Browsing category

ମହାନଗର

ଗାଁରେ ବୁଲିଲେ,ଚାଷୀମାନଙ୍କୁ ସଚେତନ କଲେ

ବାରଙ୍ଗ,୨ା୮(ଏସଏସନିଉଜ) ସରକାରୀ ଅନୁଦାନ ଓ ଯୋଜନା ସମୂହ ବିଷୟକୁନେଇ ଏକ କୃଷକ ସଚେତନତା ଶିବିର ମେଣ୍ଢାଶାଳ ଗ୍ରାମରେ ଶୁକ୍ରବାର ଦିନଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇଷ୍ଟିଚ୍ୟୁଟ୍ ଅଫ୍ ଆଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ସହକାରୀ ଅଧ୍ୟାପକ ଡ. ରାମକୃଷ୍ଣ ବସ୍ତିଆଙ୍କ ତତ୍ତ୍ବାବଧାନରେ ଆଇଏଏସ୍ ର ୨୦ଜଣ ଛାତ୍ର (ବି-୪) ଗ୍ରାମର ବିଭିନ୍ନ ସାହି ବୁଲିବା ସହ,ଗ୍ରାମବାସୀମାନଙ୍କୁ ସରକାରଙ୍କଦ୍ବାରା ମିଳୁଥିବା ଅନୁଦାନ ଓ ଯୋଜନାଗୁଡିକ ବିଷୟରେ ତଥ୍ୟ ଦେଇଥିଲେ ଓ […]

୩ଦିନ ପରେ ବି ମିଳିପାରିନି ବ୍ୟବସାୟୀଙ୍କ ପତା

ବାରଙ୍ଗ,୨ା୮ (ଏସଏସନିଉଜ) ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସୁବାଷସେତୁ ଉପରେ କାର ଓ ଚପଲ ଛାଡ଼ି ଜଣେ ଗୁଜୁରାଟୀ ଅନଲାଇନ୍ ଟ୍ରେଡର୍ ଯୁବକ ବୁଧବାରଠାରୁ ନିଖୋଜ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପତା ମିଳିପାରିନାହିଁ।ନିଖୋଜ ବ୍ୟବସାୟୀ ହେଉଛନ୍ତି ତୁଷାର ଭଟ୍ଟ(୩୦)। ତାଙ୍କ ନିଖୋଜ ସଂକ୍ରାନ୍ତରେ ପତ୍ନୀ ବାରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୨/୨୪କେସ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାସ ଯେ, ଗୁଜୁରାଟର ତୁଷାର ଭଟ୍ଟ ଚନ୍ଦ୍ରଶେଖରପୁର ଅଞ୍ଚଳରେ […]

ବାଘ ପରେ ଚାଲିଗଲା ହାତୀ ଛୁଆର ଜୀବନ

ବାରଙ୍ଗ,୨ା୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘଛୁଆ ମୃତ୍ୟୁକୁ ୨୪ଘଣ୍ଟା ନପୁରୁଣୁ ହାତୀଛୁଆର ମୃତ୍ୟୁ ହୋଇଛି । ତେବେ ହାତୀଛୁଆ ମରିଗଲା ନା ମାରିଦେଲେ ଏଭଳି ପ୍ରଶ୍ନ ପଶୁପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ପ୍ରକାସ ଯେ, , ଆଠଗଡ଼ ବନଞ୍ଚଳ ତିଗିରିଆ ବିଟ୍ ଅଞ୍ଚଳର ସୁଦର୍ଶନପୁର ଗାଁ ନିକଟ ଏକ ଶାଗୁଆନ ଜଙ୍ଗଲରୁ ଦେଢ଼ବର୍ଷରୁ ଉର୍ଦ୍ଧବୟସ୍କା ଏକ ମାଇ ହାତୀଛୁଆ ଉଦ୍ଧାର ହୋଇ ବୁଧବାରଦିନ ନନ୍ଦନକାନନ ଆସିଥିଲା ।ହାତୀଛୁଆଟି ଗୋଟିଏଜାଗାରେ ପଡ଼ିରହିଥିଲା। ହାତୀଛୁଆର ଉନ୍ନତ ମାନର ଚିକିତ୍ସାପାଇଁ […]

