Browsing yearly archive

2024

ଗୋରୁଚାଲଣ ପୂର୍ବରୁ ଧରିଲା ପୋଲିସ

ଆଠଗଡ,୧୦/୧୨(ଏସଏସନିଉଜ)ଆଠଗଡ ଗୋରୁମାଫିଆମାନେ ବାରମାଣ ଜଙ୍ଗଲରେ ଚାଲାଣ ପାଇଁ ବାନ୍ଧି ରଖିଥିବା ବେଳେ ୫୭୦ ଗୋରୁଙ୍କୁ ଉଦ୍ଧାର କଲା ତିଗିରିଆ ପୋଲିସ। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଆଜି ଅଚାନକ ଚଢ଼ାଉ କରଡାପାଲିର ବାରମାଣିଆ ଜଙ୍ଗଲରେ ଚଢାଉ କରିଥିଲା। ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରି ବନ୍ଦୀ ଅବସ୍ଥାରେ ଥିବା ଗୋରୁମାନଙ୍କୁ ଉଦ୍ଧାର କରିଛି।

ଆଜିର ରାଶିଫଳ

ଡିସେମ୍ବରମାସ ୧୧ତାରିଖ ୨୦୨୪ମସିହା(ବୁଧବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ଦିବା ଘ ୧୨/୫୪ ଗତେ ଦ୍ଵାଦଶୀ ,ନକ୍ଷତ୍ର- ରେବତୀ ଦିବା ଘ୧୨/୧୦ ଗତେ ଅଶ୍ଵିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୫୩ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୫୪ ଗତେ ନୈରୁତେ , ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,କାଳବେଳା -ଦିବା ଘ୦୮/୫୮ ଗତେ ଘ୧୦/୨୦ ମଧ୍ୟେ ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ […]

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ହେବ

ଭୁବନେଶ୍ୱର,୧୦/୧୨(ଏସଏସନିଉଜ)ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ତୃତୀୟଦିବସ

ବାରଙ୍ଗ,୧୦/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ମଙ୍ଗଳବାର ଥିଲା ତୃତୀୟଦିବସ।ତୃତୀୟଦିବସରେ କେବଳ ଗ୍ରାମାଞ୍ଚଳ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ତୃତୀୟ ଦିବସର ଟର୍ଣ୍ଣମେଣ୍ଟକୁ ଭୁବନେଶ୍ୱର ମଧ୍ୟବିଧାୟକ ଅନନ୍ତନାରାୟଣଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାସଂଗଠକ ନବରଞ୍ଜନ ପଟ୍ଟନାୟକ,ବିଜେଡି ନେତା ସନ୍ତୋଷ କୁମାର ନାଥ,ପ୍ରଶାନ୍ତ ପଢ଼ିହାରି,ଗ୍ରାମ୍ୟକମିଟି ସମ୍ପାଦକ ଜିତେନ୍ଦ୍ରସେନାପତୀ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଗ୍ରାମାଂଚଳର ବି ବିଭାଗର ପ୍ରଥମମ୍ୟାଚ ଉରାଳୀ ସହ […]

ଭୁବନେଶ୍ବରରେ ହେବ ଫ୍ଲାଇଓଭର, ରିଙ୍ଗରୋଡ

ଭୁବନେଶ୍ୱର,୧୦/୧୧(ଏସଏସନିଉଜ)ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ […]

ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର

ବାରଙ୍ଗ,୯/୧୨(ଏସଏସନିଉଜ)ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ସୋମବାର ଥିଲା ଦ୍ୱିତୀୟଦିବସ।ଦ୍ୱିତୀୟ ଦିବସରେ କେବଳ ଗ୍ରାମାଞ୍ଚଳ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ଦ୍ୱିତୀୟ ଦିବସର ଟର୍ଣ୍ଣମେଣ୍ଟକୁ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମାଞ୍ଚଳ ବିଭାଗର ବି ଡିଭିଜନର ପ୍ରଥମମ୍ୟାଚ ଗବବସ୍ତ ସ୍ପୋର୍ଟସକ୍ଲବ ଓ ଅଡଶପୂରର ଜୟଦେବ କ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ଗବବସ୍ତ ୫-୪ ଟ୍ରାଇବ୍ରେକର ରେ ଜୟଦେବ କ୍ଳବକୁ […]

