ମାତାରିଣୀ ଓ ମା ବ୍ରାହ୍ମଣୀଦେଇ ପୀଠରେ ସ୍ଵତନ୍ତ୍ର ପୂଜା
ଢ଼େଙ୍କାନାଳ.୯।୯(ଏସଏସନିଉଜ)ଗାନ୍ଧୀମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠରେ ମଙ୍ଗଳବାର ଆଶ୍ୱିନମାସର ନିଶା ମଙ୍ଗଳବାର ଥିବାରୁ ମାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।ସକାଳୁ ମଙ୍ଗଳଆଳତି,ମହାସ୍ନାନ,ନୂତନବସ୍ତ୍ର, ବିଭିନ୍ନପ୍ରକାର ଫୁଲହାରରେ ମାଙ୍କୁ ସଜ୍ଜିତ କରାଯାଇଥିଲା।ଏହାସହ ବିଭିନ୍ନ ପ୍ରକାରର ଭୋଗ ସହ ମଧ୍ୟାହ୍ନରେ ପଣା ଲାଗି ହେବ।ସଂନ୍ଧ୍ୟା ଆଳତୀ ପରେ ପହଡ଼ ପଡ଼ିବ।ସେହିପରି ବାଜିଚୌକସ୍ଥିତ ମା ବ୍ରାହ୍ମଣୀଦେଇ ପୀଠରେ ଆଜି ଆଶ୍ୱିନମାସର ନିଶା ମଙ୍ଗଳବାର ଥିବାରୁ ମାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା।ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲହାରରେ ସଜାଜାଇଥିବାରୁ […]