Browsing yearly archive

2025

କଏଦୀଙ୍କ ମୃତ୍ୟୁ ,ରାସ୍ତାରେ ଲୋକ

ଆଠଗଡ଼,୨୬।୨(ଏସଏସ ନିୟୁଜ)ଆଦର୍ଶ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି।ମୃତକ ତିଗିରିଆଥାନା ପଙ୍କାଳ ଗାଁର ହୋଇଥିବା ବେଳେ ୨୦୨୪ରୁ ଜେଲରେ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଉଠାଇ ରାସ୍ତାରୋକ କରିଛନ୍ତି ପରିବାର ଲୋକେ।ପଙ୍କାଳ ଛକରେ ରାସ୍ତାରୋକ କରିବାରୁ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

ଏକତରଫା ପ୍ରେମ, ମହିଳାଙ୍କୁ ଛୁରାମାଡ଼

କୋଣାର୍କ,୨୬।୧(ଏସଏସନିୟୂଜ) ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ କଲେ ଯୁବକ।ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ହୋଇଛି।ଗୁରୁତର ମହିଳାକୁ ଚିକିତ୍ସା ପାଇ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି।ଯୁବକ ଜଣଙ୍କ ପୂର୍ବରୁ ଥରେ ପ୍ରେମ ନିବେଦନ କରି ଜେଲ୍‌ ଯାଇଥିଲା।ଜେଲ୍‌ରୁ ଫେରିବା ପରେ ମହିଳାଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି।

ଜଙ୍ଗଲରେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର

ମାଲକାନଗିରି,୨୬।୨(ଏସଏସନିୟୂଜ)କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ ହୋଇଛି। CRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଛନ୍ତି।ଆଖିପରୀକ୍ଷା ମେସିନ, ହଟ ୱାଟରବ୍ୟାଗ୍‌ ସହ ବିପୁଳ ମେଡିସିନ୍‌ ଜବତ କରାଯାଇଛି।ସୀମାନ୍ତ ଛତିଶଗଡ଼ର ଚିନ୍ତଲନାର ଜଙ୍ଗଲରେ ସ୍ବାସ୍ଥ୍ୟ ଶିବିର ଚାଲିଥିବା ବେଳେ ଚଢାଉ କରାଯାଇଥିଲା।

ଆସୁନାହାନ୍ତି ମ୍ୟାଡାମ

ବାରଙ୍ଗ, ୨୫।୨(ଏସଏସନିୟୁଜ) ୧୧ଟା ପୂର୍ବରୁ ଖୋଲିନି କାର୍ଯ୍ୟାଳୟ।ଠିକ୍ ସମୟରେ ଆସୁନାହାନ୍ତି ମ୍ୟାଡାମ।ସରକାରୀ ଚାକିରୀ ନା କିଏବା ତାଙ୍କୁ ପଚାରିବ,କାହାର ବା ସାହସ ଅଛି।ଏହିଭଳି ଘଟଣା ମଙ୍ଗଳବାରଦିନ ବାରଙ୍ଗ ବ୍ଲକରେ ଦେଖିବାକୁ ମିଳିଥିଲା। ରାସନ୍ କାର୍ଡ ପାଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଯୋଗ୍ୟ ହିତାଧିକାରୀ ଏବେ ଚିହ୍ନଟ କରାଯାଉଛି।ଏଥିପାଇଁ ବ୍ଲକ ପକ୍ଷରୁ ପର୍ଯ୍ୟାୟକ୍ରମେ ହିତାଧିକାରୀମାନଙ୍କୁ ସେମାନଙ୍କ ଯୋଗ୍ୟ ପ୍ରମାଣପତ୍ର ଦର୍ଶାଇବାକୁ ଖାଦ୍ୟ ଯୋଗାଣ ଓ ଖାଦ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟସୁରକ୍ଷା ଆଇନ ୨୦୧୩ର ମାନଦଣ୍ଡ ୬ […]

ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ୍

ଭୁବନେଶ୍ୱର,୨୫ା୨(ଏସଏସନିୟୁଜ)ମୋବସକୁ ନେଇ ବିବାଦ ଥମୁନଥିବାବେଳେ ଆଜି ପୁଣି ଏକ ମୋ ବସ୍ ଦୁର୍ଘଟଣା ଘଟାଇଛି । ମୋ ବସ୍ ଦୁର୍ଘଟଣା ଏବେ ପୁଣି ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।ଭୁବନେଶ୍ୱର ରେଳଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ପୁରୀର ରଞ୍ଜିତ ବେହେରା ନାମକଯୁବକଙ୍କ ଉପରେ ମୋ ବସ୍ ମାଡ଼ିଯିବାରୁ ସେ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ରଞ୍ଜିତ ପୁରୀରୁ ଟ୍ରେନରେ ଭୁବନେଶ୍ବର ଆସି ଷ୍ଟେସନରେ ପହଞ୍ଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ।ହଠାତ ମୋବସ୍ ଡ୍ରାଇଭର କିଛି ନଦେଖି […]