କୂଅ ଭିତରେ ଗାଈ

ବାରଙ୍ଗ,୯/୧୨(ଏସଏସନିଉଜ) ନରାଜ ତଳଗଡସ୍ଥିତ ଫାଇରିଂ ରେଞ୍ଜ ନିକଟରେ ଥିବା ପରିତ୍ୟକ୍ତ କୂଅରୁ ସୋମବାର ଦିନ ଏକ ବୁଲା ଗାଈକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର କଟକ କମିସନରେଟର କିଛି ଯବାନ ତଳଗଡ ଫାଇରିଂ ରେଞ୍ଜକୁ ଫାଇରିଂ ପରୀକ୍ଷଣ ପାଇଁ ଆସିଥିଲେ। ଏହି ସମୟର ପରିତ୍ୟକ୍ତ କୂଅରେ ଗାଈଟି ପଡ଼ିଥିବାର ଦେଖି ଯବାନମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀର ଏକ ୬ଜଣିଆଦଳ ଆସି କୂଅ ଭିତରୁ ଗାଇଟିକୁ […]

ଫେବୃଆରୀ ୧୦ରୁ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ

କଟକ, ୯।୧୨(ଏସଏସନିଉଜ) କଟକ ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଲାଗି ସମନ୍ୱୟ କମିଟି ବୈଠକ ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃଆରୀ ମାସ ୧୦ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ବାତଜ୍ୱର ସାମୁହିକ ଔଷଧ ସେବନ କାର୍ଯକ୍ରମ ଚାଲୁରହିବ। ଏହି କାର୍ଯକ୍ରମ କେବଳ ଆଠଗଡ଼, ତିଗିରିଆ, ସୁବର୍ଣ୍ଣପୁର, ବଡମ୍ବା ଏବଂ ସାଲେପୁର ବ୍ଲକରେ କାର୍ଯକାରୀ ହେବ। ଏଥିରେ ସମୁଦାୟ […]

ଭାରତ ଓ ଏହାର ପଡୋଶୀ ଦେଶମାନଙ୍କର ବିକାଶ ପଥକୁ ନେଇ ଆଲୋଚନା

ବାରଙ୍ଗ,୯/୧୨(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରୀ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ୱାରା “ଭାରତ ଓ ଏହାର ପଡୋଶୀ ଦେଶମାନଙ୍କର ବିକାଶ ପଥ “ଉପରେ ଏକ ଆଲୋଚନାଚକ୍ର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।ଡ଼. ମାନସରଞ୍ଜନ ଦlଶମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ନାଇସେର ଅର୍ଥନୀତି ବିଭାଗ ବରିଷ୍ଠ ପ୍ରଫେସର ଡ଼. ଅମରେନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ଭାରତର ଅର୍ଥନୈତିକ ପ୍ରଗତି ଓ ଏହାର ପ୍ରଗତି ପଥ ଉପରେ ଆଲୋକପାତ କରିବା ସହ ବିଭିନ୍ନ ପ୍ରଗତିମୂଳକ ବିଷୟଉପରେ ଆଲୋଚନା କରିଥିଲେ।ବିଭାଗୀୟ ମୁଖ୍ୟ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୦ତାରିଖ ୨୦୨୪ମସିହା(ମଙ୍ଗଳବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି- ଦଶମୀ ଦିବାଘ ୦୩/୩୦ ଗତେ ଏକାଦଶୀ ,ନକ୍ଷତ୍ର- ଉତ୍ତର ଭାଦ୍ର ଦିବା ଘ୦୧/୫୬ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୪/୩୩ ,ଯୋଗିନୀ ନୈରୁତେ ରାତ୍ରି ଘ୦୩/୩୦ ଗତେ ଅଗ୍ନିକୋଣେ.ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୦୧ ଗତେ ଘ୦୨/୨୩ମଧ୍ୟେ ,ବାରବେଳା – ଦିବା ଘ୦୭/୩୫ଗତେ ଘ୦୮/୫୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ ଓ ଘ୦୮/୫୯ ଗତେଘ୧୧/୩୨ ମଧ୍ୟେ ଓ ରାତ୍ରି […]