Browsing daily archive

August 22, 2026

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨୩ତାରିଖ,ରବିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ସପ୍ତଦିନାତ୍ମକ ଝୁଲଣଯାତ୍ରା ଆରମ୍ଭ,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ ପୁତ୍ରଦା ଏକାଦଶ୍ୟୁପବାସ ଶ୍ରୀଜୀଉଙ୍କ ପବିତ୍ରାଧିବାସ,ଅଦ୍ୟ ରବି ନାରାୟଣ ବ୍ରତ,ଋତୁ- ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୬/୩୩ଶ୍ରାବଣ ମାସ, ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଏକାଦଶୀ ରାତ୍ରି ଘ୪/୧୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର ସନ୍ଧ୍ୟା ଘ୬/୨୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୪/୧୨ମିପରେ ନୈର୍ଋତକୋଣରେ ।ଅଗନ୍ତବ୍ୟତିଥି,ବିଷ୍ଟିକରଣ ଓ ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ, ସିଂହ, ବିଛା,ଧନୁ ଓ ମୀନ ଏହି […]

ଓଡ଼ିଶା ବନ୍ଦ ଡାକରା ଦେଲା ଇଣ୍ଡି ମେଣ୍ଟ !

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଓଡ଼ିଶା ବନ୍ଦ ଡାକରା ନେଇ ପିସିସି ସଭାପତି ଭକ୍ତଦାସ ବଡ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,ସେପ୍ଟେମ୍ବର ୯ରେ ଇଣ୍ଡିଆ ମେଣ୍ଟ ଘୋଷଣାକରିବ ଓଡ଼ିଶାରେ କିଭଳି ଓ କେଉଁଦିନ ହେବ ବନ୍ଦ ଡାକରା ଦିଆଯିବ।ଏନେଇ କଂଗ୍ରେସଭବନରେ ସରିଲା ଇଣ୍ଡିଆ ମେଣ୍ଟର ବୈଠକ। ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କରିବାପାଇଁ ନିଷ୍ପତି ନେଲା ଇଣ୍ଡିଆ ମେଣ୍ଟ। ୨୩ରେ ସବୁଜିଲ୍ଲାରେ ହେବ ଇଣ୍ଡିଆବ୍ଲକର ବୈଠକହେବ ଓ ୨୪ରୁ ଖଣିଜ ଉତ୍ତୋଳନ ଜିଲ୍ଲା ଗୁଡ଼ିକରେ ଜନଜାଗରଣ ଆନ୍ଦୋଳନ ହେବ।୨୫ରେ ପ୍ରତିରୋଧ ଦିବସ ପାଳିବ ଇଣ୍ଡିଆବ୍ଲକ […]

ଦୀନବନ୍ଧୁ ନାୟକ ଗିରଫ

ଭୁବନେଶ୍ୱର,୨୨।୮(ଏସଏସନିଉଜ)ସରିଲା ଦୁଇ ଦିନର ଲୁଚକାଳି ଖେଳ।ଗିରଫ ହେଲେ ସ୍ମାର୍ଟସିଟି ଅନ୍ ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ଅଧ୍ୟକ୍ଷ ଦୀନବନ୍ଧୁ ନାୟକ।ପୁରୀରୁ ଦୀନବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ

ବାରିପଦା,୨୨।୮(ଏସଏସନିଉଜ)ଟାଉନ୍‌ ଥାନା SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ ଆସିଛି।SI ପ୍ରଭାତ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜନୈକ ମହିଳା।ମହିଳାଙ୍କ ଅଭିଯୋଗଅନୁଯାୟୀ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକସମ୍ପର୍କ ରଖିଥିଲେ।କିଛିବ୍ୟକ୍ତି ସମାଜସେବୀକହି ପ୍ରଭାତଙ୍କ ସହ ବିବାହ କରାଇଥିବା ମଧ୍ୟ ଅଭିଯୋଗ ଆସିଛି।SI ଏବେ ଧରାଛୁଆଁ ଦେଉ ନଥିବାରୁ ଥାନାର ଦ୍ବାରସ୍ଥ ହେଲେ ମହିଳା।ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗପରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।SI,ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।