Browsing daily archive

October 7, 2025

ଆଜିର ରାଶିଫଳ

୮-୧୦-୨୦୨୫(ବୁଧବାର)ଅଦ୍ଯ କନ୍ୟା ଦି୨୨ନ, କାର୍ତ୍ତିକ କୃଷ୍ଣ ପ୍ରତିପଦ ଦ୦।୨୩ ପ୍ରାଘ୫।୫୧,ଦ୍ଵିତୀୟା କ୍ଷୟ ଦ୫୧।୧୫ ରାଘ୨।୨୧,ଅଶ୍ବିନୀ ଦ୪୪।୭ ରାଘ୧୧।୪୧,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) କନ୍ୟା ଦ୩/୩୦/୪୦ ଇଂଘ ୫/୪୨/୨୬ ଗତେ ଉଦୟ।ମୀନ ଦ୨/୪୪/୦ ଇଂଘ ୫/୨୬/୦ ଗତେ ଅସ୍ତ ।ଯୋଗିନୀ ପୂର୍ବେ । ପ୍ରାତଃ ଘ୫।୫୧ ଗତେ ଉତ୍ତରେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ରାତ୍ରି ଘ୧୧।୪୧ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା […]

ବିରାଜମାନ କଲେ ମା ଗଜଲକ୍ଷ୍ମୀ

ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ଭୁବନେଶ୍ୱରବ୍ଲକ ଅନ୍ତର୍ଗତ ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ୟୁଥ୍ କ୍ଲବ୍ ତରଫରୁ ଚଳିତବର୍ଷ ମହସମାରୋହରେ ମାଙ୍କପୂଜା ଆରମ୍ଭ ହୋଇଛି।୩୪ବର୍ଷରେ ପଦାର୍ପଣ କରିଥିବା ଏହି ପୂଜାସବର ପ୍ରତ୍ୟହ ରାତିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।ଏକ ବିରାଟ ପଟୁଆରରେ କଳସ ଯାତ୍ରା କରାଯାଇ ମାଙ୍କ ମଣ୍ଡପପାଖକୁ ଅଣାଯାଇଥିଲା।ଏହାପରେ ପୂଜା ଆରମ୍ଭ କରାଯାଇଥିଲା।ପ୍ରତ୍ୟହ ସନ୍ଧ୍ୟା ସମୟରେ ଆଖପାଖରୁ ଭକ୍ତମାନଙ୍କ ଭିଡ଼ ମାଙ୍କ ଦର୍ଶନ ପାଇଁ ଲାଗିରହିଥିବାର ଦେଖିବାକୁ ମିଳିଛି।ସନ୍ଧ୍ୟା ହେବା ମାତ୍ରେ […]

ସମୃଦ୍ଧ ଓଡ଼ିଶା-୨୦୩୬ ଗଠନ ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ବାଙ୍କୀ,୭।୧୦(ଏସଏସନିଉଜ)ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାଙ୍କୀସ୍ଥିତ ବରେନ୍ଦ୍ରକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉଦ୍‍ଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି।ସମୃଦ୍ଧ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଗଠନ ଆମର ଲକ୍ଷ୍ୟ। ଏଥିରେ ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀ ଉଭୟଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବସାୟ କରି ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସଫଳ ହୋଇ ନିଜ ତଥା ପରିବାରର ଉନ୍ନତି ସହ ସମୃଦ୍ଧ ରାଜ୍ୟ ଏବଂ ଦେଶ ଗଠନରେ ବହୁମୂଲ୍ୟ ଯୋଗଦାନ ରଖିବାକୁ […]

କଟକରେ ଇଣ୍ଟରନେଟ୍ ସେବା ସ୍ଵାଭାବିକ

କଟକ,୭।୧୦(ଏସଏସନିଉଜ)କଟକରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ସେବା ପାଇଲେ କଟକବାସୀ।ମେଢ଼ଭସାଣ ବେଳେ ଉପୁଜିଥିବା ବିଶୃଙ୍ଖଳାରୁ ଲାଗିଥିଲା କଟକଣା।ସ୍ଥିତିଉପରେ ନଜର ରଖିଛି କମିଶନରେଟ୍ ପୋଲିସ।ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି।ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ଅପିଲ କରାଯାଇଥିବା ସହ ଭଙ୍ଗ କଲେ ଆକ୍ସନ୍ ଚେତାବନୀ ମଧ୍ୟ ଦିଆଯାଇଛି।

ବସ୍‌ ଭିତରେ ପଶିଲେ

ପୁରୀ,୭।୧୦(ଏସଏସନିଉଜ) କଣାସରେ ଜଘନ୍ୟ କାଣ୍ଡ ଘଟିଛି। ଜଣେ ଯୁବକଲକ୍ଷ୍ମୀ ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଛନ୍ତି।ଏହି ଘଟଣାରେ ୭ଜଣଙ୍କୁ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ଘଟାଇ ଥିବା ଅଭିଯୁକ୍ତ ଏବେ ଗଡ଼ିଶାଗଦା ଥାନାରେ ରହିଛି। ଖବର ପାଇ କଣାସ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି।ଲକ୍ଷ୍ମୀବସଟି କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା। ବିନ୍ଧଣ ଛକ ନିକଟରେ ବସ୍‌ରେ ପଛ ସିଟ୍‌ରେ ବସିଥିବା ଯୁବକ ଜଣଙ୍କ ଉଠିଆସି ହଠାତ ସାମ୍ନାରେ […]

ବିଜେପିନେତାଙ୍କୁ ଗୁଳିମାଡ଼

ବ୍ରହ୍ମପୁର,୭।୧୦(ଏସଏସନିଉଜ) ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡା ମୃତ୍ୟୁବରଣ କରିଛନ୍ତି।ବ୍ରହ୍ମାନଗର ଘର ବାହାରେ ୨ ଦୁର୍ବୃତ୍ତଙ୍କ ଗୁଳିମାଡ଼ କରିଥିଲେ।ଚିକିତ୍ସା ପାଇଁ ଏମ୍‌କେସିଜିରେ ଭର୍ତିହୋଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କଲେ ।ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା।

ବାଲେଶ୍ୱରରେ ରାତି ୧୦ରୁ ସକାଳ ୬ କଟକଣା

ବାଲେଶ୍ୱର,୭।୧୦(ଏସଏସନିଉଜ)ବାଲେଶ୍ୱର ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ ଦୋକାନବଜାର ବନ୍ଦ ରହିବ।ଆସନ୍ତା ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ନିଷ୍ପତ୍ତି ନେଇଥିବାର ଜଣାପଡିଛି।