ବିକଟାଳ ଶବ୍ଧ କରୁଥିବା ୨ ବାଇକ ଜବତ

ବାରଙ୍ଗ,୨ା୮(ଏସଏସନିଉଜ) ବିକଟାଳ ଶବ୍ଧ କରି ରାସ୍ତାରେ ଯାଉଥିବା ଦୁଇଟି ବାଇକକୁ ଜବତ କରିଛି ଗୋଡିସାହିଫାଣ୍ଡିପୋଲିସ ।ଶୁକ୍ରବାର ସନ୍ଧ୍ୟାରେ ଫାଣ୍ଡିଅଧିକାରୀ ବିଚିତ୍ରପ୍ରଧାନ ସଦଳବଳେ ପେଟ୍ରୋଲିଂ ପାଇଁ ଯାଉଥିବାବେଳେ ଶ୍ରୀଶ୍ରୀ ୟୁନିଭରସିଟି ପାଖରେ ବିକଟାଳଶବ୍ଧ କରି ଦୁଇଟି ବାଇକ ଆସୁଥିଲେ ।ଯାହାକି ଉକ୍ତରାସ୍ତାରେ ଯାଉଥିବା ପଥଚାରୀମାନଙ୍କଠାରୁ ଆରମ୍ଭ କରି ଗାଡିଚାଳକମାନେ ଭୟଭିତ ହୋଇଯାଉଥିଲେ ।ଗାଡିର କାଗଜପତ୍ର ଓ ଡ୍ରାଇଭିଂଲାଇସେନ୍ସ ଚାଳକ ଦୁଇଜଣ ନଦେଖାଇପାରିବାରୁ ପୋଲିସ ଗାଡିଦୁଇଟିକୁ ଜବତକରି କଟକ ଆରଟିଓଙ୍କୁ ସୁଚନାଦେବାସହ ଚାଳକଦୁଇଜଣଙ୍କୁ ଅଟକ ରଖିଛି ।  

ଡେରାସ ଫାର୍ମ ପରିଦର୍ଶନ କଲେ ମନ୍ତ୍ରୀ

ମେଣ୍ଢାଶାଳ,୧/୮(ଏସଏସନିଉଜ) ଗୁରୁବାର ପୂର୍ବାହ୍ନରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇ ଡେରାସ ଫାର୍ମ ସ୍ତିତ ବି ୱାନ ଚିଙ୍ଗୁଡ଼ି ପ୍ରସେଶିଂ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।ପ୍ଲାଣ୍ଟ ରେ କିଭଳି କାର୍ଯ୍ୟ ହେଉଛି ସେ ବିଷୟ ରେ ପଦାଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ମନ୍ତ୍ରୀଙ୍କୁ ପ୍ଲାଣ୍ଟ ର ପଦାଧିକାରୀମାନେ ସ୍ବାଗତ କରିନେଇଥିଲେ।ମନ୍ତ୍ରୀ ପ୍ରାୟ ୨ଘଣ୍ଟା ରହି ଫେରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ଶେଷରେ ଆଖିବୁଜିଲା ବାଘଛୁଆ

ବାରଙ୍ଗ,୧ା୮(ଏସଏସନିଉଜ) ମା ଆଡେଇଦେବାରୁ କର୍ତୁପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀଙ୍କ କୋଳରେ ଜୀବନ ଆରମ୍ଭ କରିବାକୁ ଆସିଥିବା ବାଘଛୁଆଟି ଶେଷରେ ଗୁରୁବାରଦିନ ଆଖିବୁଜିଛି ।ପ୍ରାଣିଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ଦିନ ଅର୍ଥାତ ୩୦ ତାରିଖରେ ବାଘୁଣୀ ମୌସୁମୀ ୩ଟି ଶାବକ ଜନ୍ମ ଦେଇଥିଲା । ଦୁଇଟି ମଲା ଶାବକ ଜନ୍ମ ଦେଇଥିବା ବେଳେ ଗୋଟିଏ ସୁସ୍ଥ ଶାବକ ଜନ୍ମ ଦେଇଥିଲା କିନ୍ତୁ ଛୁଆଙ୍କୁ ଗ୍ରହଣ କରିନଥିଲା ମା ମୌସୁମୀ । ଅନାଥ ହୋଇଯାଇଥିଲା ଏହି ବାଘ ଶାବକଟି । କର୍ତ୍ତୁପକ୍ଷ ଏହି […]

