Browsing daily archive

July 11, 2025

କାଲିଠୁ ଗଡ଼ିବ ଘରୋଇବସ୍

ଭୁବନେଶ୍ୱର,୧୧।୭(ଏସଏସନିଉଜ) ଆସନ୍ତାକାଲିଠାରୁ ରାଜ୍ୟରେ ସବୁ ଘରୋଇବସ୍ ଗଡ଼ିବା ନେଇ ରାଜ୍ୟ ଘରୋଇବସ୍ ମାଲିକସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଯାହାକି ଘରୋଇ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର।ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।ଆସନ୍ତାକାଲି ଅର୍ଥାତ୍ ଶନିବାରଠାରୁ କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହୋଇପାରେ।ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକସଂଘ ।ଧର୍ମଘଟ ଯୋଗୁ ବସମାଲିକ କ୍ଷତି ସହିବା ସହ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ […]

ଆଜିର ରାଶିଫଳ

ଜୁଲାଇମାସ ୧୨ତାରିଖ ୨୦୨୫ମସିହା(ଶନିବାର)ଶ୍ରାବଣମାସ-କୃଷ୍ଣପକ୍ଷ ,ତିଥି- ଦ୍ଵିତୀୟା ରାତ୍ରି ଘ୦୧/୫୫ଗତେ ତୃତୀୟା ,ନକ୍ଷତ୍ର-ଉତ୍ତରାଷାଢ଼ା ଦିବା ଘ୦୭/୨୭ଗତେ ଶ୍ରବଣ। ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୩୨ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୬ ,ଯୋଗିନୀ ଉତ୍ତରେରାତ୍ରି ଘ୦୧/୫୪ଗତେ ଅଗ୍ନି କୋଣେ ,ସିଂହରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୮ମଧ୍ୟେ ଓ ଦିବା ଘ୦୪/୫୦ଗତେ ଘ୦୬/୨୬ମଧ୍ୟେ ,ବାରବେଳା- ଦିବା ଘ୦୧/୩୮ ଗତେ ଘ୦୩/୨୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୪୩ଗତେ ଘ୦୪/୪୯ମଧ୍ୟେ ରାତ୍ରି ଘ୦୭/୧୦ ଗତେ ଘ୦୭/୫୪ ମଧ୍ୟେ […]

ଆନ୍ଦୋଳନ ବନ୍ଦ ହେବନି – ଡ୍ରାଇଭରସଂଘ

ଭୁବନେଶ୍ୱର,୧୧।୭(ଏସଏସନିଉଜ)ଆନ୍ଦୋଳନ ବନ୍ଦ ହେବନି ବୋଲି କହିଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି।ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି।ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି।ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି ବୋଲି ମେଣ୍ଡୁଲି କହିଛନ୍ତି।

ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି

ଭୁବନେଶ୍ୱର,୧୧।୭(ଏସଏସନିଉଜ) ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ତାଙ୍କ ସମ୍ବୋଧନରେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍‌ କିପରି ଅଛି ପ୍ରଶ୍ନ କରୀଥିଲେ।କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ସରକାର ଗରିବଙ୍କୁ ଲୁଟୁଛନ୍ତି ବୋଲି କହିଥିଲେ ରାହୁଲ।ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି।ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି।ମହାରାଷ୍ଟ୍ରରେ ନୂଆ ୧ଲକ୍ଷ ଭୋଟର୍ କିପରି ଆସିଲେ ଓମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି ବୋଲି କହିଥିଲେ।ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି […]