Browsing daily archive

October 16, 2025

ଆଜିର ରାଶିଫଳ

ଅକ୍ଟୋବର ମାସ ୧୭ ତାରିଖ ୨୦୨୫ ମସିହା (ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଏକାଦଶୀ ଦିବା ଘ୧୧/୨୭ ଗତେ ଏକାଦଶୀ,ନକ୍ଷତ୍ର- ମଘା ଦିବା ଘ୦୨/୫୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/ ୩୨, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୪୫, ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୨୭ ଗତେ ନୈରୁତକୋଣେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନ ରାଶିର ଘାତବାର, ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ ୧୧/୩୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]

୮୦ବର୍ଷରେ ପଦାର୍ପଣ କଲେ ନବୀନ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।ଜନ୍ମଦିନରେ ପଦଯାତ୍ରା କରିବେ BJD ସଭାପତି।ଭୁବନେଶ୍ବର ଗଙ୍ଗନଗର ପଲ୍ଲୀରୁ ହେବ ଜନସମ୍ପର୍କ ପଦଯାତ୍ରା।୮୦ ବର୍ଷରେ ପଦାର୍ପଣ କଲେ ନବୀନ।

eKYC କରିନଥିଲେ ମିଳିବନି ଚାଉଳ-ମନ୍ତ୍ରୀ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ହେବ ବୋଲି ସୂଚନା ଦେଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର e-KYC କରିନାହାନ୍ତି।e-KYC କରିନଥିବା ଲୋକ ଚାଉଳପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ।ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ।କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ।ବାଦ୍‌ ପଡ଼ିଥିବା ହିତାଧିକାରୀ ଲିଖିତଭାବେ ଦେଲେ ବିଚାର କରାଯିବ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ୨CM

  ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ରହିଛନ୍ତି।ଏହାସହ ସଭାପତି ମନମୋହନ ସାମଲ, ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ ବୈଷ୍ଣବ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ,ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ,ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି।ଅନ୍ୟପଟେ […]

ପୁଲିସ୍ ବୃତ୍ତିଗତ ମିଟ୍ ଆରମ୍ଭ

କଟକ,୧୬।୧୦(ଏସଏସନିଉଜ)କଟକରେ ୭୦ ତମ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏହାକୁଶୁଭାରମ୍ଭ କଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ।୩୪ଟି ପୋଲିସ ଜିଲ୍ଲାରୁ ୨୭୬ କର୍ମଚାରୀ ସାମିଲ ହୋଇଛନ୍ତି।ବକ୍ସିବଜାର ରିଜର୍ଭପୋଲିସ ପଡିଆଠାରେ ୩ ଦିନ ଚାଲିବ।ପ୍ରତିଯୋଗିତାରେ ୪୩ କୁକୁର ଓ ୪୩ ହ୍ୟାଣ୍ଡଲର ମଧ୍ୟ ସାମିଲ ।ତଦନ୍ତ, ଫରେନସିକ୍, ସାଇବର କ୍ରାଇମ ଓ ଟେକ୍ନିକାଲ୍ ସର୍ଭେଲାନ୍ସ ପାଇଁ ପ୍ରତିଯୋଗିତା ହେଉଛି।ଅପରାଧ ନିୟନ୍ତ୍ରଣ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।ପୋଲିସର ଦକ୍ଷତା ବଢ଼ାଇବା ପାଇଁ ବୃତ୍ତିଗତ ମିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଜିପି କହିଛନ୍ତି।