Browsing daily archive

June 19, 2026

SIR କାମ ଚାପରେ ଜୀବନ ହାରିଲେ ଶିକ୍ଷକ

ଭୁବନେଶ୍ବର,୧୯।୬(ଏସଏସନିଉଜ)SIR କାମରେ ନିୟୋଜିତ ପ୍ରଧାନ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୟନ ସାହୁଙ୍କ ମୃତ୍ୟୁ ହୋଇଛି।ସୋନପୁର ଜିଲ୍ଲା ମୁଖ୍ୟହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର।SIR କାମ ଚାପରେ ବାପା ବିଷପିଇ ଜୀବନ ହାରିଥିବା ପୁଅ ଅଭିଯୋଗ ଆଣିଛି।ଦାୟିତ୍ୱରେ ଅବହେଳା ପାଇଁ ସସପେଣ୍ଡ୍‌ କରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ଆସିଛି।SIR କାମରେ BLO ଭାବେ ଦାୟିତ୍ବ ନିର୍ବାହ କରୁଥିଲେ ପ୍ରଧାନଶିକ୍ଷକ ଶୟନସାହୁ।

ନକଲି ଗୁମାସ୍ତାଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର,୧୯।୬(ଏସଏସନିଉଜ)୫ଦିନରେ ୧୧ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ଭକ୍ତଙ୍କ ଠାରୁ ଟଙ୍କା ନେଉଥିଲେ। ଭକ୍ତଙ୍କୁ ଲୋଭ ଦେଖାଉଥିଲା ବେଳେ ଧରିଛି ପୁଲିସ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା। ଯଦି କିଏ ଟଙ୍କା ନେବ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।