Browsing daily archive

June 2, 2026

ଆଜିର ରାଶିଫଳ

ଜୁନ୍ ମାସ ୦୩ତାରିଖ ୨୦୨୬ମସିହା (ବୁଧବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ୦୯/୪୨ ଗତେ ଚତୁର୍ଥୀ ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୦୦ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୩୦/୦୭ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୪୨ଗତେ ନୈରୁତେ ,କର୍କଟ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ରାତ୍ରିଘ୦୨/୦୨ଗତେ ଏକପାଦ ପୁଷ୍କର ଦୋଷ ,କାଳବେଳା-ଦିବା ଘ୦୮/୨୫ ଗତେ ଘ୧୦/୦୩ମଧ୍ୟେ,ବାରବେଳା- ଦିବା ଘ୧୧/୪୦ଗତେ ଘ୦୧/୨୦ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୪ଗତେ ଘ୦୮/୨୪ମଧ୍ୟେ ଓ ଘ୦୧/୨୧ଗତେ ଘ୦୪/୨୩ […]

ଦୁଇଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ୨୪ଘଣ୍ଟାପାଇଁ ରାଜ୍ୟର ୨ ଜିଲ୍ଲା ଲାଗି ଅରେଞ୍ଜଆଲର୍ଟ ଜାରି ହୋଇଛି। କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଲାଗି ଆଲର୍ଟ ଜାରି କରିଛି ପାଣିପାଗବିଭାଗ।ଦୁଇ ଜିଲ୍ଲାରେ ବର୍ଷା ସହ ୫୦ରୁ ୬୦ କିମି ବେଗରେ ବର୍ଷାପବନ ହେବ।ଖୋର୍ଦ୍ଧା,ପୁରୀ,ନୟାଗଡ଼,କଟକ, ଜଗତସିଂହପୁରରେ ହାଲ୍‌କାବର୍ଷା ହେବ।କେନ୍ଦ୍ରାପଡ଼ା,ଯାଜପୁର,ଭଦ୍ରକ, ବାଲେଶ୍ବର, ଢେଙ୍କାନାଳରେ ହାଲ୍‌କା ବର୍ଷା ହେବ।ଅନୁଗୋଳ,ବୌଦ୍ଧ, ସୁନ୍ଦରଗଡ଼,କନ୍ଧମାଳ,ଗଞ୍ଜାମ,ଗଜପତିରେ ହାଲ୍‌କାବର୍ଷା ହେବ ରାୟଗଡ଼ା, କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରିରେ ହାଲ୍‌କା ବର୍ଷା ହେବ।ଆଗାମୀ ୫ଦିନମଧ୍ୟରେ ସର୍ବାଧିକତାପମାତ୍ରା ୨/୪ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ଆଜିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା

ଭୁବନେଶ୍ୱର,୨।୬(ଏସଏସନିଉଜ)ଆଜିଠୁ ମୋହନ ସରକାରଙ୍କ ବିଭାଗୀୟ ସମୀକ୍ଷା ଆରମ୍ଭ ହୋଇଛି।୨ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତବିଭାଗର କାର୍ଯ୍ୟ ସମୀକ୍ଷା ହେବ।ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ।ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିଭାଗର ସମୀକ୍ଷା ହେବା ନେଇ ସୂଚନାମିଳିଛି।ଆସନ୍ତା ୯ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡିଛି।

୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା୧୯ରେ ରାଷ୍ଟ୍ରପତି,୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚନାଦେଲେ ସାଂସଦ ନବଚରଣ ମାଝୀ।୧୯ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଇରଙ୍ଗପୁର ଆସିବା ନେଇ ସୂଚନା ରହିଛି।ଓଡ଼ିଶାଗସ୍ତ ନେଇ ରାଷ୍ଟ୍ରପତିଭବନରୁ ଖବରଆସିଥିବା ସାଂସଦ ସୂଚନା ଦେଇଛନ୍ତି।ନବନିର୍ମିତଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।