ମେଣ୍ଢାଶାଳରେ ୨ଡେଙ୍ଗୁରୋଗୀ ଚିହ୍ନଟ

ମେଣ୍ଢାଶାଳ,୧ା୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମରେ ଦୁଇଜଣ ମହିଳା ଡେଙ୍ଗୁରୋଗୀଚିହ୍ନଟ ହୋଇଥିବାର ଜଣାପଡିଛି ।ସେମାନେ ହେଲେ ରାନୁସାହୁ ନାମକ ୨୦ବର୍ଷିୟାଯୁବତୀ ଓ ରେବତୀଭୋଇ ନାମକ ୨୫ବର୍ଷୀୟା ଯୁବତୀା ଡେଙ୍ଗୁରୋଗରେ ଆକ୍ରାନ୍ତହୋଇ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସ୍‌ିତ ହେଉଥିବାର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌ାଅଧିକାରୀ ଡ.ମୋହନହେମ୍ରମ କହିଛନ୍ତି ।ଭୁବନେଶ୍ୱରବ୍ଲକର କୈାଣସି ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବାବେଳେ ପ୍ରଥମକରି ମେଣ୍ଢାଶାଳରେ ଚିହ୍ନଟ ହୋଇଥିବାର ସେ କହିଛନ୍ତି ।ଗାଁଚାରିପଟେ ମଇଳାପାଣି ଜମାହୋଇରହୁଥିବାରୁ ମଶାମାନଙ୍କର ସଂଖ୍ୟା ଧିରେଧିରେ ବୃଦ୍ଧିପାଇବାସହ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଖୁବଶିଘ୍ର ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା […]

ଓଆଇଏସଏଫ ନଜରରେ ରହିବ ନନ୍ଦନକାନନ

ବାରଙ୍ଗ,୧ା୮(ଏସଏସନିଉଜ)ଗୁରୁବାରଠାରୁ ନନ୍ଦନକାନନ ଜଗିବେ ଓଆଇଏସଏଫ । ଓଆଇଏସଏଫର ୩୫ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ଲାଟୁନ ଫୋର୍ସର ନଜରରେ ରହିବ ନନ୍ଦନକାନନ ।ନନ୍ଦନକାନନର ସୁରକ୍ଷାନେଇ ଏଭଳି ପଦକ୍ଷପ ନେଛନ୍ତି କର୍ତୁପକ୍ଷ ।ଏହି ପ୍ଲାଟୁନ ଫୋର୍ସରେ ଜଣେ ଇନ୍ସପେକ୍ଟର, ୪ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳ ରହିଛନ୍ତି ।ପର୍ଯ୍ୟଟକମାନଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ଏଭଳି ଯୋଜନା କରିଛି ନନ୍ଦନକାନନ ।ତେବେ ଏନେଇ ନନ୍ଦନକାନନ କର୍ତୁପକ୍ଷ ଓ ଓଆଇଏସଏଫ(ଓଡିଶା ଶିଳ୍ପ ସେବା ବାହିନୀ) ମଧ୍ୟରେ ଜୁଲାଇରେ ଗୋଟିଏ […]

ରଖେ ହରି ତାକୁ ମାରେ କିଏ

ଭୁବନେଶ୍ୱର,୧ା୮(ଏସଏସନିଉଜ) ଗୋଡ଼ରେ ବେଡି ପଡ଼ିଥିଲେ ବି ମହାନଦୀରେ ଖସିପଡ଼ି ପ୍ରାୟ ୫୦କିମି ଆସିବାପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକବିକୃତ ମହିଳା।ସେ ଛତିଶଗଡ଼ରୁ ଆସି ଓଡ଼ିଶାର ଝାରସୁଗୁଡ଼ା ପଲସଦାରେ ଲାଗିଥିବାବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। […]

ଆରମ୍ଭ ହେଲା ବିଜେପି-ବିଜେଡ଼ି ବାକ୍‌ଯୁଦ୍ଧ

ଭୁବନେଶ୍ବର, ୧ା୮(ଏସଏସନିଉଜ) ମମତାଙ୍କ ଇସ୍ତଫାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି ।ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁ ନ ଥିବାରୁ ବିଜେଡ଼ି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ମମତା ଦର୍ଶାଇଥିଲେ । ତେବେ ଏହିଘଟଣାପଛରେ ବିଜେପିର ହାତ ଥିବା ବିଜେଡ଼ି ନେତା ଅଭିଯୋଗ କରିଛନ୍ତି ।କିନ୍ତୁ ବିଜେଡ଼ିରେ ସ୍ବାଧୀନତା ନ ଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି […]