Browsing category

ବାଣିଜ୍ୟ

କେବେ ଚାଲିବ ରୋପଓ୍ବେ?

ବାରଙ୍ଗ,୧୨।୧୦(ଏସଏସ ନିଉଜ) ନନ୍ଦନକାନନରେ ରୋପଓ୍ବେକାର୍ଯ୍ୟ  ସରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଚଳନ ହେବାର ନାଁ ମଧ୍ୟ ଉଠୁନାହିଁ। କିନ୍ତୁ ରୋପଓ୍ବେ କାର‌୍ୟ୍ୟକ୍ଷମ ପୂର୍ବରୁ ଏହାର ଭିସିବି ୟୁନିଟ ପରୀକ୍ଷା ବେଳେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ୩ଜଣ କର୍ମଚାରୀ ଗୁରୁତର ଆହତ ହେବାପରେ ଏହା କାର‌୍ୟ୍ୟକ୍ଷମ ହେବ ଉପରେ ଏକପ୍ରକାର ଅଙ୍କୁଶ ଲାଗିଥିଲା।।ଏହି ଘଟଣାର ତ୍ରୃଟିକୁ ନେଇ ବିଦ୍ୟୁତ୍ ବିଭାଗ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରୋପଓ୍ବେକୁ କାର‌୍ୟ୍ୟକ୍ଷମ ପାଇଁ ଅନୁମତି ମିଳିନଥିଲା।ସ୍ଥାନୀୟ ଜିଲ୍ଲାପାଳ ଅନୁମତିରେ ଅଟକି ଥିଲା ବୋଲି […]

ଡ୍ରେସକୋଡ ପାଇ ଚିଠି

ପୁରୀ,୧୨ା୧୦(ଏସଏସନିଉଜ) । ଶ୍ରୀମନ୍ଦିର ନୀତି ସବ୍‌କମିଟିର ସହମତି ପରେ ଶ୍ରୀମନ୍ଦିରରେ ଧାର୍ମିକ ବାତାବରଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ପୋଷାକ ପରିଧାନରେ ଶାଳୀନତା ଆଣିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଛତିଶାନିଯୋଗକୁ ଚିଠି ଲେଖି ଭକ୍ତଙ୍କୁ ଏ ଉପରେ ସଚେତନ କରିବାକୁ ସହଯୋଗ ଲୋଡ଼ିଛନ୍ତି।ଚିରାଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ, ଦେହ ଦିଶିବା ଭଳି ପୋଷାକ ପରିଧାନ ନ କରି ପାରମ୍ପରିକ ପୋଷାକ ଅର୍ଥାତ୍ […]

ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ହେଲା ଧାରଣାଚ୍ୟୁତ

ଭୁବନେଶ୍ୱର,୧୨ା୧୦(ଏସଏସନିଉଜ) ବିହାର ବକ୍ସର୍ ଜିଲ୍ଲାଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍ ନିକଟରେ ମଙ୍ଗଳବାରାତିରେ ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଯୋଗୁଁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଚର୍ଚ୍ଚା ଯୋର ଧରିଛି । ରାତି୧୦-୧୫ ମିନିଟ୍‌ରେ ଟ୍ରେନ୍‌ରେ ଯାତ୍ରୀ ଏପଟ ସେପଟ ହେବାକୁ ଲାଗି ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ିବାକୁ ଲାଗିଲେ। କଣ ଘଟିଲା ଦେଖିଲାବେଳକୁ ଟ୍ରେନ୍ ଧାରଣାଚ୍ୟୁତ ହୋଇସାରିଥିଲା।ତେବେ ଘଟଣାପରେ ଟ୍ରାକ୍‌ରେ ତ୍ରୁଟିଯୋଗୁଁ ହୋଇଥିଲା ଲାଇନଚ୍ୟୁତ ବୋଲି ରେଳବାଇର ରିପୋର୍ଟରେ […]

ନଭେମ୍ବର୨୫ରେ ଧବଳେଶ୍ୱରଙ୍କ ବଡ଼ଓଷା

ଆଠଗଡ଼,୧୨।୧୦(ଏସଏସନିଉଜ) ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।ଏଥିରେନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳନ ହେବ।୨୫ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ ଓ ୨୬ଭୋରରେ ବିତରଣ କରାଯିବ।ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସଂପନ୍ନ ହେବ କାର୍ତ୍ତିକ ବ୍ରତ ବୋଲି ନିଷ୍ପତି ହୋଇଛି।

