Browsing daily archive

January 6, 2026

ଆଜିର ରାଶିଫଳ

ଜାନୁଆରୀ ମାସ ୦୭ ତାରିଖ ୨୦୨୬ ମସିହା (ବୁଧବାର)ମାଘମାସ- କୃର୍ଷ୍ଣପକ୍ଷ, ତିଥି- ଚତୁର୍ଥୀ ପ୍ରା ଘ୦୬/୪୭ ଗତେ ପଞ୍ଚମୀ,ନକ୍ଷତ୍ର-ମଘା ଦିବା ଘ୧୨/୩୧ ଗତେ ପୁର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୧୨,ଯୋଗିନୀ ନୈରୁତେ ପ୍ରା ଘ୦୬/୪୭ ଗତେ ଦକ୍ଷିଣେ,କର୍କଟ ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ,କାଳବେଳା-ଦିବା ଘ୦୯/୦୯ଗତେ ଘ୧୦/୩୧ ମଧ୍ୟେ, ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୬ ମଧ୍ୟେ ଓ ଘ୦୮/୦୩ […]

ଚାଲିଗଲା ସାମ୍ବାଦିକାଙ୍କ ଜୀବନ

ଭୁବନେଶ୍ୱର,୬।୧(ଏସଏସନିଉଜ)ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି।ଯାହାଫଳରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତ ମହିଳା ସାମ୍ବାଦିକଙ୍କ ନାମ ଶୀଲା ପଟ୍ଟନାୟକ ବୋଲି ଜଣାପଡ଼ିଥିବା‌ବେଳେ ଅନ୍ୟ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରକାଶଯେ,ଏକ ସ୍କୁଟିରେ ଶୀଲା ପଟ୍ଟନାୟକ ନାମକ ମହିଳା ସାମ୍ବାଦିକ ପୁରୀ ଯାଉଥିଲେ। ଏହିସମୟରେ ଜମାଲପୁର ଛକରେ ସ୍କୁଟିର ଚକ ରାସ୍ତାରେ ଥିବା ଏକ ବାଲି ଗଦା ଯୋଗୁ ସ୍ଲିପ୍ ହୋଇଥିଲା। […]

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬।୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ।ଏହା ଘନୀଭୂତ ହେବାନେଇ ପୂର୍ବାନୁମାନ କରିଛି ଆଇଏମଡି। ପୂର୍ବ ବିଷୁବରେଖା ନିକଟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଭାରତ ମହାସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।କିନ୍ତୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଆଡକୁ ଗତି କରିବ ବୋଲି ଆଶା କରିଛି ପାଣିପାଗ ବିଭାଗ।