ପ୍ରସବ କଲେ ଦଶମ ଛାତ୍ରୀ

ମାଲକାନଗିରି,୨୫ା୨(ଏସଏସନିୟୁଜ) ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଛାତ୍ରୀ ଜଚ୍ଚଙ୍କ ଏକ ବିଦ୍ୟାଳୟରେ ହଷ୍ଟେଲରେରହି ପାଠପଢ଼ୁଥିବା ଛାତ୍ରୀଜଣକ ବର୍ତ୍ତମାନ ଦଶମପରୀକ୍ଷା ଦେଉଛନ୍ତି। ଗତକାଲି ସେ ଇଂରାଜୀପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଫୋନ ପାଇ ଛାତ୍ରଙ୍କ ବାପା ସ୍କୁଲକୁ ଆସିବାପରେ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ ।ଏକଥା ଜାଣିବାପରେ ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। […]

ବାଇକ୍ ଚୋରି ଗ୍ୟାଙ୍ଗ

ଭୁବନେଶ୍ୱର,୨୫ା୨(ଏସଏସନିୟୁଜ)ଲିଙ୍ଗରାଜଥାନା ପୁଲିସ ଏକ ବାଇକ୍ ଚୋରି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ କରିଛି । ୩୦ ଜାନୁଆରି ୨୦୨୫ରେ ନିହାର ରଞ୍ଜନ ନାୟକଙ୍କ ନାମକ ବ୍ୟକ୍ତି ଥାନାରେ ଅଭିଯୋଗ କଲେ ଯେ,ଲିଙ୍ଗରାଜ ହାଟ ନିକଟରେ ବାଇକ୍ ପାର୍କିଂ କରି ଲିଙ୍ଗରାଜ ମନ୍ଦିରକୁ ପ୍ରାର୍ଥନା କରିବାକୁ ଯାଇଥିଲେ। କିନ୍ତୁ ଫେରିବା ପରେ ସେ ତାଙ୍କ ମୋଟର ସାଇକେଲ ପାଇ ନଥିଲେ।ଅଭିଯୋଗ ପାଇବା ପରେ ପୁଲିସ ସିସି ଟିଭି […]

ଆଜିର ରାଶିଫଳ

ଫେବୃଆରୀମାସ ୨୬ତାରିଖ ୨୦୨୫ମସିହା (ବୁଧବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୧୧/୩୫ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଶ୍ରାବଣ।ରାତ୍ରିଘ୦୬/୨୪ଗତେ ଧନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୧୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୧୨ ,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୩୫ ଗତେ ପଶ୍ଚିମେ ,ସିଂହରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ର ପାର୍ବଣଶ୍ରାଦ୍ଧ ,କର୍କଟ ରାଶିର ଘାତବାର ,ଅଦ୍ୟ ପୁଷ୍କରଦୋଷ ନାସ୍ତି ,କାଳବେଳା -ଦିବା ଘ୦୯/୦୪ ଗତେଘ୧୦/୩୨ମଧ୍ୟେ ,ବାରବେଳା -ଦିବା ଘ୧୧/୫୭ଗତେ ଘ୦୧/୩୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୪୫ ମଧ୍ୟେ ଓ ଘ୦୧/୩୬ଗତେ ଘ୦୨/୧୦ ,ବିଶୁଦ୍ଧ […]

ରାତ୍ର ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ୱର ୨୫।୦୨(ଏସଏସନିୟୁଜ)ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଜାଗରଯାତ୍ରା ଉପଲକ୍ଷେ ସମସ୍ତ ନିଯୋଗ, ସେବାୟତ, ଜିଲ୍ଲା ପ୍ରଶାସନଙ୍କୁ ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ ଆଜି ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜ୍ୟ ଅତିଥିଭବନ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ଚଳିତ ଜାଗରଯାତ୍ରାକୁ କିଭଳି ଅଧିକ ବ୍ୟବସ୍ଥିତ, ସୁନ୍ଦର ଓ ଶୃଙ୍ଖଳିତ […]

ମହାଶିବରାତ୍ରି ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୫।୨(ଏସଏସନିଉଜ)ଆସନ୍ତାକାଲି ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଶିବରାତ୍ର ଉପଲକ୍ଷେ ରାଜ୍ୟର ବିଭିନ୍ନପ୍ରାନ୍ତ ତଥା ରାଜ୍ୟବାହାରୁ ଆସିବାକୁ ଥିବା ବିପୁଳସଂଖ୍ୟାରେ ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କୁ ଦର୍ଶନ କରିବେ ତାସହିତ ସୁରକ୍ଷିତ ଭାବରେ ମହାଶିବରାତ୍ରି ପାଳନ କରିବେ, ସେହିସବୁ ଦିଗକୁ ତର୍ଜମା କରାଯାଇ ଏହି ପୁଲିସବ୍ୟବସ୍ଥାର ଆୟୋଜନ କରାଯାଇଛି ।ଏହାସହିତ ଶ୍ରଦ୍ଧାଳୁ ତଥା […]