ଚାଲିଗଲା ଅସୁସ୍ତ ବଜ୍ରକାପ୍ତାର ଜୀବନ

ବାରଙ୍ଗ,୮ା୧୦ (ଏସଏସନିଉଜ) ଧଳାବାଘୁଣୀ ରୁପାର ଦ୍ୱିତୀୟ ଗର୍ଭସ୍ଥ ଦୁଇଟି ସନ୍ତାନ ମଧ୍ୟରୁ ଅଣ୍ଡିରା ଛୁଆଟି ଅସୁସ୍ଥ ହୋଇପଡିଥିବାବେଳେ ପୁଣି ରବିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତା ଶନିବାରଠାରୁ ଅସୁସ୍ଥ ହୋଇପଡିଥିଲା ।ଡାକ୍ତରଖାନା ପରିସରରେ ଥିବା ପ୍ରଜଜନ କେନ୍ଦ୍ରରେ ବଜ୍ରକାପ୍ତାଟି ରହିଥିବା ବେଳେ ଠିକ୍ ଭାବେ ଖିଆପିଆ କରିପାରନଥିଲା । ସେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିଲା।ଏହାଜଣା ପଡିବା ପରେ କର୍ତ୍ତୁପକ୍ଷଙ୍କ ପରାମର୍ଶ କ୍ରମେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ରବିବାର […]

୧୦ରୁ ଘରୋଇବସ୍ ଧର୍ମଘଟ

ଭୁବନେଶ୍ବର,୮ା୧୦(ଏସଏସନିଉଜ) ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବବୋଲି ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ସ୍ମାରକପତ୍ର ମୁତାବକ କୌଣସି ଦାବି ସରକାର ମାନିନଥିବାରୁ ଦାବି ପୁରଣ ନହେବାପର୍ଯ୍ୟନ୍ତ  ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ବସମାଲିକ ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୮।୧୦(ଏସଏସନିଉଜ)ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜାସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣ ଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ […]

ପ୍ରଥମକରି ମାହେଲା ଚିତାବିରାଡି

ବାରଙ୍ଗ,୭।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସି ଖବର । ନୂଆ କରି ଆଇଜଲ ଚିଡ଼ିଆଖାନା ରୁ ଆସିଥିବା ଏକ ଚିତାବିରାଡି ପ୍ରଥମକରି ଗୋଟିଏ ଶାବକ ଜନ୍ମଲାଭ କରିଛି।ଜନ୍ମପରେ ମା ଓ ଛୁଆ ସୁସ୍ଥ ଥିବାବେଳେ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଛି । ତେବେ ପ୍ରଥମ କରି ଶାବକ ଜନ୍ମ କରିବାକୁ ନେଇ କର୍ତ୍ତୁପକ୍ଷ ଖୁସି କରୁଥିବା ବେଳେ ଅନ୍ୟପଟେ ଧଳା ବାଘୁଣୀ ରୂପା ଶାବକ ଅସୁସ୍ଥ କୁ ନେଇ ଚିନ୍ତାରେ ଅଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ […]

ତରଳଝାଡାରେ ଆକ୍ରାନ୍ତହେଲା ରୁପାଛୁଆ

ବାରଙ୍ଗ,୭ା୧୦(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ନମ୍ବର ଏନକ୍ଲୋଜରରେ ରହୁଥିବା ବାଘୁଣୀରୁପାର ଦ୍ୱିତୀୟଗର୍ଭସ୍ଥ ସନ୍ତାନ ମଧ୍ୟରୁ ଏକ ୯ମାସର ମାଇଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥରପାଇଁଏହି ଛୁଆଟି ଅସୁସ୍ଥ ହୋଇଛି।ଏହିଛୁଆଟି ଗତକିଛିଦିନହେବ ତରଳଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ତାର ଫିଡିଙ୍ଗଚାମ୍ବର ପୃଥକୀକରଣ ଏନକ୍ଲୋଜରରେ ରଖାଯାଇ ଏଠାକାର ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି ।ସେ ଖାଦ୍ୟଖାଇବା ପରିମାଣ କମାଇଦେବାରୁ ଦିନକୁଦିନ ଦୁର୍ବଳ ହେବାସହିତ ଗୋଟିଏସ୍ଥାନରେ […]

ମୋବାଇଲ ଟ୍ରାକିଂ କରିବେ ବନକର୍ମଚାରୀ

ଭୁବନେଶ୍ୱର,୭।୧୦(ଏସଏସନିଉଜ)ଏବେ ଶିକାରୀ ଓ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିବେ ବନକର୍ମଚାରୀ।ଶିକାରୀ ଓ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନକର୍ମଚାରୀ।ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲସ୍ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ମିଳିଛି।୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ସୂଚନା ଦେଇଛନ୍ତି PCCF।ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳି ଚାଳନା ପ୍ରଶିକ୍ଷଣ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି।୯୦ ଜଣ ବନ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଥିବା PCCF ସୂଚନା ଦେଇଛନ୍ତି।