତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଦିଲ୍ଲୀରେ ପ୍ରେସମିଟ୍‌ କରି ବର୍ଷିଲେ ସସ୍ମିତ ପାତ୍ର।ସେ କହିଛନ୍ତି ଆମେ ୭ସାଂସଦ ଶେଷ ନିଶ୍ବାସ ଯାଏ BJD ସହ ଅଛୁ।ଓଡ଼ିଶାବାସୀ ଜାଣନ୍ତି ଆମେ କେବେ BJD ଛାଡ଼ିବୁନି।କିଛି ଗଣମାଧ୍ୟମ ମିଛ ଖବର ପ୍ରସାରଣ କରୁଛନ୍ତି।ଏଭଳି ଖବର ପ୍ରସାରଣରୁ ନିବୃତ୍ତ ନହେଲେ ଆକ୍ସନ ନେବୁ ବୋଲି କହିଛନ୍ତି ସସ୍ମିତ ପାତ୍ର।ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଫଟୋକୁ ଭୁଲ ଢଙ୍ଗରେ ଉପସ୍ଥାପନା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

ଜାନୁଆରିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଜାନୁଆରିରେ ୨ଥର ପ୍ରଧାନମନ୍ତ୍ରୀଓଡ଼ିଶା ଆସିବାନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।୮ରୁ ୧୦ ଯାଏ ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବି ଯୋଗଦେବେ ପ୍ରଧାନମନ୍ତ୍ରୀ।ଜାନୁଆରି ୨୮ ଓ ୨୯ରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ।

ଆଲୋଚନା କଲେ ସରକାର

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଭୁବନେଶ୍ବର ଗାନ୍ଧି ମାର୍ଗରେ ଚାଲିଛି ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତିବାଦ।୧୨ଦଫା ଦାବିରେ ଧାରଣା ଦେଇଛି ଅଙ୍ଗନବାଡ଼ି ମହିଳା କର୍ମୀସଂଘ।ତେବେ ଅଙ୍ଗନବାଡ଼ି ମହିଳା କର୍ମୀସଂଘର ନାର୍ଯ୍ୟଦାବି ପ୍ରତି ଗୁରୁତ୍ବ ଦିଆନଗଲେ ଧାରଣା ଚାଲୁ ରଖିବାକୁ କହିଛି ସଂଘ। ତେବେ ସଂଘର ୭ଜଣିଆ ପ୍ରତିନିଧି ଦଳ ଆସି ସରକାରଙ୍କ ସହ ଆଲୋଚନା କରିଛନ୍ତି।

ୱାନ୍‌ ନେସନ ୱାନ ଇଲେକ୍ସନ ବିଲ୍‌ ଆଗତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍‌।ବିଲ୍‌ ଆଗତ କଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲ।ବିଲ୍‌ ଆଗତ ପରେ ଲୋକସଭାରେ ଚାଲିଛି ବିତର୍କ। ବିଲ୍ କୁ ବିରୋଧୀ କଂଗ୍ରେସ ସାଂସଦଙ୍କ ଜୋରଦାର ବିରୋଧ କରିବା ଆରମ୍ଭ କରିଛନ୍ତି।

୧୭ରୁ ୩ଦିନ ହାଲୁକା ବର୍ଷା

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଦକ୍ଷିଣ ଆଣ୍ଡାମାନ ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି।ଏହାର ପ୍ରଭାବରେ ୧୭ ଓ ୧୮ରେ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୭ରେ ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ସମ୍ଭାବନା୧୮ରେ ଗଜପତି, ଗଞ୍ଜାମ ଓ ପୁରୀରେ ହାଲୁକା ବର୍ଷା ରହିଛି।୧୯ରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବାର ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି।

ସାର୍ ସୋଇଛନ୍ତି !

ଭୁବନେଶ୍ୱର,୧୭/୧୨(ଏସଏସନିଉଜ)ସିରୋଞ୍ଜର ଭୋଜପୁର ଗ୍ରାମ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ଦାୟିତ୍ଵରେ ଥିବା ଶିକ୍ଷକ ଶ୍ରେଣୀଗୃହରେ ଶୋଇଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ଏହାର ଏକ ଭିଡିଓ କରି ଭାଇରାଲ କରିଛନ୍ତି। ଯେଉଁଥିରେ ଶିକ୍ଷକ ମନୋହର ନାଗ ପିଲାମାନଙ୍କୁ ଖେଳିବାକୁ ପଠାଇଦେଇ ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ମଧ୍ୟ ଚେୟାରରେ ବସିଥିବାର ନଜର ଆସିଥିଲେ। ଗ୍ରାମବାସୀ କହିଛନ୍ତି ଯେ ଜିଓ-ଟ୍ୟାଗ୍ ଉପସ୍ଥାପନ ହେତୁ ଶିକ୍ଷକମାନଙ୍କୁ ସ୍କୁଲକୁ ଡକାଯାଏ, କିନ୍ତୁ ଅଧ୍ୟୟନ କରିବା ପରିବର୍ତ୍ତେ […]

ରାସ୍ତାରେ ବୁଲୁଛି ୯ଫୁଟିଆ ଅଜଗରସାପ

ବାରଙ୍ଗ,୧୬|୧୨(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ତ ନରାଜ ଅରିଲୋ ଗ୍ରାମ ନିକଟସ୍ଥ ରାସ୍ତା କଡରୁ ସୋମବାର ସଂଧ୍ୟାରେ ପ୍ରାୟ ୯ଫୁଟ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପ୍ରାୟ ୮କେଜି ଓଜନର ଅଜଗର ସାପଟି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟଯୁବକମାନେ ଦେଖିବାକୁ ପାଇଥିଲେ।ପରେ ସଂଘବଧହୋଇ ଗ୍ରାମର ଯୁବକମାନେ ସାପଟିକୁ ରୋକିବାକୁ ଚେଷ୍ଟା କରି ସ୍ନେକ୍ହେଲ୍ପଲାଇନ ସଦସ୍ୟ ସହ ବନବିଭାଗକୁ ଖବରଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟମାନେ ଆସି ସାପଟିକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

ମେଡ଼ିକାଲ ପଙ୍ଖାରେ ଝୁଲିଲେ ରୋଗୀ

ଭୁବନେଶ୍ବର,୧୭/୧୨(ଏସଏସନିଉଜ)ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଛନ୍ତି ।ଭୁବନେଶ୍ବର ଏମ୍ସରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ମୃତ ରୋଗୀ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ଦିଲିପ ସାହୁ ଯିଏକି ଯାଜପୁରର ବାସିନ୍ଦା । ଏମ୍ସରେ ଅର୍ଥୋପେଡିକ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ ।ହେଲେ ମେଡିକାଲ ବେଡରେ ଛିଡ଼ା ହୋଇ ପଙ୍ଖାରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି।ତାଙ୍କ ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ, ନର୍ସ, ସିକ୍ୟୁରିଟିଗାର୍ଡ […]