Browsing category

ବାଣିଜ୍ୟ

ଭୁବନେଶ୍ବରରେ ପହଞ୍ଚିଲା ଡବଲ-ଡେକର ବସ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଜି ଭୁବନେଶ୍ବରରେ ପହଞ୍ଚିଛିଡବଲ-ଡେକର ବସାଏହି ବସରେ ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହେବାକୁଥିବା ‘ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ଅତିଥିଙ୍କ ଯାତାୟତ କରିବେ ।ଏଥିପାଇଁ ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀର ରାସ୍ତା ଓ ଗଳିକନ୍ଦି ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜେଇ ହେବାରେ ଲାଗିଛି । ଏହି ଜାତୀୟ ସ୍ତରୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବିମାନ […]

ଜନ୍ମିତ ପିଲାକୁ ଆଖିପୁରା ଦେଖିପାରିଲାନି

ବାରଙ୍ଗ,୩୦।୧୨(ଏସଏସନିଉଜ) ଆଉ ନାହିଁ ଜୁଲୁ। ସବୁଦିନ ପାଇଁ ଆଖିବୁଜିଛି। ଯିଏ କି ଦିନ ଥିଲା ନନ୍ଦନକାନନରେ ସିମ୍ପାଜି ବଂଶ ବୃଦ୍ଧି ର ସହାୟକ ହେବା ସହିତ ପର‌୍ୟ୍ୟଟକଙ୍କ ମନୋରଞ୍ଜନର ଖୋରାକ ସାଜିଥିଲା ।ହେଲେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସୋମବାରଦିନ ଆଖି ବୁଜିଛି। ଅନ୍ୟପଟେ ନନ୍ଦନକାନନର ଜନ୍ମଦିନରେ ଯୁଲୁ ଓ ରାକ୍ଷୀର ମିଳନରେ ଗୋଟିଏ ଶାବକ ଜନ୍ମ ହୋଇଥିଲା । ଯାହାକୁ ନେଇ ନନ୍ଦନକାନନରେ ଖୁସିର ଲହରୀ ଖେଳି ଯାଇଥିଲା। ପ୍ରକାସ ଯେ,ରବିବାର ଦିନ […]

ରାକ୍ଷୀ ହେଲା ମା

ବାରଙ୍ଗ,୨୯।୧୨(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଜନ୍ମ ଦିନରେ ପର୍ଯ୍ୟଟକଙ୍କୁ ଭେଟି ଦେଇଛି ସିମ୍ପାଞ୍ଜୀ ରାକ୍ଷୀ । ଉଦ୍ୟାନର ୬୦(କ)ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାକ୍ଷୀ ଦ୍ୱିତୀୟଥର ପାଇଁ ମା ହୋଇଛି ।ରବିବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଟିକେ ହେଲେ ବି ଅଲଗା କରୁନାହିଁ ରାକ୍ଷୀ । କୋଳରେ ଜାବୁଡି ଧରି ଗୋଟିଏ ଜାଗାରେ ବସିରହିଥିବା ଦେଖିବାକୁ ମିଳିଛି । ପ୍ରକାଶଯେ […]

ନୂଆ ରେଳ ଓଭରବ୍ରିଜକୁ ଉଦ୍‌ଘାଟନ କଲେ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ […]

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଜାନୁଆରୀ ୧ ତାରିଖରୁ ଆରମ୍ଭହେବ ମହାପ୍ରଭୁଙ୍କ ଧାଡିଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନାଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକଭାବେ ଡିସେମ୍ବର ୩୦ ଓ ୩୧ତାରିଖରେ ଧାଡି ଦର୍ଶନହେବ ।ଜାନୁଆରର ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ ।ସାତପାହାଚ […]

ଚତୁର୍ଥପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୧/୧୨(ଏସଏସନିଉଜ)ଚତୁର୍ଥପର୍ଯ୍ୟାୟରେ ୨୦ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କାାଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦୋବାକୁ ଟାର୍ଗେଟ ରଖିଛୁାଯାଞ୍ଚ ନ ସରିଲେ ଜାନୁଆରିରେ ଦିଆଯିବ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀପରିଡା ସୁଚନା ଦେଇଛନ୍ତି ।

ଭଦ୍ରକରେ ହେବ ଟେକ୍ସଟାଇଲ୍ ପାର୍କ

ଭୁବନେଶ୍ୱର,୨୧/୧୨(ଏସଏସନିଉଜ)Indian Oil Corporation Ltd ଏବଂ MCPI Pvt. Ltd ର ସହାଭାଗୀତାରେ ଧାମନଗର ଛକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ୍ ପାର୍କା ଏଥିନିମନ୍ତେ ୪୩୮୨ କୋଟି ଟଙ୍କା ମଞ୍ଜୁର ହୋଇଛି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପାଖାପାଖି ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶିସୁରଜ ।

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯।୧୨(ଏସଏସନିଉଜ) ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ମୁତାବକ ନୂଆବର୍ଷରୁ ନାଟମଣ୍ଡପରେ ସ୍ୱତନ୍ତ୍ର ବେରିକେଡ଼ ଦେଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ।ବ୍ୟାରିକେଡ଼ ଭିତରେ ପୁରୁଷ, ମହିଳା, ଶିଶୁ, ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା କରାଯିବ। ଓବିସିସି ଦ୍ୱାରା ଏହି ନୂତନ ବ୍ୟବସ୍ଥା କରାଯାଉଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା […]

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୧୧/୧୨(ଏସଏସନିଉଜ)ଜୟପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୨ବର୍ଷର ବଜ୍ରକାପ୍ତାକୁ ବୁଧବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନର ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୬କୁ ପହଁଚିଛି ।ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।(ଜିତ ରାଉତଙ୍କ ରିପୋର୍ଟ)

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ହେବ

ଭୁବନେଶ୍ୱର,୧୦/୧୨(ଏସଏସନିଉଜ)ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ […]