Browsing daily archive

February 26, 2025

ଆଜିର ରାଶିଫଳ

ଫେବୃଆରୀମାସ ୨୭ତାରିଖ ୨୦୨୫ମସିହା (ଗୁରୁବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୯/୧୯ ଗତେ ଅମାବାସ୍ୟା,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୪/୩୮ ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୧୯ ଗତେ ଐଶାନ୍ୟେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ପୁଷ୍କରଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ଗତେ ଘ୦୫/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୧/୦୨ଗତେ ଘ୦୨/୫୪ ମଧ୍ୟେ ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୪୭ମଧ୍ୟେ ଓ ଘ୧୦/୫୮ […]

କଏଦୀଙ୍କ ମୃତ୍ୟୁ ,ରାସ୍ତାରେ ଲୋକ

ଆଠଗଡ଼,୨୬।୨(ଏସଏସ ନିୟୁଜ)ଆଦର୍ଶ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି।ମୃତକ ତିଗିରିଆଥାନା ପଙ୍କାଳ ଗାଁର ହୋଇଥିବା ବେଳେ ୨୦୨୪ରୁ ଜେଲରେ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଉଠାଇ ରାସ୍ତାରୋକ କରିଛନ୍ତି ପରିବାର ଲୋକେ।ପଙ୍କାଳ ଛକରେ ରାସ୍ତାରୋକ କରିବାରୁ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

ଏକତରଫା ପ୍ରେମ, ମହିଳାଙ୍କୁ ଛୁରାମାଡ଼

କୋଣାର୍କ,୨୬।୧(ଏସଏସନିୟୂଜ) ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ କଲେ ଯୁବକ।ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ହୋଇଛି।ଗୁରୁତର ମହିଳାକୁ ଚିକିତ୍ସା ପାଇ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି।ଯୁବକ ଜଣଙ୍କ ପୂର୍ବରୁ ଥରେ ପ୍ରେମ ନିବେଦନ କରି ଜେଲ୍‌ ଯାଇଥିଲା।ଜେଲ୍‌ରୁ ଫେରିବା ପରେ ମହିଳାଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି।

ଜଙ୍ଗଲରେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର

ମାଲକାନଗିରି,୨୬।୨(ଏସଏସନିୟୂଜ)କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ ହୋଇଛି। CRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଛନ୍ତି।ଆଖିପରୀକ୍ଷା ମେସିନ, ହଟ ୱାଟରବ୍ୟାଗ୍‌ ସହ ବିପୁଳ ମେଡିସିନ୍‌ ଜବତ କରାଯାଇଛି।ସୀମାନ୍ତ ଛତିଶଗଡ଼ର ଚିନ୍ତଲନାର ଜଙ୍ଗଲରେ ସ୍ବାସ୍ଥ୍ୟ ଶିବିର ଚାଲିଥିବା ବେଳେ ଚଢାଉ କରାଯାଇଥିଲା।

ଆସୁନାହାନ୍ତି ମ୍ୟାଡାମ

ବାରଙ୍ଗ, ୨୫।୨(ଏସଏସନିୟୁଜ) ୧୧ଟା ପୂର୍ବରୁ ଖୋଲିନି କାର୍ଯ୍ୟାଳୟ।ଠିକ୍ ସମୟରେ ଆସୁନାହାନ୍ତି ମ୍ୟାଡାମ।ସରକାରୀ ଚାକିରୀ ନା କିଏବା ତାଙ୍କୁ ପଚାରିବ,କାହାର ବା ସାହସ ଅଛି।ଏହିଭଳି ଘଟଣା ମଙ୍ଗଳବାରଦିନ ବାରଙ୍ଗ ବ୍ଲକରେ ଦେଖିବାକୁ ମିଳିଥିଲା। ରାସନ୍ କାର୍ଡ ପାଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଯୋଗ୍ୟ ହିତାଧିକାରୀ ଏବେ ଚିହ୍ନଟ କରାଯାଉଛି।ଏଥିପାଇଁ ବ୍ଲକ ପକ୍ଷରୁ ପର୍ଯ୍ୟାୟକ୍ରମେ ହିତାଧିକାରୀମାନଙ୍କୁ ସେମାନଙ୍କ ଯୋଗ୍ୟ ପ୍ରମାଣପତ୍ର ଦର୍ଶାଇବାକୁ ଖାଦ୍ୟ ଯୋଗାଣ ଓ ଖାଦ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟସୁରକ୍ଷା ଆଇନ ୨୦୧୩ର ମାନଦଣ୍ଡ ୬ […]